Bihar Assembly Election 2020: ଜେଡିୟୁ ସହ ଆଗକୁ ବଢିବ ବିଜେପି ଗାଡ଼ି

ନାଗରିକ ସଂଶୋଧନ ଆଇନ ଓ ଏନଆରସିକୁ ନେଇ ଦେଶରେ ଦେଖାଦେଇଥିବା ଭ୍ରମକୁ ଦୂର କରିବା ପାଇଁ ବିଭିନ୍ନ ସ୍ଥାନକୁ ଯାଇ ଜନସଚେତନତା କାର୍ଯ୍ୟକ୍ରମ କରୁଛି ବିଜେପି ।

Bihar Assembly Election 2020: ଜେଡିୟୁ ସହ ଆଗକୁ ବଢିବ ବିଜେପି ଗାଡ଼ି

ବିହାର: ନାଗରିକ ସଂଶୋଧନ ଆଇନ ଓ ଏନଆରସିକୁ ନେଇ ଦେଶରେ ଦେଖାଦେଇଥିବା ଭ୍ରମକୁ ଦୂର କରିବା ପାଇଁ ବିଭିନ୍ନ ସ୍ଥାନକୁ ଯାଇ ଜନସଚେତନତା କାର୍ଯ୍ୟକ୍ରମ କରୁଛି ବିଜେପି । ଗୃହମନ୍ତ୍ରୀ ଅମିତ ଶାହ ଏହି ପରିପ୍ରେକ୍ଷୀରେ ବିହାର ପହଞ୍ଚିଛନ୍ତି । ବିହାରର ବୈଶାଳୀରେ ଅମିତ ଶାହା ଜନସଭାରେ ଯୋଗ ଦେଇ ବିରୋଧୀଙ୍କୁ ତୀର ମାରିଛନ୍ତି ।

ଆଗକୁ ବିହାର ନିର୍ବାଚନ ଥିବାବେଳେ ଏବେଠୁ ବିହାରରେ ଡେରା ପକାଇଲାଣି ଗେରୁଆ ଦଳ । ବୈଶାଳୀରେ ଆୟୋଜିତ ସଭାରେ ସମସ୍ତଙ୍କ ସାମ୍ନାରେ ଶାହା ଖୁଲାସା କରିଛନ୍ତି ଯେ ଏଥର ମଧ୍ୟ ନୀତିଶ କୁମାରଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢିବ । ୨୪୩ ବିଧାନସଭା ଆସନ ବିଶିଷ୍ଟ ବିହାର ବିଧାନସଭାରେ ୧୨୨ ହେଉଛି ମ୍ୟାଜିକ ନମ୍ୱର । ଆଉ ବିଜେପି ଜେଡିୟୁ ସହ ମେଣ୍ଟ କରି ନିର୍ବାଚନକୁ ଓହ୍ଲାଇବ ବୋଲି ଶାହା ସ୍ପଷ୍ଟ କରିଛନ୍ତି।

ଶାହା ଏହା ମଧ୍ୟ କହିଛନ୍ତି ଯେ ବିହାରରେ ଲୋକେ ଟୁପୁରୁଟାପୁରୁ ହେଉଛନ୍ତି ଏନଡିଏ ଭିତରୁ ଭାଙ୍ଗିବାରେ ଲାଗିଛି, ଆଉ ଏହି ବିଷୟରେ ମୁଁ, ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଏଥର ମଧ୍ୟ ବିଜେପି ମେଣ୍ଟ ସରକାର କରିବ ଓ ଜେଡିୟୁ ସହ ବିଜେପିର କୈଣସି ପ୍ରକାର ଫାଟ ସୃଷ୍ଟି ହୋଇ ନାହିଁ ।   

୨୦୧୫ ନିର୍ବାଚନରେ ଜେଡିୟୁ, ଆରଜେଡି ଓ କଂଗ୍ରେସ ମହାମେଣ୍ଟ କରି ନିର୍ବାଚନକୁ ଓହ୍ଲାଇଥିଲେ ଏବଂ ବିଜୟ ମଧ୍ୟ ହୋଇଥିଲେ । ମାତ୍ର ସରକାର ଗଠନର କିଛି ଦିନ ପରେ ଜେଡିୟୁ ମହାମେଣ୍ଟରୁ ଓହରି ଯାଇଥିଲା ଓ ବିଜେପି ସହ ହାତ ମିଶାଇଥିଲା । ସମ୍ମତି କ୍ରମେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଚଳିତ ଥର ମଧ୍ୟ ଜେଡିୟୁ କାନ୍ଧରେ ବସି ବିଜେପି ନିର୍ବାଚନୀ ବୈତରଣୀ ପାର ହେବ ବୋଲି ଅମିତ ଶାହ ସ୍ପଷ୍ଟ କରିଛନ୍ତି । ସେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ଯେ ମୋଦି ଦେଶ ପାଇଁ କରୁଥିବା ଜନମଙ୍ଗଳକାରୀ କାର୍ଯ୍ୟରେ ସମସ୍ତେ ସମର୍ଥନ କରନ୍ତୁ ।

ଅପରପକ୍ଷରେ ବିରୋଧୀ ମମତା ବାନାର୍ଜୀ ଓ କଂଗ୍ରେସକୁ ମଧ୍ୟ କଡ଼ା କଟାକ୍ଷ କରିଛନ୍ତି ଶାହା । ମମତା ଓ କଂଗ୍ରେସ ଲୋକଙ୍କୁ ସିଏଏ ବିରୋଧରେ ଭୂଆଁ ବୁଲାଉଥିବା କହିଛନ୍ତି ଶାହ ।