• ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ତଥା ପରାକ୍ରମ ଦିବସ ଅବସରରେ ଗସ୍ତ କାର୍ଯ୍ୟକ୍ରମ
  • ଜନ୍ମସ୍ଥାନ କଟକରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
  • ମ୍ୟୁଜିୟମ ବୁଲି ଦେଖିଲେ ଧର୍ମେନ୍ଦ୍ର ।
  • ମୁଖ୍ୟମନ୍ତ୍ରୀ ମଧ୍ୟ ଯିବେ କଟକ । ମ୍ୟୁଜିୟମ ବୁଲିବା ସହିତ ନେତାଜୀଙ୍କୁ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବେ ।
  • କଟକ ନୂତନ ବସଷ୍ଟାଣ୍ଡର ମଧ୍ୟ ଶିଳାନ୍ୟାସ କରିବେ ।
  • ଫେବ୍ରୁଆରି ୧୭ ଯାଏ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ହସ୍ତତନ୍ତ ମେଳା
  • ଆଜି କୋତକାତା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
  • ଚାଷୀ ଆନ୍ଦୋଳନରୁ ବନ୍ଧୁକ ସହିତ ସଂଦିଗ୍ଧ ଗିରଫ ।

ଯବାନଙ୍କ ପାଇଁ ‘ଆଇରନ ମ୍ୟାନ’ ସୁଟ ନିର୍ମାଣ କଲେ ବାରାଣାସୀର ଯୁବକ

ବାରାଣାସୀର ଯୁବକଙ୍କ କମାଲ । ‘ଆଇରନ ମ୍ୟାନ’ ଠାରୁ ପ୍ରଭାବିତ ହୋଇ ନିର୍ମାଣ କଲେ ଏକ ସୁଟ । ଯାହା ଅବିକଳ ଆଇରନ ମ୍ୟାନ ସୁଟ ପରି ଦେଖିବା ସହ କାର୍ଯ୍ୟ ମଧ୍ୟ ସମାନ କରିଥାଏ । ଏହି ସୁଟ ନିର୍ମାଣ କରିବାର ଉଦ୍ଦେଶ୍ୟ ଭାରତୀୟ ସେନାର ଯବାନଙ୍କୁ ସାହାଯ୍ୟ କରିବା ବୋଲି କହିଛନ୍ତି ଯୁବକ । ଏହି ସୁଟ ଶତ୍ରୁ ତଥା ଆତଙ୍କୀଙ୍କୁ ଟାର୍ଗେଟ କରିବା ପାଇଁ ସହାୟକ ହେବ ।

 ଯବାନଙ୍କ ପାଇଁ ‘ଆଇରନ ମ୍ୟାନ’ ସୁଟ ନିର୍ମାଣ କଲେ ବାରାଣାସୀର ଯୁବକ

ବାରାଣାସୀ: ବାରାଣାସୀର ଯୁବକଙ୍କ କମାଲ । ‘ଆଇରନ ମ୍ୟାନ’ ଠାରୁ ପ୍ରଭାବିତ ହୋଇ ନିର୍ମାଣ କଲେ ଏକ ସୁଟ । ଯାହା ଅବିକଳ ଆଇରନ ମ୍ୟାନ ସୁଟ ପରି ଦେଖିବା ସହ କାର୍ଯ୍ୟ ମଧ୍ୟ ସମାନ କରିଥାଏ । ଏହି ସୁଟ ନିର୍ମାଣ କରିବାର ଉଦ୍ଦେଶ୍ୟ ଭାରତୀୟ ସେନାର ଯବାନଙ୍କୁ ସାହାଯ୍ୟ କରିବା ବୋଲି କହିଛନ୍ତି ଯୁବକ । ଏହି ସୁଟ ଶତ୍ରୁ ତଥା ଆତଙ୍କୀଙ୍କୁ ଟାର୍ଗେଟ କରିବା ପାଇଁ ସହାୟକ ହେବ ।

ଉତ୍ତର ପ୍ରଦେଶର ବାରାଣାସୀର ଏକ ଘରୋଇ କଲେଜର ପାର୍ଟ-ଟାଇମ କର୍ମଚାରୀ ଏହି କାରନାମା କରିଛନ୍ତି । ତାଙ୍କ ନାଁ ହେଉଛି ଶ୍ୟାମ ଚୌରାସିୟା । ସେ ଅଶୋଖ ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜମେଣ୍ଟରେ କାର୍ଯ୍ୟରତ ଅଛନ୍ତି । ଶ୍ୟାମ କହିଛନ୍ତି ଯେ ଏହା ଏକ ଧାତୁରେ ନିର୍ମିତ ସୁଟ, ଯାହା ଭାରତୀୟ ଯବାନଙ୍କୁ ଶତ୍ରୁ ଓ ଆତଙ୍କବାଦୀଙ୍କ ସହ ଲଢେଇ କରିବାରେ ସାହାଯ୍ୟ କରିବ । ଏହା ମଧ୍ୟ ଯୁଦ୍ଧ ସମୟରେ ଯବାନଙ୍କୁ ସାହାଯ୍ୟ କରି ପାରିବ ।

ସେ ଆହୁରି କହିଛନ୍ତି ଯେ ଏଥିରେ ଗିୟର୍ସ ଓ ମୋଟର୍ସର ବ୍ୟବହାର କରାଯାଇଛି । ଏହାକୁ ମୋବାଇଲ ସଂଯୋଗ କରାଯାଇଛି । ଏହାକୁ ରିମୋଟ ମାଧ୍ୟରେ ନିୟନ୍ତ୍ରଣ କରାଯାଇ ହେବ । ଏଥିରେ ସେନସର ମଧ୍ୟ ଲଗା ହୋଇଛି, ଯାହା ଯବାନଙ୍କୁ ପଛରୁ ଆକ୍ରମଣ କରିବାରେ ସାହାଯ୍ୟ କରିବ ।