ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ପାକିସ୍ତାନକୁ ମୁହଁତୋଡ ଜବାବ ଦେବା ଜାରି ରଖିଛି ଭାରତ |
Trending Photos
)
ପୁଞ୍ଚ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଘାଟିରେ ସ୍ଥିତି ଏକପ୍ରକାର ନିୟନ୍ତ୍ରଣାଧିନ ରହିଛି | ମାତ୍ର ସମୟ ସମୟରେ ପାକିସ୍ତାନ ଏବଂ ଆତଙ୍କବାଦୀ ପକ୍ଷରୁ ଭାରତ ବିରୋଧି କାର୍ଯ୍ୟ ଜାରି ରଖିଛନ୍ତି | ସଦ୍ୟ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଂଘନ କରାଯାଇଥିବା ଜଣାପଡିଛି | ଭାରତୀୟ ସେନା ପକ୍ଷରୁ ଏହାର ମୁହାତୋଡ ଜବାବ ଦିଆଯାଇଛି |
ଜୁନ ୯ ତାରିଖ ମଙ୍ଗଳବାର ସକାଳ ସାଢେ ୬ଟା ବେଳେ ପାକିସ୍ତାନ ପଟୁ ଏଲଓସିସ୍ଥିତ ପୁଞ୍ଚର ମାନକୋଟ ସେକ୍ଟର ଅଞ୍ଚଳରେ ଛୋଟ ହତିଆର ଏବଂ ମୋର୍ଟାର ସାହାର୍ଯ୍ୟରେ ଗୁଳିମାଡ କରାଯାଇଥିଲା | ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ପକ୍ଷରୁ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା | ଏଲଓସିରେ ହେଉଥିବା ଅସ୍ତ୍ରବିରତି ଉଂଲଘନର ଜବାବ ଦେବାକୁ ପ୍ରସ୍ତୁତ ରହିଛି ସୈନ୍ୟବାହିନୀ |
ପାକିସ୍ତାନ ସହିତ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଭାରତୀୟ ସେନା | ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର ରେବନ ଅଞ୍ଚଳରେ ସେନା ଦ୍ୱାରା ହୋଇଥିବା ଅପରେସନରେ ଟଳି ପଡିଥିଲେ ୯ ଆତଙ୍କବାଦୀ | ଯେଉଁଥିରେ ସାମିଲ ଥିଲା ଜଣେ ଟପ କମାଣ୍ଡର | ସେନା କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା ଆତଙ୍କବାଦୀ ହିଜିବୁଲ ମୁଜାହିଦ୍ଦିନ ସଙ୍ଗଠନ ସହ ଜଡିତ | ସେମାନଙ୍କ ପାଖରୁ ବ୍ୟାପକ ପରିମାଣର ହତିଆର ଜବତ କରାଯିବ ସହ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଥିଲା |