close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

'ଅଯୋଧ୍ୟା ରାୟ ଐତିହାସିକ'

ଆସିଲା ଅଯୋଧ୍ୟା ମାମଲାର ରାୟ । ରାମ ମନ୍ଦିର ପାଇଁ ହେଲା ପଥ ପରିଷ୍କାର । ଏକ ସନ୍ତୁଳିତ ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ସୁପ୍ରିମ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । 

'ଅଯୋଧ୍ୟା ରାୟ ଐତିହାସିକ'
ଫାଇଲ ଫଟୋ

ନୂଆଦିଲ୍ଲୀ: ଆସିଲା ଅଯୋଧ୍ୟା ମାମଲାର ରାୟ । ରାମ ମନ୍ଦିର ପାଇଁ ହେଲା ପଥ ପରିଷ୍କାର । ଏକ ସନ୍ତୁଳିତ ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ସୁପ୍ରିମ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । 

କ'ଣ ରାୟ ଦେଲେ ସୁପ୍ରିମକୋର୍ଟ ?

 

ଆସିଛି ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ । ଉଭୟ ରାଜନୈତିକ ଓ ସାଂସ୍କୃତିକ ଦୃଷ୍ଟିରୁ ବେଶ ଗୁରୁତ୍ୱବହନ କରୁଥିବା ଏହି ମାମଲାରେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଶୁଣାଣି ବେଳେ ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି, ବାବ୍ରି ମସଜିଦ୍ ଖାଲି ଜମିରେ ତିଆରି ହୋଇନାହିଁ। ତେବେ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ନିଜ ଅଧ ଘଣ୍ଟାର ରାୟରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ପ୍ରତ୍ନତତ୍ତ୍ୱର ରିପୋର୍ଟ ଆଧାରରେ ଦ୍ୱାଦଶ ଶତାବ୍ଦୀରେ ଏଠାରେ ମନ୍ଦିର ଥିଲା ବୋଲି କହିଛନ୍ତି ଅଦାଲତ । ତେବେ ମନ୍ଦିର ଭାଙ୍ଗି ମସଜିତ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଥିଲେ । ଅଯୋଧ୍ୟା ଭଗବାନ ରାମଙ୍କ ଜନ୍ମଭୂମି । ହିନ୍ଦୁମାନଙ୍କ ଏହି ବିଶ୍ୱାସ ରହିଛି । ହିନ୍ଦୁମାନଙ୍କ ବିଶ୍ୱାସକୁ ଅଣଦେଖା କରାଯାଇପାରିବନି । ମାତ୍ର କୌଣସି ଆସ୍ଥା ଓ ବିଶ୍ୱାସକୁ ନେଇ କୋର୍ଟ ରାୟ ଦେବେ ନାହିଁ ବୋଲି କହିଥିଲେ ପ୍ରଧାନ ବିଚାରପତି । 

ଅଦାଲତ ଆହୁରି ମଧ୍ୟ କହିଛନ୍ତି, ଇଂରେଜ ଶାସନ ସମୟରେ ସେଠାରେ ନମାଜ ପାଠ କରାଯାଉଥିବା ନେଇ କୌଣସି ପ୍ରମାଣ ନାହିଁ । ସିଆ ୱାକଫ ବୋର୍ଡ ଏବଂ ନିର୍ମୋହି ଆଖଡ଼ାର ଆବେଦନ ମଧ୍ୟ ଖାରଜ ହୋଇଛି । ନିର୍ମୋହି ଆଖଡ଼ା ନିଜକୁ ସେବାୟତ ପାଇଁ ଦାବି କରୁଥିଲା। ତେବେ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ନିର୍ମୋହି ଆଖଡ଼ା ସେବାୟତ ନୁହନ୍ତି।