Trending Photos
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ହାହାକାରମୟ ପରିସ୍ଥିତି ସୃଷ୍ଟି କରିଛି। ଏହାର ପ୍ରତିଷେଧକ ପାଇଁ ବିଭିନ୍ନ ରାଷ୍ଟ୍ରର ବୈଜ୍ଞାନିକମାନେ ଲାଗି ପଡ଼ିଛନ୍ତି। ତେବେ ଏମାନଙ୍କ ମଧ୍ୟରେ ଇଜ୍ରାଏଲ ଆଗରେ ରହିଛି। ଇଜ୍ରାଏଲ ଔଷଧ ବା ପ୍ରତିଷେଧକ ବାହାର କରିବାର ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି।
ଏହି ରୋଗର ଔଷଧ ବାହାର କରିବା ପାଇଁ ଆମେରିକା, ଜାପାନ ଭଳି ରାଷ୍ଟ୍ର ବର୍ଷେରୁ ୧୮ ମାସର କଥା କହୁଥିବା ବେଳେ ଇଜ୍ରାଏଲ କିନ୍ତୁ କିଛି ମାସର ଦାବି କରୁଛି। ଯଦିଓ ଭାରତ ଏହା ଉପରେ ଗବେଷଣା ଚଳାଇଛି, କିନ୍ତୁ ଅନ୍ୟ ରାଷ୍ଟ୍ର ଭଳି ଏତେ ଅଗ୍ରସର ହୋଇ ପାରିନାହିଁ।
ସେପଟେ ଇଜ୍ରାଏଲର ବୈଜ୍ଞାନିକମାନେ ମଣିଷ ଉପରେ କେବେଠାରୁ ପରୀକ୍ଷା ନିରୀକ୍ଷା ମଧ୍ୟ ଆରମ୍ଭ କରିସାରିଲେଣି। ତେବେ ଏହାର ଫଳାଫଳ ନେଇ ଔଷଧ ବଜାରକୁ ଆସିବାକୁ କିଛିଟା ମାସ ଦୂରରେ ରହିଛି। ଆଗାମୀ ୨ ରୁ ୩ ମାସ ମଧ୍ୟରେ ଏହାର ପ୍ରସ୍ତୁତି ଶେଷ ହେବ। ଆଉ ତାହା ପରେ ଏହାକୁ ବଜାରକୁ ଛଡାଯିବ ବୋଲି ଇଜ୍ରାଏଲ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।
ସେପଟେ ଏହି ଔଷଧ ପ୍ରସ୍ତୁତ ହୋଇ ସାରିଲେ ପ୍ରଥମେ ଇଜ୍ରାଏଲ ନାଗରିକଙ୍କୁ ପ୍ରଦାନ କରାଯିବ। ପରେ ବନ୍ଧୁ ରାଷ୍ଟ୍ର ଭାରତ ଓ ଆମେରିକାକୁ ପ୍ରଦାନ କରିବ ବୋଲି ଇଜ୍ରାଏଲ ସରକାର ସୂଚନା ଦେଇଛନ୍ତି।