ପ୍ରଥମଥର ପାଇଁ କୋରୋନା ଭାଇରସକୁ ନ୍ୟୁଟ୍ରଲାଇଜ କରିବାରେ ମିଳିଛି ସଫଳତା
Trending Photos
ନୂଆଦିଲ୍ଲୀ: ଯେତେବେଳେ ସମଗ୍ର ବିଶ୍ୱରେ ପ୍ରାୟ ୩୭ ଲକ୍ଷ ଲୋକ କୋରୋନାରେ ଆକ୍ରାନ୍ତ ହେଲେଣି, ଠିକ୍ ସେତେବେଳେ ଆସିଛି ଆଶ୍ୱସ୍ତିକର ଖବର । ଦୀର୍ଘ ୫ ମାସ ହେଲା ଆମେ ଯାହାର ଅପେକ୍ଷା କରିଥିଲେ, ତାହା କୁଆଡ଼େ ପ୍ରସ୍ତୁତ ହୋଇଯାଇଛି । ଆଜ୍ଞା ହଁ, ଆମେ କୋରୋନା ଟୀକା ବିଷୟରେ ହିଁ କହୁଛୁ । କୋରୋନା ଭାଇରସ୍ ପାଇଁ ବିଶ୍ୱରେ ପ୍ରଥମ ଟୀକା ପ୍ରସ୍ତୁତ ହୋଇଯାଇଛି ! ଆପଣ ଜାଣିଛନ୍ତି, ଏ ଟିକା କିଏ ପ୍ରସ୍ତୁତ କରିଛି ? ଦିନେ ଯେଉଁଠି କୋରୋନା ତାଣ୍ଡବ ରଚୁଥିଲା, ଦୈନିକ ହଜାର ହଜାର ଲୋକ ମୃତ୍ୟୁବରଣ କରୁଥିଲେ, ସେହି ଇଟାଲୀ କୁଆଡ଼େ ପ୍ରସ୍ତୁତ କରିଛି କୋରୋନା ଟୀକା । ଗଣମାଧ୍ୟମରେ ଏ ଖବର ଆସିବା ପରେ ସତେଯେମିତି ସଭିଏଁ ଆଶ୍ୱସ୍ତ ହୋଇଛନ୍ତି । ହେଲେ ଏ ଟୀକା କେତେ ସଫଳ, ସମୟ ହିଁ କହିବ ।
ଇଟାଲୀର Spallanzani Hospitalରେ ସଫଳ ପରୀକ୍ଷଣ
ଗଣମାଧ୍ୟମ ରିପୋର୍ଟ ମୁତାବକ, ଇଟାଲୀର ବୈଜ୍ଞାନିକମାନେ ଏହି ଟୀକା ପ୍ରସ୍ତୁତ କରିଛନ୍ତି । ରୋମର Spallanzani Hospital ଏହାର ସଫଳ ପରୀକ୍ଷା ମଧ୍ୟ ହୋଇଛି । ଏକ ମୂଷା ଶରୀରରେ ଏହାର ପରୀକ୍ଷା କରାଯାଇଥିଲା । ଆଉ ଏହି ପରୀକ୍ଷାରୁ ଚମତ୍କାର ଫଳ ମିଳିଛି । ଟୀକା ପ୍ରୟୋଗ ପରେ କୋରୋନାରୁ ରକ୍ଷା ପାଇଯାଇଛି ମୂଷା । ମୂଷା ଶରୀରରେ ନ୍ୟୁଟ୍ରଲାଇଜ୍ ହୋଇପଡ଼ିଥିଲା କୋରୋନା ଭାଇରସ୍ । ଟୀକା ପ୍ରସ୍ତୁତ କରୁଥିବା ସଂସ୍ଥା Takisର ସିଇଓ Luigi Aurisicchio କହିଛନ୍ତି, ନୂଆ ଟୀକା ମଣିଷ ଶରୀର ଭିତରେ ଭାଇରସକୁ ମାରିମାରିବ । ତେବେ ଖୁବଶୀଘ୍ର ମଣିଷ ଶରୀର ଦେହରେ ମଧ୍ୟ ଏହାକୁ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି ।
ପ୍ରଥମଥର ପାଇଁ କୋରୋନା ଭାଇରସକୁ ନ୍ୟୁଟ୍ରଲାଇଜ କରିବାରେ ମିଳିଛି ସଫଳତା
Spallanzani Hospitalର କହିବା ଅନୁସାରେ, ଏହା ପ୍ରଥମଥର ପାଇଁ ସମ୍ଭବ ହୋଇଛି । କୋରୋନା ଭାଇରସକୁ ନ୍ୟୁଟ୍ରଲାଇଜ କରିବାର ଫର୍ମୁଲା ମିଳିଛି । ମୂଷା ଦେହରେ ଏହାର ପରୀକ୍ଷା କରାଯାଇଛି । ଆଗକୁ ମଣିଷ ଦେହରେ କରାଯିବ । ମୂଷା ଦେହରେ ଯେଉଁପ୍ରକାର ସଫଳତା ମିଳିଛି, ମଣିଷ ଦେହରେ ଯେ ସମାନ ସଫଳତା ମିଳିବ, ସେନେଇ ସେମାନେ ବେଶ ଆଶାବାଦୀ ମଧ୍ୟ ଅଛନ୍ତି । କାହିଁକିନା ଭାଇରସକୁ ନ୍ୟୁଟ୍ରଲାଇଜ କରିବା ଗୋଟିଏ ସାମାନ୍ୟ କଥା ନୁହେଁ । ତେବେ ଯଦି ସତରେ ଏହି ଟୀକା କାମ କରିବ, ତେବେ ସମଗ୍ର ବିଶ୍ୱ ଗୋଟିଏ ପ୍ରକାର ରକ୍ଷା ପାଇଯିବ । କିନ୍ତୁ ଇଟାଲୀ ବୈଜ୍ଞାନିକଙ୍କ ଏ ଦାବିର ସତ୍ୟତା ସମୟ ହିଁ କହିବ ।