ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଝଟକା
Advertisement

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଝଟକା

ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ମାମଲା । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହର ରେଡ୍ଡୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ)ରୁ ଝଟକା । ବ୍ୟକ୍ତିଗତ ରୂପେ କୋର୍ଟରେ ହାଜର ନହେବା ପାଇଁ ଆବେଦନ କରିଥିଲେ ଜଗନ । ମାତ୍ର କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ମାମଲା । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହର ରେଡ୍ଡୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ)ରୁ ଝଟକା । ବ୍ୟକ୍ତିଗତ ରୂପେ କୋର୍ଟରେ ହାଜର ନହେବା ପାଇଁ ଆବେଦନ କରିଥିଲେ ଜଗନ । ମାତ୍ର କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । 

ଗତ ଅକ୍ଟୋବର ୧୮ ତାରିଖରେ ସିବିଆଇ କୋର୍ଟ ଏହା ଉପରେ ନିଷ୍ପତ୍ତି ନେଇଥିଲେ । ମାତ୍ର ରାୟ ସଂରକ୍ଷିତ ରଖାଯାଇଥିଲା । ଆଉ ଆଜି ଏହା ପ୍ରକାଶ ପାଇଛି । ଏହି ରାୟ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ନିରାଶ କରିଛି । 

ଜଗନ କୋର୍ଟରେ ଦର୍ଶାଇଥିଲେ, ଆୟ ବହିର୍ଭୁକ୍ତ ମାମଲାରେ ବ୍ୟକ୍ତିଗତ ଭାବରେ ହାଜର ହେବାରୁ ତାଙ୍କୁ ମୁକ୍ତି ଦିଆଯାଉ । କାହିଁକିନା ସେ ଏବେ ସାମ୍ବିଧାନିକ ପଦରେ ଅଛନ୍ତି । ତାଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପଡୁଛି । ତେବେ ସିବିଆଇ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।