Advertisement
Article Detail0/zeeodisha/odisha668250
Zee OdishaOther Newsକୋରୋନା ପାଇଁ ଚୀନ ବିପକ୍ଷରେ ଜାପାନର ଏପରି ପ୍ରତିଶୋଧ !

କୋରୋନା ପାଇଁ ଚୀନ ବିପକ୍ଷରେ ଜାପାନର ଏପରି ପ୍ରତିଶୋଧ !

ଚୀନରେ ଭୁଶୁଡ଼ିବ କି ଅର୍ଥବ୍ୟବସ୍ଥା...

କୋରୋନା ପାଇଁ ଚୀନ ବିପକ୍ଷରେ ଜାପାନର ଏପରି ପ୍ରତିଶୋଧ !

ନୂଆଦିଲ୍ଲୀ: କୋରୋନାକୁ ନେଇ ସମଗ୍ର ବିଶ୍ୱ ବର୍ତ୍ତମାନ ଏକ ପ୍ରକାର ଚୀନ ବିରୋଧରେ ଏକଜୁଟ ହେବାକୁ ଲାଗିଛନ୍ତି। ତେବେ ଏହି ଏକଜୁଟରେ ଭାରତ ମଧ୍ୟ ସାମିଲ ହୋଇଥିବା ଜଣାପଡ଼ିଛି। ତେବେ ଏମାନଙ୍କ ମଧ୍ୟରେ ଚୀନ ବିରୋଧରେ ଜାପାନ ଅଧିକ ପ୍ରତିକ୍ରିୟାଶୀଳ ହୋଇ ଉଠିଛି। କୋରୋନା ଭାଇରସ ପାଇଁ ସମଗ୍ର ବିଶ୍ୱ, ଏପରିକି ନିଜ ଦେଶର ହୋଇଥିବା ବ୍ୟାପକ କ୍ଷତି ପାଇଁ ଏକ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚୀନକୁ ଜାପାନ ପୂର୍ବରୁ ଧମକ ଦେଇ ସାରିଥିଲା। ଆଉ ଏଥିପାଇଁ ଜାପାନ ହୁଏତ ତାର ପ୍ରତିଶୋଧ ନେବାର କାର୍ଯ୍ୟ ଆରମ୍ଭ କରିଦେଇଛି।  

ମିଳିଥିବା ସୂଚନା ମୁତାବକ ଚୀନ ବିରୋଧରେ ବିଶ୍ୱର ଆର୍ଥିକ ମହାଶକ୍ତିର କେନ୍ଦ୍ରବିନ୍ଦୁ ପାଲଟିଥିବା ଜାପାନ ପ୍ରତିଶୋଧ ନେବା ଆରମ୍ଭ କରିଦେଇଛି। ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ଜାରି କରିଦେଇଛନ୍ତି। ଫଳରେ ଏଭଳି ଘୋଷଣା ପରେ ସେଠାକାର ବାସିନ୍ଦା ବେଶ ଆକ୍ରୋଶମୂଳକ ହୋଇ ପଡ଼ିଛନ୍ତି। ସେପଟେ ଚୀନରେ କାର୍ଯ୍ୟ କରୁଥିବା ଜାପାନର ସମସ୍ତ କମ୍ପାନୀକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଚନ୍ତି ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ।  

ଚୀନରେ ଜାପାନର ଯେତେ ସବୁ କାରଖାନା ବା ଶିଳ୍ପ ବର୍ତ୍ତମାନ କାର୍ଯ୍ୟରତ ସେସବୁକୁ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଷ୍ପତ୍ତି ନେଇଛନ୍ତି। ଜାପାନ ଏହି କମ୍ପାନୀ ସବୁକୁ ବନ୍ଦ କରିଦେଲେ ଚୀନର ଅର୍ଥନୀତି ବ୍ୟାପକ ଭାବେ ପ୍ରଭାବିତ ହେବ। କାରଣ ଚୀନରେ ଜାପାନର ସବୁଠାରୁ ଅଧିକ କମ୍ପାନୀ କାର୍ଯ୍ୟ କରୁଛି। ଜାପାନର ବଡ଼ ବଡ଼ ଫ୍ୟାକ୍ଟ୍ରି ମଧ୍ୟ କାର୍ଯ୍ୟ କରୁଛି। ଯେଉଁଗୁଡ଼ିକ ଚୀନକୁ ଆର୍ଥିକ ସମୃଦ୍ଧିର ପ୍ରମୁଖ କାରଣ ହୋଇଥାଏ।  

Add Zee News as a Preferred Source

ସେପଟେ ଏହି କମ୍ପାନୀ ଗୁଡ଼ିକ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସେଠାରେ କମ୍ପାନୀ ଗୁଡ଼ିକ ବନ୍ଦ ହୋଇଗଲେ ବ୍ୟବହୃତ ଯନ୍ତ୍ରାଂଶକୁ ଆଣିବା ପାଇଁ ମଧ୍ୟ କେନ୍ଦ୍ର ସରକାର ୨ ବିଲିୟନ ଡଲାର ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି। ଚୀନରେ ବର୍ତ୍ତମାନ ଟୋୟୋଟା, ଫ୍ୟୁଜି ଫିଲ୍ମ, କ୍ୟାନନ, ହୋଣ୍ଡା ଭଳି ବଡ଼ ବଡ଼ କମ୍ପାନୀ ଗୁଡିକ ସେଠାରେ ନିଜର କମ୍ପାନୀ ଖୋଲିଥିବା ଜଣାପଡ଼ିଛି। ତେବେ ଏଭଳି ସଂକଟ ସମୟରେ ଚୀନକୁ ଏକ ଶିକ୍ଷା ଯୋଗାଇବା ଲକ୍ଷ୍ୟରେ ଏସବୁ କରୁଥିବା ଜଣାପଡ଼ିଛି।  

ଏଠାରେ କହି ରଖୁଛୁ ଯେ, ଏହି କମ୍ପାନୀ ଗୁଡ଼ିକ ଚୀନରୁ ନିଜର କାରଖାନା ବନ୍ଦ କରିଲେ ଦେଶର ଅର୍ଥନୀତି ଉପରେ ଏକ ବଡ଼ ପ୍ରଭାବ ପଡ଼ିବ। କୋଟି କୋଟି ଟଙ୍କାର କ୍ଷତି ସହିବ ଚୀନ। ଯଦି ଜାପାନ ଏଭଳି କରେ, ତେବେ ଚୀନର ଜିଡ଼ିପି ଉପରେ ଲକ୍ଷାଧିକ କୋଟି କୋଟି ଟଙ୍କା ସିଧାସଳଖ ଭାବେ କ୍ଷତି ସହିବ ଚୀନ।  

ତେବେ ଏହାର ସୁଯୋଗ ନେବା ପାଇଁ ଭାରତ ମଧ୍ୟ ପ୍ରସ୍ତୁତ ହେଉଛି। ଚୀନରୁ ମୁହଁ ଫେରାଉଥିବା କମ୍ପାନୀ ଗୁଡିକ ଭାରତରେ ପ୍ରତିଷ୍ଠା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଞ୍ଜୋ ଆବେଙ୍କ  ସହିତ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ଏହି ଆଲୋଚନାର କୌଣସି ନିଷ୍କର୍ସ ବାହାରି ପାରିନଥିବା ଜଣାପଡ଼ିଛି।  

About the Author