Advertisement
Article Detail0/zeeodisha/odisha690912
Zee OdishaOther Newsକାଶ୍ମୀର ଘାଟିରେ ପୁଲୱାମା ଷ୍ଟାଇଲରେ ଆକ୍ରମଣ କରିବାକୁ ଯୋଜନା କରୁଛି ଜୈସ: ଗୁଇନ୍ଦା ରିପୋର୍ଟ

କାଶ୍ମୀର ଘାଟିରେ ପୁଲୱାମା ଷ୍ଟାଇଲରେ ଆକ୍ରମଣ କରିବାକୁ ଯୋଜନା କରୁଛି ଜୈସ: ଗୁଇନ୍ଦା ରିପୋର୍ଟ

କାଶ୍ମୀର ଘାଟିରେ ପୁନର୍ବାର ପୁଲୱାମା ଷ୍ଟାଇଲରେ ଆକ୍ରମଣ କରିବାକୁ ଯୋଜନା କରିଛି ଜୈସ ଆତଙ୍କବାଦୀ ସଙ୍ଗଠନ | 

କାଶ୍ମୀର ଘାଟିରେ ପୁଲୱାମା ଷ୍ଟାଇଲରେ ଆକ୍ରମଣ କରିବାକୁ ଯୋଜନା କରୁଛି ଜୈସ: ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ସେନା ଉପରେ ପୁନର୍ବାର ପୁଲୱାମା ଷ୍ଟାଇଲରେ ଆକ୍ରମଣ କରିବାକୁ ଯୋଜନା କରିଛି ଆତଙ୍କବାଦୀ ସଙ୍ଗଠନ ଜୈସ ଇ ମହମ୍ମଦ(ଜେଇଏମ) | କିଛି ଦିନ ପୂର୍ବେ ଜମ୍ମୁକାଶ୍ମୀରର ପୁଲୱାମା ଜିଲ୍ଲାରୁ ଏକ କାରରୁ ଆଇଇଡି(IED-Improvised Explosive Device) ମିଳିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି | 

ସୁରକ୍ଷା ବାହିନୀ ଉପରେ ପୁଣି ଥରେ ସମାନ ଢଙ୍ଗରେ ଆକ୍ରମଣ କରିବାକୁ ଆତଙ୍କବାଦୀ ଯୋଜନା କରୁଥିବା ନେଇ ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି | କାଶ୍ମୀର ଉପତ୍ୟାକାର ପୁଲୱାମା ଜିଲ୍ଲାରେ ଏପରି ଆକ୍ରମଣ କରିବାକୁ ଯୋଜନା କରିଛି ଜେଇଏମ | କୌଣସି ଧରଣର ଗାଡିରେ ଆଇଇଡି ବିସ୍ଫୋରକ ଖଞ୍ଜି ଆକ୍ରମଣ କରିବାକୁ ମସୁଧା ଚଳାଇଛି ଆତଙ୍କବାଦୀ ସଙ୍ଗଠନ | ଗତ ମେ ୨୮ ତାରିଖରେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ରାଜପୋରା ଅଞ୍ଚଳର ଆୟେନଗୁଣ୍ଡରେ ଏକ ସାଣ୍ଟ୍ରୋ କାରରୁ ଆଇଇଡି ମିଳିଥିଲା | ଯାହାକୁ ବୋମା ନିଷ୍କ୍ରିୟକାରୀ ଦଳ(Bomb Disposal Squad) ପକ୍ଷରୁ ନିଷ୍କ୍ରିୟ କରାଯିବା ସହ ଏକ ବଡ ଧରଣର ଆକ୍ରମଣକୁ ପଣ୍ଡ କରାଯାଇଥିଲା |  

ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି ୪-୫ ଦିନ ପୂର୍ବେ ଆଇଇଡି ବୋଝେଇ ଗାଡିର ଉପସ୍ଥିତି ନେଇ ଖବର ମିଳିଥିଲା | ଏ ଘଟଣା ସମ୍ପର୍କରେ ଜଣାପଡିବା ପରେ ବୋମା ନିଷ୍କ୍ରିୟକାରୀ ଦଳ ସହ ଯୋଗାଯୋଗ କରାଯାଇଥିଲା | ଏହା ପରେ ଏହି କାରକୁ ଚିହ୍ନଟ କରାଯାଇଥିଲା | ଏହାକୁ ଠାବ କରିବା ପାଇଁ ୪୪ ରାଷ୍ଟ୍ରୀୟ ରାଇଫଲ, ସିଆରପିଏଫ, ପୁଲୱାମା ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା | ଏ ଘଟଣାରେ ହିଜିବୁଲ ମୁଜ୍ଜାହିଦ୍ଦିନ ଆତଙ୍କବାଦୀ ସଙ୍ଗଠନ ସହ ଜଡିତ କାର ମାଲିକକୁ ଅଟକ ରଖାଯିବ ସହ ଜେରା କରାଯାଉଛି | 

Add Zee News as a Preferred Source

ବୁଧବାର ପୁଲୱାମାର କନଗନ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ୩  ଜୈସ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା | ଜୈସ ଆତଙ୍କବାଦୀ ସଙ୍ଗଠନର ଟପ କମାଣ୍ଡର ଅବଦୁଲ ରେହମାନ ଏହି ଅପରେସନରେ ପ୍ରାଣ ହରାଇଥିଲେ | ପୂର୍ବରୁ ସେ  ଆଫଗାନିସ୍ତାନ ଯୁଦ୍ଧରେ ସାମିଲ ଥିବା ବେଳେ ଆଇଇଡି ଏକ୍ସପର୍ଟ ଭାବେ ଜଣାଶୁଣା | ପୁଲୱାମାରେ ବିଫଳ ହୋଇଥିବା  କାର ବମ ଆକ୍ରମଣ ଘଟଣାରେ ମାଷ୍ଟରମାଇଣ୍ଡ | ସୁରକ୍ଷା ବାହିନୀ ପକ୍ଷରୁ ଜାରି ରହିଥିବା ଆତଙ୍କବାଦ ବିରୋଧି ଅପରେସନ ଯୋଗୁଁ ବ୍ୟାକଫୁଟରେ ରହିଛି ଜୈସ ଆତଙ୍କୀ ଗୋଷ୍ଠୀ |