୧୭ ହଜାର ଫୁଟ ଉପରେ ଏମିତି ଉଡ଼ିଲା ତ୍ରିରଙ୍ଗା

ଦେଶ ପାଳୁଛି ୭୧ତମ ସାଧାରଣତନ୍ତ୍ର ଦିବସ ।

୧୭ ହଜାର ଫୁଟ ଉପରେ ଏମିତି ଉଡ଼ିଲା ତ୍ରିରଙ୍ଗା
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୧ତମ ସାଧାରଣତନ୍ତ୍ର ଦିବସ । ପଲ୍ଲୀରୁ ଦିଲ୍ଲୀ, ସବୁଠି ଉତ୍ସବର ମାହୋଲ । ଭାରତୀୟ ଭାବେ ଗର୍ବର ସହ ତ୍ରିରଙ୍ଗା ଉଡ଼ାଉଛନ୍ତି ଦେଶର ନାଗରିକ । ଆଉ ଏସବୁ ଭିତରେ ଇଣ୍ଡୋ-ତିବେତାନ ବୋର୍ଡ଼ରରେ ମଧ୍ୟ ଫରଫର ହୋଇ ଉଡ଼ିଛି ତ୍ରିରଙ୍ଗା । 

ସମୁଦ୍ର ପତନରୁ ୧୭ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା । ଲଦାଖର ବରଫାସ୍ଥଳରେ ତ୍ରିରଙ୍ଗା । ମାଇନସ ୨୦ ଡିଗ୍ରୀ ତାପମାତ୍ରାରେ ଉଡ଼ୁଛି ତ୍ରିରଙ୍ଗା । ଆଇଟିବିପି ଯବାନଙ୍କ ହାତରେ ତ୍ରିରଙ୍ଗା । ବରଫା ଉପରେ ହାତରେ ତ୍ରିରଙ୍ଗା ଧରି ଛାତି ଫୁଲାଇ ଚାଲୁଛନ୍ତି ଭାରତୀୟ ଯବାନ । ହଁ, ଆମେ ଗଣତନ୍ତ୍ର ଦେଶର ନାଗରିକ । ସେଲିବ୍ରେସନ ମୁଡ଼ରେ ସୁରକ୍ଷାକର୍ମୀ ।  

ଆହୁରି ପଢ଼ନ୍ତୁ; ପଦ୍ମ ପାଇଁ ୧୪୧ ଜଣଙ୍କ ନାମ ଘୋଷଣା, ଓଡ଼ିଶାରୁ ଲେଖକ ମନୋଜ ଦାସଙ୍କୁ ପଦ୍ମଭୂଷଣ