ବିଶ୍ୱକୁ ଚମକାଇଲା ପରି ସାଟେଲାଇଟ ଉତକ୍ଷେପଣ କରିବ ଭାରତ, ଛାନିଆ ପାକିସ୍ତାନ

କାର୍ଟୋସେଟ୍-3 ହାତଘଣ୍ଟାର ସମୟ ମଧ୍ୟ ଦେଖିପାରିବ, ଏଯାଏ ଆମେରିକା ପାଖରେ ନାହିଁ ଏପରି ସାଟେଲାଇଟ 

 ବିଶ୍ୱକୁ ଚମକାଇଲା ପରି ସାଟେଲାଇଟ ଉତକ୍ଷେପଣ କରିବ ଭାରତ, ଛାନିଆ ପାକିସ୍ତାନ
cartosat-3 satellite

ପ୍ରଦ୍ୟୁମ୍ନ ମାଝୀ, ଭୁବନେଶ୍ୱର: ପାକିସ୍ତାନରେ ଥିବା ଆତଙ୍କବାଦୀ ଦେଶରେ ଅନେକ ସମୟରେ ଆକ୍ରମଣ କରି ଦେଶର ଧନଜୀବନ ନଷ୍ଟ କରିଆସୁଛନ୍ତି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO ସବୁ ସମୟରେ ଭାରତୀୟ ସେନାକୁ ସାହାଯ୍ୟ କରିଆସୁଛି । ଉରି ଆକ୍ରମଣର ପ୍ରତିଶୋଧ ନେବାକୁ ଯେବେ ସେନା ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କଲା, ସେବେ ଇସ୍ରୋର ଉପଗ୍ରହ ସାହାଯ୍ୟରେ ଆତଙ୍କବାଦୀଙ୍କ ଠିକଣା ବିଷୟରେ ସୂଚନା ମିଳିଥିଲା । ଏହାସହ LIVE ଫଟୋ ମଗାଗଲା, ଆପଣ ଜାଣିଛନ୍ତି କି, ଭାରତର ବ୍ରହ୍ମସ୍ତ୍ରୋ ସାଟେଲାଇଟ ବିଷୟରେ...

ହାତ ଘଣ୍ଟାର ସମୟ ବି ଦେଖିପାରିବ ଏହି ସାଟେଲାଇଟ: ଏହି ଶକ୍ତିଶାଳୀ ସାଟେଲାଇଟ ନାଁ ହେଉଛି  କାର୍ଟୋସେଟ୍ -3  । ଏହି କାର୍ଟୋସେଟ୍  ସିରିଜ୍ ସାଟେଲାଇଟ ନୂଆ ସାଟେଲାଇଟ ହେବ ।  କାର୍ଟୋସେଟ୍ -3ର କ୍ୟାମେରା ଏତେ ଶକ୍ତିଶାଳୀ ଯେ ଏହା ମହାକାଶରୁ ଭୂପୃଷ୍ଠରୁ ୧ ଫୁଟରୁ ମଧ୍ୟ କମ୍ ୯.୮୪ ଇଞ୍ଚ ଉଚ୍ଚରୁ ଫଟୋ ଉତ୍ତୋଳନ କରିପାରିବ । ଏମିତି କି ଆପଣଙ୍କ ହାତରେ ବନ୍ଧା ହୋଇଥିବା ଘଣ୍ଟାରେ ସମୟ କେତେଟା ବାଜିଛି ଫଟୋ ମାଧ୍ୟମରେ ତାହାର ସଠିକ୍ ସୂଚନା ଦେଇପାରିବ ।

ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ଏୟାରଷ୍ଟ୍ରାଇକ୍ର ସାହାଯ୍ୟ କରିଥିଲା:  ଆପଣମାନଙ୍କୁ କହିବାକୁ ଚାହିଁବୁ କି ପାକିସ୍ତାନ ଉପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ଉପରେ କାର୍ଟୋସେଟ୍ ଉପଗ୍ରହର ସାହାଯ୍ୟରେ ନିଆଯାଇଥିଲା । ଏହାକୁ ଛାଡ଼ିଦେଲେ ବିଭିନ୍ନ ପ୍ରକାରର ପାଣିପାଗରେ ପୃଥିବୀରେ ଫଟୋଚିତ୍ର ନେବାକୁ ସକ୍ଷମ ଅଟେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ଆଗୁଆ ସୂଚନା ମଧ୍ୟ ଦେଇଥାଏ ।

ସବୁଠୁ ଶକ୍ତିଶାଳୀ କ୍ୟାମେରା ହେବ କାର୍ଟୋସେଟ୍-3: କାର୍ଟୋସେଟ୍-3ର କ୍ୟାମେରା ଏତେ ଶକ୍ତିଶାଳୀ ଯେ, ସେ ମହାକାଶରୁ ଭୂପୃଷ୍ଟରୁ ୦.୨୫ ମିଟର ଉଚ୍ଚରୁ ବା ୮.୮୪ ଇଞ୍ଚ ଉଚ୍ଚରୁ ସ୍ପଷ୍ଟ ଫଟୋଚିତ୍ର ଉତ୍ତୋଳନ କରିପାରେ । ଏ ପର୍ଯ୍ୟନ୍ତ ସଠିକତା ଭାବେ ଫଟୋ ଉତ୍ତୋଳନ କରିପାରୁଥିବା ସାଟେଲାଇଟ କ୍ୟାମେରା କୌଣସି ଦେଶ ଲଞ୍ଚ କରିପାରିନାହାନ୍ତି ।

ଆମେରିକା ସାଟେଲାଇଟ କ୍ୟାମେରା ଏହା ଆଗରେ ଦୁର୍ବଳ ପଡ଼ିଯାଏ: ଆମେରିକାର ନିଜ ମହାକାଶ କମ୍ପାନୀ ଡିଜିଟାଲ ଗ୍ଲୋବାଲ୍ ର ଜିୟୋଆଇ-1 ୧୬.୧୪ ଇଞ୍ଚ ଉଚ୍ଚ ପର୍ଯ୍ୟନ୍ତ ଫଟୋଚିତ୍ର ନେବାକୁ ସକ୍ଷମ ହୋଇପାରୁଥିବା ବେଳେ ସେଠାରେ ଏହି କମ୍ପାନୀର ୱେଲ୍ଡବ୍ଲୟୁ-2 ଉପଗ୍ରହ ୧୮.୧୧ ଇଞ୍ଚ ଉଚ୍ଚରୁ ଫଟୋଚିତ୍ର ନେବାକୁ ସକ୍ଷମ ଅଟେ । ଏହାକୁ ପୃଥିବୀ ଠାରୁ ୫୦୯ କି.ମି. ଉପରେ ସ୍ଥାପିତ କରାଯାଇପାରିବ ।

କାର୍ଟୋସେଟ୍ ସିରିଜର ୮ ସାଟେଲାଇଟ ଏବେ ଯାଏଁ ଲଞ୍ଚ ହୋଇପାରିଛି: କାର୍ଟୋସେଟ୍ ସିରିଜର ପ୍ରଥମ ସାଟେଲାଇଟ କାର୍ଟୋସେଟ୍ - ମଇ ୫ ତାରିଖ ୨୦୦୫ ମସିହାରେ ପ୍ରଥମ ଥର ପାଇଁ ଲଞ୍ଚ କରାଯାଇଥିଲା । ଜାନୁଆରୀ ୧୦ ତାରିଖ ୨୦୦୭ ମସିହାରେ କାର୍ଟୋସେଟ୍-2, ଏପ୍ରିଲ୍ ୨୮ ତରିଖ ୨୦୦୮ ମସିହାରେ କାର୍ଟୋସେଟ୍-2, ଜୁନ୍ ୨୨ ତାରିଖ ୨୦୧୬ରେ କାର୍ଟୋସେଟ୍-2 ସିରିଜ୍ ସାଟେଲାଇଟ, ଫେବ୍ରୁୟାରୀ ୧୫  ତାରିଖ ୨୦୧୭ ମହିହାରେ କାର୍ଟୋସେଟ୍-2 ସିରିଜ୍ ସାଟେଲାଇଟ, ଜୁନ୍ ୨୩ ତାରିଖ ୨୦୧୭ରେ କାର୍ଟୋସେଟ୍-2  ସିରିଜ୍ ସାଟେଲାଇଟ ଏବଂ ଜାନୁୟାରୀ ୧୨ ତାରିଖ  ୨୦୧୮ ମସିହାରେ ସାଟେଲାଇଟ କାର୍ଟୋସେଟ୍-2 କୁ ଲଞ୍ଚ କରାଯାଇଥିଲା ।

କେବେ ନିକ୍ଷେପଣ ହେବ ଏହି ସାଟେଲାଇଟ ?
ଇସ୍ରୋ ପକ୍ଷରୁ ସୂଚନା ମିଳିଛି ଯେ କାର୍ଟୋସେଟ୍-2 ସାଟେଲାଇଟ ନଭେମ୍ୱର ୨୫ ସକାଳ ୯.୨୮ ସମୟରେ ଇସ୍ରୋର ଶ୍ରୀହରିକୋଟା ସତୀଶ ଧୱନ୍ ମହାକାଶ ଗବେଷଣା କେନ୍ଦ୍ର  (SDSC SHAR)ରୁ ଉତକ୍ଷେପଣ କରାଯିବ  । ପାଣିପାଗକୁ ଦେଖି ଏହି ସ୍ୟାଟେଲାଇଟ ଉତକ୍ଷେପଣ କରାଯିବ । ଏହାକୁ ପୃଥିବୀ ଠାରୁ ୫୦୯ କିଲୋମିଟର ଉଚ୍ଚରେ ମହାକାଶରେ ସ୍ଥାପନ କରାଯିବ ।

ଜଣନ୍ତୁ କେଉଁ ରକେଟ୍ ମାଧ୍ୟମରେ ଲଞ୍ଚ କରାଯିବ:  କାର୍ଟୋସେଟ୍-3 ସାଟେଲାଇଟ ପିଏସଏଲଭି-ସି47 (PSLV-C47)ରକେଟ୍ ଦ୍ୱାରା ଛଡ଼ାଯିବ । ୬ ଷ୍ଟେପଆନ୍ସ ସହ ପିଏସଏଲଭିର ୨୧ତମ  ଉଡ଼ାଣ ହେବ ଏବଂ  ପିଏସଏଲଭିର ୭୪ତମ ଉଡ଼ାଣ ହେବ । କାର୍ଟୋସେଟ୍-3  ସହ ଆମେରିକାର ୧୩ ଅନ୍ୟ ନାନୋ ସାଟେଲାଇଟ ମଧ୍ୟ ଛଡ଼ାଯିବ ।

ପାକିସ୍ତାନର ଆତଙ୍କବାଦୀଙ୍କ ଗତିବିଧି ଉପରେ ରହିବ ସିଧା ନଜର:  କାର୍ଟୋସେଟ୍ -3 ଉପଗ୍ରହ ଦେଶର ସୀମାରେ କଡ଼ା ପ୍ରହରା ଦେବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସାହାଯ୍ୟ କରିବ । ପାକିସ୍ତାନ ଏବଂ ତାହାର ଆତଙ୍କବାଦୀ କ୍ୟାମ୍ପ ଉପରେ ମଧ୍ୟ ନଜର ରଖିବା ନେଇ ଏହି ମିଶନ ଦେଶର ସବୁଠାରୁ ଶକ୍ତିଶାଳୀ ଆଖି ଭାବେ କାର୍ଯ୍ୟ କରିବ । ଏହା ସୀମାରେ ଶତ୍ରୁ ଏବଂ ଆତଙ୍କବାଦୀ ଗତିବିଧି ଉପରେ ନଜର ରଖିବ ।