close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଏବେ ମିନିଟରେ ବନାଇପାରିବେ ପାନ କାର୍ଡ, ଅତିଶୀଘ୍ର ଆରମ୍ଭ ହେବ ନୂଆ ସେବା

ଏବେ କିଛି ମିନିଟ ଭିତରେ ଆପଣ ନିଜ ପାନ କାର୍ଡ ବନାଇପାରିବେ । ଏଥିପାଇଁ ଆୟକର ବିଭାଗ ଅତିଶୀଘ୍ର ଏକ ନୂଆ ସେବା ଆରମ୍ଭ କରିବାକୁ ଯାଉଛି । ଏହି ନୂଆ ସେବାରେ ଆଧାର କାର୍ଡ ମାଧ୍ୟମରେ ଆବେଦକଙ୍କ ସଂପୂର୍ଣ୍ଣ ବିବରଣୀ ନିଆଯିବ । ଯାହା ଦ୍ୱାରା ପାନ କାର୍ଡ ପାଇଁ ଆବଶ୍ୟକ ତଥ୍ୟର ଭେରିଫାଇ କରିବା ସହଜ ହୋଇଯିବ । ଏହା ମାଧ୍ୟମରେ ଯେଉଁ ଲୋକଙ୍କ ପାନ କାର୍ଡ ହଜି ଯାଇଥିବ, ସେମାନଙ୍କ ପାନ କାର୍ଡ ମିଳିଯିବ । ଏହି ସେବା ମାଧ୍ୟମରେ ଲୋକ କିଛି ମିନିଟରେ ନିଜର ନକଲ ପାନ କାର୍ଡ ପାଇଁ ପାରିବେ ।

ଏବେ ମିନିଟରେ ବନାଇପାରିବେ ପାନ କାର୍ଡ, ଅତିଶୀଘ୍ର ଆରମ୍ଭ ହେବ ନୂଆ ସେବା
ଏବେ ମିନିଟରେ ବନାଇପାରିବେ ପାନ କାର୍ଡ

ନୂଆଦିଲ୍ଲୀ: ଏବେ କିଛି ମିନିଟ ଭିତରେ ଆପଣ ନିଜ ପାନ କାର୍ଡ ବନାଇପାରିବେ । ଏଥିପାଇଁ ଆୟକର ବିଭାଗ ଅତିଶୀଘ୍ର ଏକ ନୂଆ ସେବା ଆରମ୍ଭ କରିବାକୁ ଯାଉଛି । ଏହି ନୂଆ ସେବାରେ ଆଧାର କାର୍ଡ ମାଧ୍ୟମରେ ଆବେଦକଙ୍କ ସଂପୂର୍ଣ୍ଣ ବିବରଣୀ ନିଆଯିବ । ଯାହା ଦ୍ୱାରା ପାନ କାର୍ଡ ପାଇଁ ଆବଶ୍ୟକ ତଥ୍ୟର ଭେରିଫାଇ କରିବା ସହଜ ହୋଇଯିବ । ଏହା ମାଧ୍ୟମରେ ଯେଉଁ ଲୋକଙ୍କ ପାନ କାର୍ଡ ହଜି ଯାଇଥିବ, ସେମାନଙ୍କ ପାନ କାର୍ଡ ମିଳିଯିବ । ଏହି ସେବା ମାଧ୍ୟମରେ ଲୋକ କିଛି ମିନିଟରେ ନିଜର ନକଲ ପାନ କାର୍ଡ ପାଇଁ ପାରିବେ ।

ଏହା ଉପରେ ଜଣେ ଅଧିକାରୀ କହିଛନ୍ତି ଯେ ଇଲେକ୍ଟ୍ରୋନିକ ପାନ ବା ଇପାନ ସୁବିଧା ଫ୍ରିରେ ଉପଲବ୍ଧ କରାଯିବ । ଇପାନ ବନାଇବା ପାଇଁ ଆଧାର କାର୍ଡର ସଂପୂର୍ଣ୍ଣ ତଥ୍ୟ ଯାଞ୍ଚ କରାଯିବ । ଏହାର ଭେରିଫାଇ ହେବା ପରେ ଆପଣଙ୍କ ନିକଟରେ ଏକ ଓଟିପି ଆସିବ । ଆଧାର କାର୍ଡରୁ ସମସ୍ତ ତଥ୍ୟ ମିଳିବା ଫଳରେ ପାନ କାର୍ଡ ବନେଇବା ପାଇଁ କେବଳ କିଛି ଖାଲି ସ୍ଥାନ ପୂରଣ କରିବାକୁ ପଡିବ । ଏହା ବ୍ୟତୀତ ଆପଣଙ୍କୁ କୌଣସି କାଗଜପତ୍ର ଅପଲୋଡ କରିବାକୁ ପଡିବ ନାହି ।

ପାନ ଜେନେରେଟ ହେବା ପରେ ଆବେଦକଙ୍କ ନାଁରେ ଏକ ଡିଜିଟାଲ ରୂପରେ ହସ୍ତାକ୍ଷରିତ ଇପାନ ଜାରି କରି ଦିଆଯିବ । ଯେଉଁଥିରେ ଏକ କ୍ୟୁଆର କୋଡ ରହିବ । ଜାଲିଆତି ଓ ଡିଜିଟାଲ ଫଟୋଶୋପିଙ୍ଗ ରୋକିବା ପାଇଁ କ୍ୟୁଆର କୋଡରେ ସୂଚନା ଏନକ୍ରିପ୍ଟ କରାଯିବ । ଏକ ପାଇଲଟ ଯୋଜନା ଅନ୍ତର୍ଗତ ଆଠ ଦିନରେ ୬୨ ହଜାରରୁ ଅଧିକ ଇ-ପାନ ଜାରି କରାଯାଇଛି । ବର୍ତ୍ତମାନ ଏହି ସେବାକୁ ଦେଶସାରା ଲାଗୁ କରିବା ପାଇଁ ଯୋଜନା ଚାଲୁଛି ।