ଅଦରକାରୀରୁ ଅତି ଚମତ୍କାରୀ: ୟୁଟ୍ୟୁବରୁ ଶିଖୁଛନ୍ତି, ଅନଲାଇନରେ ବିକୁଛନ୍ତି
ପରିବେଶ ପ୍ରଦୂଷିତ କରେ ବର୍ଜ୍ୟବସ୍ତୁ । ନିତିଦିନ ଲୋକେ ପଲିଥିନ, ଅଦରକାରୀ କପଡ଼ା ଏବଂ ପ୍ଲାଷ୍ଟିକକୁ ଏଣେତେଣେ ଫିଙ୍ଗି ଦେଉଛନ୍ତି । ଯାହାଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ହେଲେ ଜୟପୁରର ଜଣେ ଯୁବତୀ ଏହି ଅଦରକାରୀ ଜିନିଷକୁ ନଫୋପାଡ଼ି ତିଆରି କରୁଛନ୍ତି ସୁନ୍ଦର ଘର ସଜ୍ଜା ସାମଗ୍ରୀ । ଆଉ ଏହି ସାମଗ୍ରୀକୁ ଅନଲାଇନ ମାଧ୍ୟମରେ ବିକ୍ରି କରୁଛନ୍ତି । ଆସନ୍ତୁ ଜାଣିବା ସେ କିଏ ? ଆଉ କିପରି ଅଦରକାରୀ ଜିନିଷରୁ ତିଆରି କରୁଛନ୍ତି ଘର ସଜ୍ଜା ସାମଗ୍ରୀ...
- ଅଦରକାରୀ ଜିନିଷର ନୂଆ ରୂପ
- ତାଙ୍କ ହାତ ସ୍ପର୍ଶରେ ଅଦରକାରୀ ଜିନିଷ ହୋଇଉଠୁଛି ଜୀବନ୍ତ
- ବିସ୍ମିତା ସମସ୍ତଙ୍କୁ କରୁଛନ୍ତି ବିସ୍ମିତ
- ଅଦରକାରୀ ଜିନିଷରୁ ତିଆରି ହେଉଛି ଆଖି ଲାଖିଲା ଭଳି ଜିନିଷ
- ଅନଲାଇନରେ ବିକ୍ରିହେଉଛି ସାମଗ୍ରୀ
Trending Photos

ସୁଭଦ୍ରା ବେହେରା, ନୂଆଦିଲ୍ଲୀ: ଜୟପୁରର ଜୟନଗରର ବିସ୍ମିତା ସାହୁ । ଏବେ ସମସ୍ତଙ୍କୁ କରୁଛନ୍ତି ବିସ୍ମିତ । ପିଲାଟି ଦିନରୁ ହିଁ ସେ ବର୍ଜ୍ୟବସ୍ତୁ ତଥା ଅଦରକାରୀ ଜିନିଷରୁ କିଛି କିଛି ସାମଗ୍ରୀ ତିଆରି କରୁଥିଲେ । ଆଉ ଏବେ ସେ ବର୍ଜ୍ୟବସ୍ତୁରୁ ସୁନ୍ଦର ଘର ସଜ୍ଜା ସାମଗ୍ରୀ ପ୍ରସ୍ତୁତ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ହାତର ଯାଦୁରେ ବିଭିନ୍ନ ଅଦରକାରୀ ଜିନିଷ ହୋଇଉଠୁଛି ଜୀବନ୍ତ । ଆଉ ଏସବୁ ସାମଗ୍ରୀକୁ ଦେଖିଲେ ଆଖି ଲାଖିଯାଉଛି । ମହଙ୍ଗା ସାମଗ୍ରୀଠାରୁ ତାଙ୍କର ହାତ ତିଆରି ସାମଗ୍ରୀ କୌଣସି ଗୁଣରେ କମ୍ ନୁହେଁ। ବର୍ଜ୍ୟବସ୍ତୁକୁ ଖୋଲାରେ ଫିଙ୍ଗି ପରିବେଶ ପ୍ରଦୂଷଣ କରିବା ପରିବର୍ତ୍ତେ ତାକୁ ପୂର୍ଣ୍ଣ ବ୍ୟବହାର କରୁଛନ୍ତି ବିସ୍ମିତା । ପ୍ଲାଷ୍ଟିକ ହେଉ କିମ୍ବା ଅଦରକାରୀ ଜିନିଷ, ତାକୁ ନଫୋପାଡ଼ି ବିଭିନ୍ନ ସାଜସଜ୍ଜା ଜିନିଷ ତିଆରି କରୁଛନ୍ତି । ଆଜି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ନାଳରୁ ମିଳିଲା କଟା ମୁଣ୍ଡ; ଜମିଜମା ବିବାଦରୁ ହୋଇଥିଲା ହତ୍ୟା
ପଲିଥିନ ହେଉ ଅବା ଅଦରକାରୀ କପଡା ବା ପ୍ଲାଷ୍ଟିକକୁ ଖୁବ ସୁନ୍ଦର ଭାବରେ ରୂପ ଓ ଆକାର ଦିଅନ୍ତି ବିସ୍ମିତା । ଭଳିକି ଭଳି ଫୁଲଦାନୀ , ଟେବୁଲ୍ ଲାମ୍ଫ, ବିଭିନ୍ନ ଡିଜାଇନର ଝୁମର ,ଫଟୋ ଫ୍ରେମ୍ ଆଦି ତିଆରି କରୁଛନ୍ତି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏସବୁ କୌଣସି ମହଙ୍ଗା ସାମଗ୍ରୀ ନୁହେଁ ବରଂ ବିଭିନ୍ନ ପ୍ରକାରର ଅଦରକାରୀ ଏବଂ ବର୍ଜ୍ୟବସ୍ତୁରୁ ତିଆରି । କାର୍ଟୁନ, କ୍ୟାସେଟ ଖୋଳ ,ବୋତଲ, ଅଦରକାରୀ କପଡା ଏବଂ ପଲିଥିନରୁ ତିଆରି କରୁଛନ୍ତି ସୁନ୍ଦର ଜିନିଷ । ଏଥିସହ ପାଷ୍ଟିକ ବୋତଲ, ପଲିଥିନ ବାହାରେ ନଫିଙ୍ଗିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି । ଅଦରକାରୀ ଜିନିଷକୁ ବାହାରେ ନଫୋପାଡି କିପରି ତାହା ପୁନଃ ବ୍ୟବହାର କରିହେବ ସେନେଇ ସେ ପ୍ରୟାସ କରୁଛନ୍ତି ।
ପ୍ରାୟ ୨ ବର୍ଷ ହେଲା ଅଦରକାରୀ ବର୍ଜ୍ୟବସ୍ତୁରୁ ଭଳିକିଭଳି ଉପକରଣ ପ୍ରସ୍ତୁତ କରୁଛନ୍ତି ବିସ୍ମିତା । ସେ ନିଜସ୍ୱ ଉଦ୍ୟମ ଏବଂ ୟୁଟ୍ୟୁବ ମାଧ୍ୟମରୁ ଘର ସାଜସଜ୍ଜା ଜିନିଷ ତିଆରି କରିବା ଶିଖିଛନ୍ତି । ବିଭିନ୍ନ ଡିଜାଇନ୍ର ସାମଗ୍ରୀ ତିଆରି କରି ଏବେ ସୋସିଆଲ ସାଇଟରେ ମଧ୍ୟ ଏହାର ବିକ୍ରି କରୁଛନ୍ତି ।
More Stories