close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଅକ୍ଟୋବର ୩୧ରୁ ୨ କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ ହେବ ଜମ୍ମୁ କାଶ୍ମୀର

ଜମ୍ମୁ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ କରିଥିଲେ ମୋଦି ସରକାର । ଯାହା ପରେ ବିଶେଷ ରାଜ୍ୟର ମାନ୍ୟତା ହରାଇଥିଲା ଏହି ରାଜ୍ୟ । ଚଳିତ ବର୍ଷ ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲ ସଂସଦରେ ପାସ ହୋଇଥିଲା । ବିଲ ପାସ ହେବା ପରେ ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ କରିବା କାର୍ଯ୍ୟ ଜାରି ରହିଛି ।

ଅକ୍ଟୋବର ୩୧ରୁ ୨ କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ ହେବ ଜମ୍ମୁ କାଶ୍ମୀର
ଜମ୍ମୁ କାଶ୍ମୀର

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ କରିଥିଲେ ମୋଦି ସରକାର । ଯାହା ପରେ ବିଶେଷ ରାଜ୍ୟର ମାନ୍ୟତା ହରାଇଥିଲା ଏହି ରାଜ୍ୟ । ଚଳିତ ବର୍ଷ ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲ ସଂସଦରେ ପାସ ହୋଇଥିଲା । ବିଲ ପାସ ହେବା ପରେ ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ କରିବା କାର୍ଯ୍ୟ ଜାରି ରହିଛି ।

ବର୍ତ୍ତମାନ ଜମ୍ମୁ କାଶ୍ମୀର ପୁନର୍ଗଠନ ଆକ୍ଟ ୨୦୧୯ର ସେକଶନ ୫୭ ଅନ୍ତର୍ଗତ ରାଜ୍ୟର ବିଧାନ ପରିଷଦକୁ ଭଙ୍ଗ କରି ଦିଆଯାଇଛି । ରାଜ୍ୟ ସରକାର ତରଫରୁ ବୁଧବାର ଜାରି ଅଧିସୂଚନାକୁ ଆଧାର କରି ରାଜ୍ୟର ଉଚ୍ଚ ସଦନ ବିଧାନ ପରିଷଦକୁ ଭଙ୍ଗ କରି ଦିଆଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ଜାରି ଅଧିସୂଚନା ପରେ ବର୍ତ୍ତମାନ ବିଧାନ ପରିଷଦର ସମସ୍ତ କର୍ମଚାରୀ ଅକ୍ଟୋବର ୨୨ରୁ ସାଧାରଣ ପ୍ରଶାସନ ବିଭାଗକୁ ରିପୋର୍ଟ କରିବେ । 

ଅନ୍ୟ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି
ଏହାସହ ସମୟ ସମୟରେ ବିଧାନ ପରିଷଦ ପାଇଁ କ୍ରୟ କରାଯାଇଥିବା ମୋଟର ବାହନଗୁଡିକ ଷ୍ଟେଟ ମୋଟର ଗ୍ୟାରେଜର ନିର୍ଦ୍ଦେଶକଙ୍କୁ ଟ୍ରାନ୍ସଫର କରି ଦିଆଯାଇଛି । ଏହା ବ୍ୟତୀତ ରାଜ୍ୟର ବିଧାନ ପରିଷଦର ସଚିବଙ୍କୁ ବିଧାନ ପରିଷଦ ଗୃହରେ ଥିବା ସମସ୍ତ ଫର୍ନିଚର ଓ ଇଲେକ୍ଟ୍ରୋନିକ ଗ୍ୟାଜେଟର ସମ୍ପତ୍ତି ନିର୍ଦ୍ଦେଶଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି । 

ଏହାସହ ବିଧାନ ପରିଷଦର ସଚିବ ପରିଷଦ ସହ ଯୋଡ଼ିତ ସମସ୍ତ ପ୍ରକାରର ରେକର୍ଡ ସଚିବାଳୟ ପରିଷଦକୁ ଟ୍ରାନ୍ସଫର କରି ଦିଆଯିବ । ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲ ସଂସଦରେ ପାସ ହେବା ପରେ ଅଗଷ୍ଟ ୯ରେ ଭାରତ ସରକାର ତରଫରୁ ନୂଆ ବ୍ୟବସ୍ଥା ଲାଗୁ ହେବାକୁ ନେଇ ତାରିଖ ଘୋଷଣା କରାଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାର ଅଗଷ୍ଟ ୯ରେ ଏହା ସମ୍ବନ୍ଧିତ ଏକ ଘୋଷଣା କରି ଆଦେଶ ଜାରି କରି କହିଥିଲା ଯେ ଜମ୍ମୁ କାଶ୍ମୀର ଓ ଲାଦ୍ଦାଖ ଅକ୍ଟୋବର ୩୧କୁ କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ ହେବ।