ନାଗରିକତା ଆଇନକୁ ବିରୋଧ : ମୁସଲିମ ସମ୍ପ୍ରଦାୟ କରିବେ ପଦଯାତ୍ରା
ନାଗରିକତା ଆଇନ ଓ NRCକୁ ବିରୋଧର କରି ଆଜି ଦିଲ୍ଲୀରେ ଜମିୟତ ଉଲେମା ଏ ହିନ୍ଦ ସମେତ ପାଖାପାଖି ୧୨ଟି ମୁସଲିମ ସମ୍ପ୍ରଦାୟ ବିରୋଧ ପାଇଁ ଘୋଷଣା କରିଛନ୍ତି ।
Trending Photos
)
ନୂଆଦିଲ୍ଲୀ: ନାଗରିକତା ଆଇନ ଓ NRCକୁ ବିରୋଧର କରି ଆଜି ଦିଲ୍ଲୀରେ ଜମିୟତ ଉଲେମା ଏ ହିନ୍ଦ ସମେତ ପାଖାପାଖି ୧୨ଟି ମୁସଲିମ ସମ୍ପ୍ରଦାୟ ବିରୋଧ ପାଇଁ ଘୋଷଣା କରିଛନ୍ତି । ଜାମା ମସଜିଦରେ ଆଜି ନମାଜ ପାଠ କରିବା ପରେ ଏହି ସଂଗଠନ ଦିଲ୍ଲୀ ଗେଟ ପର୍ଯ୍ୟନ୍ତ ପଦଯାତ୍ରା କରିବେ । ବିରୋଧ ପ୍ରଦର୍ଶନକୁ ଶାନ୍ତିପୂର୍ଣ୍ଣ ରଖିବା ପାଇଁ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ପୂରୁଣା ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପୋଲିସ ସାଧା ପୋଷାକରେ ପାଟ୍ରୋଲିଂ ଆରମ୍ଭ କରିଦେଇଛି । ଏହା ସହ ବିଭିନ୍ନ ବାମପନ୍ଥୀ ଛାତ୍ର ସଂଗଠନ ମଧ୍ୟ ବିରୋଧ ପ୍ରଦର୍ଶନ କରିବେ ।
ଆଇସା ଓ ASFI ଛାତ୍ର ସଂଗଠନ ଉତ୍ତରପ୍ରଦେଶ ହିଂସାରେ ୧୯ ଲୋକଙ୍କ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦିଲ୍ଲୀର ଉତ୍ତରପ୍ରଦେଶ ଭବନ ସମ୍ମୁଖରେ ଧାରଣା ଦେବେ । ଏହି ବିରୋଧ ପ୍ରଦର୍ଶନରେ JNU ଓ ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେବେ ।