Trending Photos
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୁଣିଥରେ ଆତଙ୍କବାଦୀର କାର୍ଯ୍ୟକଳାପରେ ଆସିଛି ବୃଦ୍ଧି । ଏହା ଉପରେ ନିୟନ୍ତ୍ରଣ ପାଇବା ପାଇଁ ସେନା ଓ ଜମ୍ମୁ କାଶ୍ମୀର ପୋଲିସକୁ କଡା ପରିଶ୍ରମ କରିବାକୁ ପଡୁଛି । ଘାଟିରୁ ଆତଙ୍କୀ କାର୍ଯ୍ୟକଳାପର ମୂଳପୋଛ କରିବା ପାଇଁ ସେନା ଓ ପୋଲିସ ନିଜ କାର୍ଯ୍ୟରେ ଲାଗି ପଡିଛି ।
ଏହା ଅନ୍ତର୍ଗତ କିଶ୍ତୱାଡା ପୋଲିସ ହିଜବୁଲ ମୁଜାହିଦ୍ଦିନ ସହ ଜଡିତ ୩ ଆତଙ୍କବାଦୀଙ୍କ ଫଟୋ ଜାରି କରିଛି । ଏହି ଆତଙ୍କୀଙ୍କ ଉପରେ ୩୦ ଲକ୍ଷ ଟଙ୍କାର ପୁରୁସ୍କାର ଘୋଷଣା କରାଯାଇଛି । ଏଥିରେ ମହମ୍ମଦ ଅମୀନ ଉପରେ ୧୫ ଲକ୍ଷ ଟଙ୍କା, ରିୟାଜ ଅହମଦ ଓ ମୁଦସ୍ସିର ହୁସୈନଙ୍କ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଛି ।
Jammu and Kashmir: District Police Kishtwar have announced a cash award of Rs 30 lakhs on three terrorists belonging to Hizbul Mujahideen. Mohd Amin carries a reward of Rs 15 lakhs. Riaz Ahmed & Mudassir Hussain carry a reward of Rs 7.5 lakhs each. pic.twitter.com/0j6877LZcN
— ANI (@ANI) October 28, 2019
ପୋଲିସ ଏହି ୩ ଆତଙ୍କବାଦୀଙ୍କ ତଲାସ କରୁଛି । ପୋଲିସ ଅନୁସାରେ, ଏହି ଆତଙ୍କୀ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାଁ ଗୁପ୍ତ ରଖାଯିବ । ଏହି ଆତଙ୍କବାଦୀମାନେ ଘାଟିରେ ହୋଇଥିବା ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲେ । ଏମାନେ ହିଜବୁଲ ମୁଜାହିଦ୍ଦିନ ସହ ଜଡିତ ରହିଛି ।
ଏଠାରେ କହି ରଖୁଛୁ ଯେ, ଗତ ଶନିବାର ଶ୍ରୀନଗର କାକା ସରାୟ ଅଞ୍ଚଳରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କୀମାନେ ଗ୍ରେନେଡ ମାଡ଼ କରିଥିଲେ । ଏଥିରେ ୬ ଜଣ ଯବାନ ଆହତ ହୋଇଥିଲେ । ଏହି ଆକ୍ରମଣ କେରନ ସିଟି ପୋଲିସ ଷ୍ଟେସନ ଉପରେ ସନ୍ଧ୍ୟା ୬ଟା ୫୦ରେ ହୋଇଥିଲା ।