Advertisement
Article Detail0/zeeodisha/odisha693783
Zee OdishaOther Newsଜମ୍ମୁକାଶ୍ମୀର: ଆତଙ୍କବାଦୀ ନିପାତ ଅଭିଯାନକୁ ନେଇ ଚିନ୍ତିତ ପାକିସ୍ତାନ, ଏଲଓସିରେ ମୋର୍ଟାର ମାଡ

ଜମ୍ମୁକାଶ୍ମୀର: ଆତଙ୍କବାଦୀ ନିପାତ ଅଭିଯାନକୁ ନେଇ ଚିନ୍ତିତ ପାକିସ୍ତାନ, ଏଲଓସିରେ ମୋର୍ଟାର ମାଡ

ବୁଧବାର ସୁରକ୍ଷାବଳ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ୪ ଆତଙ୍କୀ ଟଳି ପଡିଛନ୍ତି |

ଜମ୍ମୁକାଶ୍ମୀର: ଆତଙ୍କବାଦୀ ନିପାତ ଅଭିଯାନକୁ ନେଇ ଚିନ୍ତିତ ପାକିସ୍ତାନ, ଏଲଓସିରେ ମୋର୍ଟାର ମାଡ

ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲାର ସୁଗ୍ଗୁ ହେନ୍ଧାମା ଅଞ୍ଚଳରେ ବୁଧବାର ସକାଳ ସାଢେ ୫ଟା ବେଳେ ମୁହାଁମୁହଁ ହୋଇଛନ୍ତି ସୁରକ୍ଷାବଳ-ଆତଙ୍କବାଦୀ | ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ, ସୁରକ୍ଷାବଳ ପକ୍ଷରୁ ଦିଆଯାଇଥିବା ମୁହଁତୋଡ ଜବାବରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି | ଏହି ମିଳିତ ଅପରେସନରେ ସାମିଲ ହୋଇଥିଲେ ଜମ୍ମୁକାଶ୍ମୀର ପୋଲିସ, ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ |  

ସୁରକ୍ଷାବଳ କାର୍ଯ୍ୟାନୁଷ୍ଠାନରେ ସୋପିଆନରେ ପ୍ରାଣ ହରାଇଥିବା ୪ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣଙ୍କ ଶବ ଘଟଣାସ୍ଥଳରୁ ମିଳିଥିବା ବେଳେ, ଜଣଙ୍କର ଏପର୍ଯ୍ୟନ୍ତ ମିଳିନାହିଁ | ସେଠାରେ ଛପି ରହିଥବା ଅନ୍ୟ ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି | ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଚାରିପାଖରୁ ଘେରିଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସେନା |          
ମୃତକ ଆତଙ୍କବାଦୀ ଯେଉଁସ୍ଥାନରେ ଛପି ରହିଥିଲେ ସେଠାରୁ  ଏକ ଘରକୁ ଜବତ କରାଯାଇଛି ଯାହା ମାଟି ତଳେ ନିର୍ମିତ ହୋଇଛି | ଏନେଇ ଜଣେ ପୋଲିସ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ସୁରକ୍ଷାବଳ ପକ୍ଷରୁ ଚାଲିଥିବା ଅପରେସନ ବେଳେ ୨-୩ ଆତଙ୍କବାଦୀ ଛପି ରହିଥିବାର ଖବର ମିଳିଥିଲା |  

ଯେତେବେଳେ ଏକ ସଦିଗ୍ଧ ସ୍ଥାନକୁ ଘେରାବନ୍ଦୀ କରାଯାଇଥିଲା, ସେଠାରେ ଆତ୍ମଗୋପନ କରିଥିବା ଆତଙ୍କବାଦୀ ପ୍ରଥମେ ସୁରକ୍ଷାବଳ ଉପରକୁ ଗୁଳିମାଡ କରିଥିଲେ | ଯାହାର ମୁହଁତୋଡ ଜବାବ ମଧ୍ୟ ଦିଆଯାଇଥିଲା |  ସେମାନଙ୍କୁ ଆତ୍ମ ସମର୍ପଣ କରିବାକୁ କୁହାଯାଇଥିଲେ ମଧ୍ୟ ଏହାକୁ ଖାତିର ନକରି ଓଲଟା ଗୁଳି ଚଳାଇଥିଲେ | ବିଗତ ଗୋଟିଏ ସପ୍ତାହ ମଧ୍ୟରେ ସୋପିଆନରେ ତୃତୀୟ ଥର ପାଇଁ ସୁରକ୍ଷା ବାହିନୀ ଏବଂ ଆତଙ୍କୀ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି | କାଶ୍ମୀର ଘାଟିରେ ଆତଙ୍କବାଦୀ ନିର୍ମୂଳ ଅଭିଯାନ ଚାଲିଥିବା ବେଳେ ପାକିସ୍ତାନ ଚକିତ ହୋଇପଡିଛି | ଆଜି  ସକାଳ ୭ଟା ସମୟରେ ଏଲଓଲସି ସ୍ଥିତ ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଂଲଘନ କରିଥିଲା | ଯାହାର ଭାରତୀୟ ସେନା ପକ୍ଷରୁ ମୁହଁତୋଡ ଜବାବ ଦିଆଯାଇଥିଲା |

Add Zee News as a Preferred Source

ମଙ୍ଗଳବାର ଉତ୍ତର କାଶ୍ମୀର ବାରମୂଳା ଜିଲ୍ଲାରେ ସକାଳ ୬ଟା ବେଳେ ଭାରତୀୟ ସେନାର ରୋଡ ଓପନିଂ ପାର୍ଟି ୭୦୧(ଏ) ଜାତୀୟ ରାଜପଥରେ ଟ୍ରଗପୋରା-ଲାଦୁରା ମଧ୍ୟରେ ଆଇଇଡି(improvised explosive device) ଜବତ କରାଯାଇଥିଲା | ଏନେଇ ହୋଇଥିବା ସର୍ଚ୍ଚ ଅପରେସନରେ ୩୨ ଆରଆର ଏବଂ ବିଏସଏଫର ୪୦ନମ ବାଟଲିୟନ ସାମିଲ ହୋଇଥିଲେ | ଏ ଘଟଣା ସମ୍ପର୍କରେ ଜଣାପଡିବା ପରେ ସୋପୋରା ପୋଲିସ ପକ୍ଷରୁ ଏହି ଜାତୀୟ ରାଜପଥରେ ସମସ୍ତ ଗାଡି ଚଳାଚଳକୁ ବନ୍ଦ କରଯିବା ସହ ରୁଟକୁ ପରିବର୍ତ୍ତନ କରାଯାଇଥିଲା | ଯେଉଁ ଅଞ୍ଚଳରେ ଆଇଇଡି ଲଗାଯାଇଥିଲା ସେହି ଅଞ୍ଚଳକୁ ସିଲ କରାଯିବା ସହ ତଲାସୀ ଅଭିଯାନକୁ ଜୋରଦାର କରାଯାଇଥିଲା |

ଏକ ସବୁଜ ରଙ୍ଗର ଟେପ ମଧ୍ୟରୁ ଏହି ଆଇଇଡି ଜବତ କରାଯାଇଥିଲା | ଯାହା ଏକ ଧଳା ବ୍ୟାଗ ମଧ୍ୟରେ ରହିଥିଲା | ଏହାକୁ ବୁଦା ମଧ୍ୟରେ ଟାଇମର ସହ ଲଗାଯାଇଥିଲା | ଏନେଇ ଜାରି ହୋଇଥିବା ବୟାନରେ କୁହାଯାଇଥିଲା ୩୨ ଆରଆର, ବିଏସଏଫର ୪୦ନଂ ବାଟାଲିୟନ, ସିଆପିଏଫର ୯୨ନଂ ବାଟାଲିୟୟନ ଏବଂ ଏସଓଜି ପକ୍ଷରୁ ଆଇଇଡିକୁ ଜବତ କରିବାକୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା |