ଜାନୁଆରୀରେ ଜନ୍ମ ହୋଇଥିବା ବ୍ୟକ୍ତି, ହୋଇଥାନ୍ତି ଭଲ ଜୀବନସାଥୀ
Advertisement

ଜାନୁଆରୀରେ ଜନ୍ମ ହୋଇଥିବା ବ୍ୟକ୍ତି, ହୋଇଥାନ୍ତି ଭଲ ଜୀବନସାଥୀ

ଯେଉଁମାନେ ଜାନୁଆରୀରେ ଜନ୍ମଗ୍ରହଣ କରିଥାନ୍ତି ସେମାନଙ୍କ ଠାରେ ଅନେକ ଭଲଗୁଣ ଦେଖାଦେଇଥାଏ ବୋଲି ଜ୍ୟୋତିର୍ବିଦଙ୍କ ମତ ରହିଛି 

ଜାନୁଆରୀରେ ଜନ୍ମ ହୋଇଥିବା ବ୍ୟକ୍ତି, ହୋଇଥାନ୍ତି ଭଲ ଜୀବନସାଥୀ

ତପସ୍ୱିନୀ ମହାଳିକ, ନୂଆଦିଲ୍ଲୀ: ବର୍ଷ ଆରମ୍ଭର ପ୍ରଥମ ମାସ ଜନ୍ମ ହୋଇଥିବା ଲୋକେ ଢେର ଆଶାବାଦୀ ହୋଇଥାନ୍ତି । ଜାନୁଆରୀରେ ଜନ୍ମ ହୋଇଥିବା ବ୍ୟକ୍ତି ଖୁବ୍ ଏନର୍ଜେଟିକ ଓ କୌତୁକିଆ ଅଟନ୍ତି । ଏହା ସହିତ ବହୁତ ଭଲ ପାର୍ଟନର ଏବଂ ଭଲ ବନ୍ଧୁଟିଏ ପ୍ରମାଣିତ ହୋଇଥାନ୍ତି ।  ଯେଉଁମାନେ ଜାନୁଆରୀରେ ଜନ୍ମଗ୍ରହଣ କରିଥାନ୍ତି ସେମାନଙ୍କ ଠାରେ ଅନେକ ଭଲଗୁଣ ଦେଖାଦେଇଥାଏ ବୋଲି ଜ୍ୟୋତିର୍ବିଦଙ୍କ ମତ ରହିଛି । ତେବେ ଆସନ୍ତୁ ଜାଣିବା ଜନୁଆରିରେ ଜନ୍ମ ହୋଇଥିବା 
ବ୍ୟକ୍ତି ବିଶେଷଙ୍କର କିଛି ଗୁଣ ଓ ଲକ୍ଷଣ ।
fallback
ଏମାନେ ଭାଗ୍ୟଶାଳୀ:
ଜାନୁଆରୀରେ ଜନ୍ମ ହୋଇଥିବା ଲୋକେ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସବୁ ପରିସ୍ଥିତିରେ ଭାଗ୍ୟ ଏମାନଙ୍କ ସାଥ ଦେଇଥାଏ ।  ପରିଶ୍ରମ ଓ ଭାଗ୍ୟ ଏକା ସଙ୍ଗେ ଏମାନଙ୍କ ସାଥ୍ ଦେଉଥିବାରୁ ଏମାନେ ଅଧିକାଂଶ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି । ଜାନୁଆରୀରେ ଜନ୍ମ ହେଇଥିବା ଲୋକେ ସ୍ୱାଧୀନ ଭାବରେ ବଞ୍ଚିବା ପସନ୍ଦ କରନ୍ତି । ଏମାନେ କାହା ଅଧିନରେ ରହିବାକୁ ପସନ୍ଦ କରନ୍ତି ନାହିଁ । ପ୍ରାୟତଃ ଏମାନେ 'ଜିଓ ଅର୍ ଜିନେଦୋ' ମାନସିକାତାକୁ ନେଇ ଚାଲନ୍ତି । 

ଏମାନଙ୍କୁ ଏକ୍ସପେରିମେଣ୍ଟ କରିବା ପସନ୍ଦ :
ଜାନୁଆରୀରେ ଜନ୍ମ ନେଉଥିବା ବ୍ୟକ୍ତି ବିଶେଷ ଅଧିକାଂଶ ସମୟରେ ନୂଆ ନୂଆ ଏକ୍ସପେରିମେଣ୍ଟ କରିବାକୁ ବହୁତ ପସନ୍ଦ କରନ୍ତି । ଏହି ଲୋକମାନେ ଅଧିକ କଥା ହୋଇଥାନ୍ତି ଏବଂ ଏମାନେ କୌଣସି ଲୋକଙ୍କୁ କେବେ ବୋର କରିନଥାନ୍ତି । ଏମାନଙ୍କର ଏଡଭାଞ୍ଚରିୟସସ୍ ଓ ମଜାକିଆ ଗୁଣକୁ ଲୋକେ ଢେର ପସନ୍ଦ କରିଥାନ୍ତି । 

ଏମାନେ ଭଲ ପାର୍ଟନର ହୋଇଥାନ୍ତି :

ବର୍ଷର ପ୍ରଥମ ମାସ ଜନ୍ମଗ୍ରହଣ କରିଥିବା ଲୋକ ନିଜ ପାର୍ଟନର ବା ସାଥୀ ଉପରେ ଭରସା କରିବାକୁ ଟିକେ ସମୟ ନେଇଥାନ୍ତି । କିନ୍ତୁ ଥରେ ଯହା ଉପରେ ଏମାନଙ୍କର ବିଶ୍ୱାସ ହୋଇଯାଏ ତା ପରେ ଏମାନେ ହୃଦୟରୁ ଭଲପାଇବା ସହିତ ଭରସା ମଧ୍ୟ କରିଥାନ୍ତି । ଆଉ ଭଲ ପାର୍ଟନ ବନିବା ନେଇ ପରିଚୟ ମଧ୍ୟ ଦେଇଥାନ୍ତି । ହଁ ବେଳେ ବେଳେ ଏମାନ ଅଧିକ ଭାବୁକ ହୋଇଯାନ୍ତି, ପୁଣି ନିଭ ଭୁଲକୁ ସ୍ୱିକାର କରି ଅଗକୁ ବଢ଼ିବା ପାଇଁ ଚେଷ୍ଟା ମଧ୍ୟ କରନ୍ତି । 

ଜାନୁଆରୀରେ ଜନ୍ମିତ ବ୍ୟକ୍ତିବିଶେଷ ସ୍ପଷ୍ଟବାଦୀ:

ଜାନୁଆରୀରେ ନ୍ମମଗ୍ରହଣ କରିଥିବା ବ୍ୟକ୍ତିବିଷେଶ ନିଜ ନିଷ୍ପତ୍ତିକୁ ନେଇ ସ୍ପଷ୍ଟବାଦୀ ହୋଇଥାନ୍ତି ।  ଏହି ବ୍ୟକ୍ତିବିଶେଷ ଅଧିକାଂଶ ସତ କହିଥାନ୍ତି ଏବଂ ଯଦି ଥରେ କୌଣସି ନିଷ୍ପତ୍ତି ନିଅନ୍ତି କିମ୍ବା କୌଣସି କଥାକୁ ନେଇ ନିଜ ବିଚାର କେବେ ବଦଳାନ୍ତି ନାହିଁ । ଆଉ ତାକୁ କଳେ ବଳେ କୈଶଳେ ପୁରା କରିଥାନ୍ତି ।