୬ ଇରାନୀଙ୍କ ମୁଣ୍ଡ ନେଲା କରୋନା
Advertisement

୬ ଇରାନୀଙ୍କ ମୁଣ୍ଡ ନେଲା କରୋନା

ଇରାନରେ ମଧ୍ୟ କରୋନା ପ୍ରଭାବ

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା କେବଳ ଚୀନରେ କାହିଁକି, ବିଶ୍ୱର ଅନେକ ଦେଶରେ ନିଜର କାୟା ବିସ୍ତାର କରୁଛି । ଇରାନରେ ମଧ୍ୟ କରୋନା ପ୍ରଭାବ । ୨୮ ଇରାନୀ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ବୋଲି ଜଣାପଡ଼ିଛି । ସେହିପରି ଶନିବାର ଗୋଟିଏ ଦିନରେ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ସ୍ଥିତିକୁ ନିୟନ୍ତ୍ରଣ କରିବା ଇରାନ ସରକାରଙ୍କ ପାଇଁ ମଧ୍ୟ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

ଖବର ସରବରାହ ସଂସ୍ଥା ସିହ୍ନୁଆ ଅନୁସାରେ, ଇରାନର ମରକଜୀ ଅଞ୍ଚଳରେ ବିଶେଷଭାବେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ତେବେ କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଇରାନ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ସେହିପରି ଆକ୍ରାନ୍ତଙ୍କୁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ଓ ସେଲରେ ରଖି ଚିକିତ୍ସା କରାଯାଉଛି ।

ଆହୁରି ପଢ଼ନ୍ତୁ; ଖୁବଶୀଘ୍ର ମୁକ୍ତ ହେବେ ଗୃହବନ୍ଦୀ ଥିବା ୩ ପୂର୍ବତନ ମୁଖ୍ୟମନ୍ତ୍ରୀ !