ଅସଲି ତଦନ୍ତର ନକଲି ରିପୋର୍ଟ, ଫସିବ କି ଦିଲ୍ଲୀ ପୋଲିସ ?

ପୋଲିସ ଯେଉ ଭିଡିଓରେ ଛାତ୍ରଙ୍କ ହାତରେ ପଥର ଥିବାର କଥା କହୁଛି, ସେହି ଭିଡିଓର ସତ୍ୟତା ଅଲ୍ଟ ନ୍ୟୁଜ ପରୀକ୍ଷଣ କରି ପୋଲିସ ଓ ନ୍ୟୁଜ ଚ୍ୟାନେଲର ଦାବିକୁ ଭୁଲ ପ୍ରମାଣିତ କରିଛି ।

ଅସଲି ତଦନ୍ତର ନକଲି ରିପୋର୍ଟ, ଫସିବ କି ଦିଲ୍ଲୀ ପୋଲିସ ?

ନୂଆଦିଲ୍ଲୀ: ଜାମିଆ ଛାତ୍ରଙ୍କୁ ଫସାଇବା ପାଇଁ ଦିଲ୍ଲୀ ପୋଲିସ ଜାରି କରିଥିଲା ଏକ ଭିଡିଓ । ଯେଉ ଭିଡିଓକୁ ନେଇ ସ୍ୱଂୟ ଦିଲ୍ଲୀ ପୋଲିସ ନିଜ ଜାଲରେ ଫସି ଯାଇଛି । ପୂର୍ବରୁ ଦିଲ୍ଲୀ ପୋଲିସର ବର୍ବରତାର ଏକ ଭିଡିଓ ଜାମିଆ କୋର୍ଡିନେଶନ କମିଟି ଜାରି କରିଥିଲା । ଯାହାର ଜବାବରେ ଦିଲ୍ଲୀ ପୋଲିସ ମଧ୍ୟ ଏକ ଭିଡିଓ ଜାରି କରିଥିଲା । ଏହି ଭିଡିଓରେ ଛାତ୍ରଙ୍କ ହାତରେ ପଥର ଥିବାର ପୋଲିସ ଦାବି କରିଥିଲା । ଯାହା ପରବର୍ତ୍ତୀ ସମୟରେ ଏହି ଭିଡିଓ ଫେକ୍ ବୋଲି ପ୍ରମାଣିତ ହୋଇଛି । 

ପୋଲିସ ଯେଉ ଭିଡିଓରେ ଛାତ୍ରଙ୍କ ହାତରେ ପଥର ଥିବାର କଥା କହୁଛି, ସେହି ଭିଡିଓର ସତ୍ୟତା ଅଲ୍ଟ ନ୍ୟୁଜ ପରୀକ୍ଷଣ କରି ପୋଲିସ ଓ ନ୍ୟୁଜ ଚ୍ୟାନେଲର ଦାବିକୁ ଭୁଲ ପ୍ରମାଣିତ କରିଛି । ଅଲ୍ଟ ନ୍ୟୁଜ ଅନୁସାରେ ଏହି ଭିଡିଓରେ ଛାତ୍ରଙ୍କ ହାତରେ ପର୍ସ ରହିଛି, ଯାହାକୁ ପୋଲିସ ପଥର କହୁଛି । ଅନ୍ୟପଟେ ଛାତ୍ରଙ୍କ ଅନ୍ୟ ହାତରେ ମୋବାଇଲ ରହିଛି । 

ଅଲ୍ଟ ନ୍ୟୁଜ ନିଜ ପରୀକ୍ଷଣ ବେଳେ ଭିଡିଓ ସ୍ଲୋ କରି ଦେଖିବାରୁ ଛାତ୍ରଙ୍କ ହାତରେ ପର୍ସ ଥିବାର ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ପୋଲିସ ଏହାକୁ ପଥର ବୋଲି କହୁଥିଲା । ପୋଲିସ ଦ୍ୱାରା ଜାରି ଭିଡିଓକୁ ନେଇ ବିଜେପି ନେତାମାନେ ମଧ୍ୟ ଜାମିଆ ଛାତ୍ରଙ୍କ ଉପରେ ପ୍ରଶ୍ନ ଉଠାଇଛି । କିନ୍ତୁ ଅଲ୍ଟ ନ୍ୟୁଜର ସତ୍ୟତା ପରୀକ୍ଷଣ ପରେ କିଛି ନ୍ୟୁଜ ଚ୍ୟାନେଲ, ବିଜେପି ଓ ପୋଲିସ ନୀରବତା ରକ୍ଷା କରିଛନ୍ତି । ଏହାକୁ ନେଇ ବର୍ତ୍ତମାନ ଯାଏ ପୋଲିସ ଓ ବିଜେପି ତରଫରୁ କୌଣସି ପ୍ରତିକ୍ରିୟା ଆସି ନାହିଁ । 

ଆପଣଙ୍କୁ କହି ରଖୁଛୁ ଯେ ଜାମିଆ କୋର୍ଡିନେଶନ କମିଟି ଦ୍ୱାରା ଜାରି ଭିଡିଓରେ ଦିଲ୍ଲୀ ପୋଲିସ ଜାମିଆ ଲାଇବ୍ରେରୀ ଭିତରେ ପ୍ରବେଶ କରି ଭଙ୍ଗାରୁଜା ଓ ଛାତ୍ରଙ୍କ ଉପର ଲାଠିଚାର୍ଜ କରୁଥିବାର ନଜରକୁ ଆସୁଛି । ଏହି ଭିଡିଓର ଜବାବରେ ଦିଲ୍ଲୀ ପୋଲିସ ଏକ ଭିଡିଓ ଜାରି କରଥିଲା, ଯେଉଥିରେ ଛାତ୍ର ହାତରେ ପଥର ଥିବାର ନଜରକୁ ଆସିଥିଲା । କିନ୍ତୁ ଏହା ଭୁଲ ପ୍ରମାଣିତ କରିଛି ଅଲ୍ଟ ନ୍ୟୁଜ ଟିମ ।