ନିର୍ଭୟା ମାମଲା: ଦୋଷୀଙ୍କ ପାଇଁ ସ୍ପେଶାଲ ଅଫିସର
Advertisement

ନିର୍ଭୟା ମାମଲା: ଦୋଷୀଙ୍କ ପାଇଁ ସ୍ପେଶାଲ ଅଫିସର

ଜେଲର ବାଉନସର ଦିପକ ଶର୍ମା ସ୍ପେଶାଲ ଅଫିସର ଭାବେ ନିୟୋଜିତ

ନିର୍ଭୟା ମାମଲା: ଦୋଷୀଙ୍କ ପାଇଁ ସ୍ପେଶାଲ ଅଫିସର

ନୂଆଦିଲ୍ଲୀ: ରାତି ପାହିଲେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ। ଏହା ସହିତ ନିର୍ଭୟାଙ୍କୁ ମିଳିବ ନ୍ୟାୟ। ତେବେ ଫାଶୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ନିର୍ଭୟା ଦୋଷୀ। ତେବେ ଫାଶୀ ସମୟରେ ଏକାଧିକ ଅଫିସର ଉପସ୍ଥିତ ରହିବେ। ଏହା ବ୍ୟତୀତ ଜଣେ ସ୍ପେଶାଲ ଅଫିସର ନିଯୁକ୍ତ ରହିବେ ବୋଲି ଜଣାପଡ଼ିଛି।  

ଏହି ଅଧିକାରୀଙ୍କ ମଧ୍ୟରେ ଜେଲ ସୁପରିଣ୍ଟେଣ୍ଡଣ୍ଟ, ଜିଲ୍ଲା ମାଜିଷ୍ଟ୍ରେଟ, ମେଡ଼ିକାଲ ଅଫିସର, ଜଲ୍ଲାଦ ଓ ଡେପୁଟି ଜେଲ ସୁପରିଣ୍ଟେଣ୍ଡଣ୍ଟ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ତେବେ ଆସନ୍ତା କାଲି ସକାଳେ ଜେଲ ନମ୍ବର ୩ରେ ଫାଶୀ ଦିଆଯିବ। ତେବେ ଏହି ସମୟରେ ତିହାର ଜେଲ ପ୍ରଶାସନ ମଣ୍ଡୋଲୀ ଜେଲର ଡେପୁଟି ଜେଲ ସୁପରିଣ୍ଟେଣ୍ଡଣ୍ଟ ଦିପକ ଶର୍ମା ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଦିପକ ଶର୍ମା କଏଦୀମାନଙ୍କର ବାଉଁସର ଭାବରେ ବେଶ ପରିଚୟ ଲାଭ କରିଛନ୍ତି।  

ସୂଚନାଯୋଗ୍ୟ ଦିଲ୍ଲୀର ମାଣ୍ଡୋଲି କାରାଗାରର ଏହି ଜେଲର ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ | ଦୀପକ ଶର୍ମା ଉକ୍ତ କାରାଗାରର ସହକାରୀ ଜେଲର, ଯାହାଙ୍କର ସୁସ୍ଥ ଶରୀର ପ୍ରତିଯୋଗିତାରେ ଜଣେ ଫିଲ୍ମ ହିରୋଙ୍କୁ ମଧ୍ୟ ମାତ ଦେଇଦେବେ। ତେବେ ସେ ଜେଲରେ ବାଉନ୍ସର୍ ଭାବରେ ବେଶ ଜଣାଶୁଣା। ଏହାର କାରଣ ହେଉଛି ତାଙ୍କର ଚଉଡ଼ା ଶରୀର। ୪୮ଇଞ୍ଚିଆ ଛାତି ସାଙ୍ଗକୁ ୧୮ ଇଞ୍ଚିଆ ବାଇସେପ୍ସ ଓ ୩୦ ଇଞ୍ଚିଆ ଅଣ୍ଟା, ଏକ ସୁନ୍ଦର ସ୍ୱାସ୍ଥ୍ୟର ଅଧିକାରୀ ଦିପକ। ବ୍ୟସ୍ତବହୁଳ ଚାକିରି ସତ୍ତ୍ୱେ ଦୀପକ ଶର୍ମା ପ୍ରତିଦିନ ସକାଳେ ୪ରୁ ୫ ଘଣ୍ଟା ଜିମରେ ଓ୍ୱାର୍କଆଉଟ କରିଥାନ୍ତି।

ଦିଲ୍ଲୀର ଯମୂନା ବିହାରରେ ରହୁଥିବା ଦୀପକ ଶର୍ମା ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କର ପ୍ରାରମ୍ଭିକ ଶିକ୍ଷା କାଶ୍ମୀରୀ ଗେଟରେ ଗୁଜରାଟୀ ସିନିୟର ମାଧ୍ୟମିକ ବିଦ୍ୟାଳୟରୁ ପାଇଥିଲେ। ଏଠାରୁ ଦ୍ୱାଦଶ ପାସ୍ କରିବା ପରେ, ୨୦୦୪ ମସିହାରେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜାସ କଲେଜରେ ଆଡମିଶନ ନେଇଥିଲେ। ତା’ପରେ ୨୦୦୭ରେ ବିଏ ପାସ୍ କରିବା ପରେ ସେ ୨୦୦୯ରେ ଦିଲ୍ଲୀ ପୋଲିସରେ ଯ଼ୋଗ ଦେଇଥିଲେ ଓ ତିହାର ଜେଲରେ ଆସିଷ୍ଟାଣ୍ଟ ଜେଲର ଭାବରେ ଭର୍ତ୍ତି ହୋଇଥିଲେ।

ଉଲ୍ଲେଖନୀୟ କଥା, ଦୀପକ ଶର୍ମା ଜଣେ ସାଧାରଣ ଦେଖାଯାଉଥିବା ବ୍ୟକ୍ତି ଥିଲେ। କିନ୍ତୁ ୨୦୧୩ ପରଠାରୁ ସେ ଫିଟନେସ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ତା’ପରେ ୨୦୧୫ ଠାରୁ, ସେ ଜଣେ ବଡି ବିଲଡର ହେବାକୁ ନିଷ୍ପତ୍ତି ନେଇଥିଲେ | ଏହା ପରେ, ପ୍ରତିଦିନ ପ୍ରାୟ ୪ ରୁ ୫ ଘଣ୍ଟା ଜିମରେ ଓ୍ୱାର୍କଆଉଟ କରିବା ଆରମ୍ଭ କରିଥିଲେ। ପରେ ସେ ଏପରି ଏକ ଶକ୍ତିଶାଳୀ ଶରୀର ସୃଷ୍ଟି କରିଥିଲେ |

ଜେଲର ଦୀପକ ଶର୍ମା କହିଛନ୍ତି, "ସେ ସର୍ବଦା ଭାବୁଥିଲେ ଯେ ୟୁନିଫର୍ମ ବିଷୟରେ ଲୋକଙ୍କ ଭିନ୍ନ ଚିନ୍ତାଧାରା ଅଛି, ମୁଁ ସେହି ଚିନ୍ତାଧାରାକୁ ବଦଳାଇବି। ସେଥିପାଇଁ ମୁଁ କଠିନ ପରିଶ୍ରମ କରି ଏକ ଶରୀର ତିଆରି କରିଛି ଏବଂ ସେଥିପାଇଁ ଜେଲରେ ଅଛି ସମସ୍ତେ ମୋତେ ବାଉନ୍ସର୍ ବୋଲି ଡାକନ୍ତି। ଏପର୍ଯ୍ୟନ୍ତ ମୁଁ ସାରା ଦେଶରେ ୧୧ଟି ପ୍ରତିଯୋଗିତାରେ ଭାଗ ନେଇଛି ଏବଂ ଅନେକ ପଦକ ଜିତିଛି।