ଜାମିଆ ମିଲିଆର ବିବାଦୀୟ ଭିଡ଼ିଓ ଭାଇରାଲ, ତେଜୁଛି ରାଜନୀତି
Advertisement

ଜାମିଆ ମିଲିଆର ବିବାଦୀୟ ଭିଡ଼ିଓ ଭାଇରାଲ, ତେଜୁଛି ରାଜନୀତି

ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ହିଂସା ଘଟଣାରେ ଆଉ ଏକ ବିବାଦୀୟ ଭିଡ଼ିଓ ଭାଇରାଲ ହୋଇଛି। ଏହି ଭିଡ଼ିଓକୁ ଟ୍ୱିଟରରେ ସେୟାର କରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦିଲ୍ଲୀ ପୋଲିସକୁ ବେଶ କଡ଼ା ସମାଲୋଚନା କରିଛନ୍ତି। ସେପଟେ ଏହାର ସତ୍ୟତା ନେଇ ମୁଁହ ଖୋଲିଛନ୍ତି ଜାମିଆ କୋର୍ଡିନେସନ କମିଟି। କମିଟି କହିଛି ଏହି ଭିଡ଼ିଓ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀର ଓ ଏହି ଭିଡ଼ିଓରେ ଦେଖିବାକୁ ମିଳିଥିବା ଦୃଶ୍ୟ ଡିସେମ୍ବର ମାସ ୧୫ ତାରିଖ ରାତିର।  

ଜାମିଆ ମିଲିଆର ବିବାଦୀୟ ଭିଡ଼ିଓ ଭାଇରାଲ, ତେଜୁଛି ରାଜନୀତି

ନୂଆଦିଲ୍ଲୀ: ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ହିଂସା ଘଟଣାରେ ଆଉ ଏକ ବିବାଦୀୟ ଭିଡ଼ିଓ ଭାଇରାଲ ହୋଇଛି। ଏହି ଭିଡ଼ିଓକୁ ଟ୍ୱିଟରରେ ସେୟାର କରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦିଲ୍ଲୀ ପୋଲିସକୁ ବେଶ କଡ଼ା ସମାଲୋଚନା କରିଛନ୍ତି। ସେପଟେ ଏହାର ସତ୍ୟତା ନେଇ ମୁଁହ ଖୋଲିଛନ୍ତି ଜାମିଆ କୋର୍ଡିନେସନ କମିଟି। କମିଟି କହିଛି ଏହି ଭିଡ଼ିଓ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀର ଓ ଏହି ଭିଡ଼ିଓରେ ଦେଖିବାକୁ ମିଳିଥିବା ଦୃଶ୍ୟ ଡିସେମ୍ବର ମାସ ୧୫ ତାରିଖ ରାତିର।  

ଭିଡ଼ିଓରେ ଦେଖିବାକୁ ମିଳିଛି କି ପୋଲିସ କର୍ମଚାରୀ ଲାଇବ୍ରେରୀରେ ପଶି ପିଲାଙ୍କ ଉପରେ ଲାଠି ଚାର୍ଜ କରିଥିଲେ। ଭିଡ଼ିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ, କିଛି ଛାତ୍ର ଲାଇବ୍ରେରୀରେ ବସି  ପଢୁଛନ୍ତି। ସେହି ସମୟରେ ପୋଲିସ ଲାଇବ୍ରେରୀରେ ପଶି ସେମାନଙ୍କ ଉପରେ ଲାଠି ଚାର୍ଜ କରୁଛି।   ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୋଲିସ ମୁଁହ ଖୋଲିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ପ୍ରବୀର ରଞ୍ଜିନ କହିଛନ୍ତି, ଦିଲ୍ଲୀ ପୋଲିସ ଦୃଷ୍ଟିକୁ ଏହି ଭିଡ଼ିଓ ନଜର ଆସିଛି। ଏହାର ଯାଞ୍ଚ ପୋଲିସ ଜାରି ରଖିଛି।  

 

ସେପଟେ ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ରାଜନୀତି ଜୋର ଧରିଛି। କିଛି ଲୋକ ଏହି ଭିଡ଼ିଓକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେପଟେ ଜାମିଆ କୋର୍ଡିନେସନ କମିଟି ଯେଉଁ ଭିଡ଼ିଓ ଭାଇରାଲ କରିଛି ସେଥିରେ କିଛି ଛାତ୍ର ମୁଁହରେ କଳା କପଡ଼ା ବାନ୍ଧିଥିବାର ଦେଖିବାକୁ ମିଳିଛି। ଲାଇବ୍ରେରୀରେ ଏଭଳି କିଛି ଛାତ୍ର ବସିଛନ୍ତି ଯେଉଁମାନେ ମୁଁହରେ କପଡ଼ା ବାନ୍ଧିଛନ୍ତି। ଏହା ଏପରି କେଉଁ ଲାଇବ୍ରେରୀ ଯେଉଁଥିରେ ଛାତ୍ରମାନେ ମୁଁହରେ କପଡ଼ା ବାନ୍ଧୀ ପଢୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି।  

ସେପଟେ ଏହି ଭିଡ଼ିଓକୁ ନେଇ ପ୍ରିୟଙ୍କା ଗାନ୍ଧୀ ବେଶ ପୋଲିସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି କି, ଦିଲ୍ଲୀ ପୋଲିସ କିପରି ପଢୁଥିବା ଛାତ୍ରମାନଙ୍କ ଉପରେ କିପରି ଅନ୍ଧାଧୁନ ଲାଠି ଚାର୍ଜ କରିଛି। ପୋଲିସ କିନ୍ତୁ ମିଛ କହିଛି। ପୋଲିସ କହିଛି ଯେ, ଲାଇବ୍ରେରୀରେ କାହାକୁ ମଧ୍ୟ ମାଡ଼ ମରାଯାଇନଥିବା ନେଇ ପୋଲିସ କହିଥିଲା ବୋଲି ପ୍ରିୟଙ୍କା ତାଙ୍କ ଟ୍ୱିଟରରେ ଉଲ୍ଲେଖ କରିଥିଲେ।