ଦୀପାବଳି ଅବସରରେ ଜମ୍ମୁ କାଶ୍ମୀର ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ସେଠାରେ ରାଜୌରୀ ଜିଲ୍ଲା ସ୍ଥିତ ସେନା କ୍ୟାମ୍ପରେ ପହଞ୍ଚି ସେନାର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଏହି ଅବସରରେ ସେ ନିଜ ହାତରେ ଯବାନଙ୍କୁ ମିଠା ମଧ୍ୟ ଖୁଆଛନ୍ତି । ସେ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରାୟ ବର୍ଷ ଯବାନଙ୍କ ସହ ଦୀପାବଳି ପାଳନ କରି ଆସୁଛନ୍ତି ।
Trending Photos
ଶ୍ରୀନଗର: ଦୀପାବଳି ଅବସରରେ ଜମ୍ମୁ କାଶ୍ମୀର ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ସେଠାରେ ରାଜୌରୀ ଜିଲ୍ଲା ସ୍ଥିତ ସେନା କ୍ୟାମ୍ପରେ ପହଞ୍ଚି ସେନାର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଏହି ଅବସରରେ ସେ ନିଜ ହାତରେ ଯବାନଙ୍କୁ ମିଠା ମଧ୍ୟ ଖୁଆଁଇଛନ୍ତି । ସେ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରାୟ ବର୍ଷ ଯବାନଙ୍କ ସହ ଦୀପାବଳି ପାଳନ କରି ଆସୁଛନ୍ତି ।
ପିଏମ ମୋଦି ଦୀପାବଳି ଉପଲକ୍ଷେ ଏଲଓସିରେ ଯାଇଛନ୍ତି । ସେ ଏଥର ପାକିସ୍ତାନ ଓ ଚୀନ ସୀମା ସହ ସଂଯୋଗ କରୁଥିବା ସୀମାଞ୍ଚଳରେରେ ମୁତୟନ ଯବାନବଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଏହାସହ ସେ ଜମ୍ମୁ କାଶ୍ମୀର ସ୍ଥିତ ଏଲଓସିରେ ନିର୍ମାଣ ହୋଇଥିବା ଆର୍ମି ପୋଜିଶନ୍ସରେ ମଧ୍ୟ ଯାଇ ପାରନ୍ତି ।
ଏହାପୂର୍ବରୁ ବିଗତ ବର୍ଷ ମଧ୍ୟ ମୋଦି ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ । ଘାଟିର ବିଭିନ୍ନ ସ୍ଥାନରେ ଯବାନଙ୍କ ଆନନ୍ଦ ଉଲ୍ଲାସ ସହ ଦୀପାବଳି ପାଳନ କରିଥିଲେ । ସୀମାରେ ଥିବା ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ସାକ୍ଷାତ କରିବା ସହ ମିଠା ବଣ୍ଟନ ମଧ୍ୟ କରିଥିଲେ । ଏଥର ମଧ୍ୟ ଯବାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ଘାଟିରେ ଯାଇପାରନ୍ତି ସେ ।
ଏଲଓସିରେ ମଧ୍ୟ ଯାଇ ପାରନ୍ତି ପିଏମ ମୋଦି
ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ କାଶ୍ମୀର ସ୍ଥିତି ପାକିସ୍ତାନ ସୀମା ସହ ଲାଗି ଥିବା ଅଞ୍ଚଳ ଲାଇନ ଅଫ କଣ୍ଟ୍ରୋଲରେ ଥିବା ଯବାନଙ୍କ ସାହସ ବଢାଇବା ପାଇଁ ସେଠାକୁ ଯାଇ ପାରନ୍ତି ବୋଲି ଜଣା ପଡୁଛି । ଗତବର୍ଷ ସେ ଉତ୍ତରାଖଣ୍ଡର ସୀମାନ୍ତ ଅଞ୍ଚଳରେ ଥିବା ଯବାନଙ୍କ ସହ ସାକ୍ଷାତ କରିଥିଲେ । ଏହାସହ ଯବାନଙ୍କ ସହ ସମୟ ମଧ୍ୟ ଅତିବାହିତ କରିଥିଲେ । ୨୦୧୪ରେ ପ୍ରଧାନମନ୍ତ୍ରୀ ପଦର ଶପଥ ନେବା ପରେ ପ୍ରଥମ ଦୀପାବଳି ସିୟାଚୀନର ଯବାନଙ୍କ ସହ ପାଳନ କରିଥିଲେ । ପ୍ରତିଥର ତାଙ୍କର ଏହି ଗସ୍ତକୁ ଗୁପ୍ତ ରଖାଯାଇଥାଏ ।