ଇଟାଲୀରେ ଏହି ଗାଁକୁ ଛୁଇଁ ପାରିନି କୋରୋନା
Trending Photos
)
ନୂଆଦିଲ୍ଲୀ: କୋରୋନା ପାଇଁ ସମଗ୍ର ବିଶ୍ୱରେ ଏବେ ଚିନ୍ତାଜନକ ପରିସ୍ଥିତି। ସମଗ୍ର ବିଶ୍ୱରେ ଏବେ ତାଣ୍ଡବ ରଚୁଛି କୋରୋନା। ଓ୍ୱାର୍ଲଡମିଟର ଅନୁଯାୟୀ ସମଗ୍ର ବିଶ୍ୱରେ ପ୍ରାୟ ୯ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ପାଖାପାଖି ୫୦ ହଜାର ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ବିଶେଷ କରି ଇଟାଲି ଓ ଆମେରିକାରେ ଏହି କୋରୋନା ତାଣ୍ଡବ ରଚିଛି। ଏହି ଦୁଇ ରାଷ୍ଟ୍ରରେ ପାଖାପାଖି ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। କେବଳ ଇଟାଲିରେ ୧୩ ହଜାର ଲୋକ ମୃତ୍ୟୁମୁଖର ପଡ଼ିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ, ଇଟାଲିର ଏପରି କିଛି ଗାଁ ରହିଛି ଯେଉଁଠିକୁ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ପହଞ୍ଚି ପାରିନଥିବା ଜଣାପଡ଼ିଛି।
ଏକ ରିପୋର୍ଟ ମୁତାବକ ଇଟାଲିର ଏକ ଗାଁ ହେଉଛି ମୋନ୍ତାଲଦୋ ତୋରିନିଜି। ଏହି ଗ୍ରାମଟି ପୂର୍ବ ଇଟାଲିର ପିଯୋଦମାଣ୍ଟର ତୁରୀନ ସହର ମଧ୍ୟରେ ଆସୁଥିବା ଜଣାପଡ଼ିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି ଯେ, ଗ୍ରାମକୁ ସୁସ୍ଥ ତଥା ସ୍ୱଚ୍ଛ ବାୟୁ ଚଳାଚଳ ଓ ଉପଯୁକ୍ତ ପାନୀୟ ଜଳ କାରଣରୁ ଏହି ଗ୍ରାମକୁ କୋରୋନା ମାଡ଼ି ପାରିନଥିବା ନେଇ ଗ୍ରାମବାସୀଙ୍କ ବିଶ୍ୱାସ ରହି ଆସିଛି। ସେପଟେ ଲୋକମାନଙ୍କ କହିବା ଅନୁଯାୟୀ ଏହି ଗ୍ରାମର ବାୟୁମଣ୍ଡଳ ଓ ପାଣିରେ ଏକ ପ୍ରକାର ଯାଦୁ ରହିଛି। ଗ୍ରାମବାସୀମାନଙ୍କ କହିବା ମୁତାବକ ୧୮୦୦ ମସିହାରେ ନେପୋଲିୟନ ବୋନାପାର୍ଟର ସୈନିକମାନେ ଏହି ପାଣିକୁ ପିଇ ନିମୋନିଆରୁ ସୁସ୍ଥ ହୋଇଥିଲେ।
ମୋନ୍ତାଲଦୋ ତୋରିନିଜି ଗ୍ରାମଟି ତୁରିନ ସହର ଠାରୁ ମାତ୍ର ୨୦ କିଲୋମିଟର ଦୁରରେ ରହିଛି। ଏହି ତୁରିନ ସହରରୁ ୩୬ ଶହରୁ ଊର୍ଦ୍ଧ୍ୱ ଲୋକ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେହିପରି ଏହାର ନିକଟତମ ସହର ପିଯୋଦମାଣ୍ଟର ମଧ୍ୟ ୮ ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି। ମାତ୍ର ତୋରିନିଜି ଗ୍ରାମରୁ ଗୋଟିଏ ବି ମଧ୍ୟ କୋରୋନା ଆକ୍ରାନ୍ତ ହୋଇନଥିବା ଜଣାପଡ଼ିଛି। ସେପଟେ ଏହି ଗାଁକୁ କୋରୋନା ଛୁଇଁ ପାରିନଥିବା ନେଇ ଆଉ ଏକ ସୂଚନା ମଧ୍ୟ ଶୁଣିବାକୁ ମିଳେ।
ଏହି ଗ୍ରାମ ନିକଟରେ ଏକ କୂଅ ରହିଛି। ଯାହାର ପାଣିରେ ଔଷଧିୟ ଗୁଣ ମଧ୍ୟ ରହିଛି। ଗ୍ରାମବାସୀମାନେ କୁହନ୍ତି ଏହି କୁଅର ପାଣିକୁ ପିଇ କୋରୋନା ଠାରୁ ଦୁରରେ ତଥା ସୁସ୍ଥରେ ରହିପାରିଛନ୍ତି। ସେମାନେ ଆହୁରି ମଧ୍ୟ କୁହନ୍ତି ଯେ, ଏହି ପାଣିକୁ ପିଇ ନେପୋଲିଅନ ବୋନାପାର୍ଟଙ୍କ ସେନା ମଧ୍ୟ ରୋଗରୁ ମୁକ୍ତି ପାଇଥିଲେ। ଏନେଇ ପିୟୋଦମାଣ୍ଟ ସହରର ମେୟର ସର୍ଗଇ ଗିୟୋତି କୁହନ୍ତି କି, ମୋନ୍ତାଲଦୋ ତୋରିନିଜି ଗ୍ରାମକୁ ସୁସ୍ଥ ଓ ପରିସ୍କାର ବାୟୁମଣ୍ଡଳ ତଥା ବାୟୁ ଚଳାଚଳ ଏବଂ କୁଅର ପାଣି କାରଣରୁ ଏଠାକାର ଲୋକ ସୁସ୍ଥ ରହିଛନ୍ତି।