୫ଟି ପର୍ଯ୍ୟାୟରେ ହେବ ଝାରଖଣ୍ଡ ବିଧାନସଭା ନିର୍ବାଚନ, ୨୩ରେ ଆସିବ ଫଳାଫଳ

ଝାରଖଣ୍ଡ ବିଧାନସଭାକୁ ନେଇ ଆଜି ଘୋଷଣା ହୋଇଯାଇଛି ନିର୍ବାଚନ ତାରିଖ । ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋଡ଼ା ଶୁକ୍ରବାର ରାଜ୍ୟର ୮୧ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ରାଜ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟର ମତଦାନ ନଭେମ୍ୱର ୩୦ ହେବ । ସେହିପରି ଡିସେମ୍ୱର ୭ରେ ଦ୍ୱିତୀୟ ପର୍ଯ୍ୟାୟ, ଡିସେମ୍ୱରରେ ୧୨ ତୃତୀୟ ପର୍ଯ୍ୟାୟ , ଡିସେମ୍ୱର ୧୬ରେ ଚତୁର୍ଥ ପର୍ଯ୍ୟାୟର ଓ ପଞ୍ଚମ ତଥା ଶେଷ ପର୍ଯ୍ୟାୟର ମତଦାନ ଡିସେମ୍ୱର ୨୦ରେ ହେବ । ନିର୍ବାଚନର ଫଳାଫଳ ଡିସେମ୍ୱର ୨୩ରେ ଆସିବ । ଝାରଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୨୦୨୦ ଜାନୁୟାରୀ ୨୦ରେ ଶେଷ ହେବ । ଏହାପୂର୍ବରୁ ନୂଆ ସରକାର ଗଠନ ହେବା ବାଧ୍ୟତାମୂଳକ । 

୫ଟି ପର୍ଯ୍ୟାୟରେ ହେବ ଝାରଖଣ୍ଡ ବିଧାନସଭା ନିର୍ବାଚନ, ୨୩ରେ ଆସିବ ଫଳାଫଳ

ନୂଆଦିଲ୍ଲୀ: ଝାରଖଣ୍ଡ ବିଧାନସଭାକୁ ନେଇ ଆଜି ଘୋଷଣା ହୋଇଯାଇଛି ନିର୍ବାଚନ ତାରିଖ । ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋଡ଼ା ଶୁକ୍ରବାର ରାଜ୍ୟର ୮୧ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ରାଜ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟର ମତଦାନ ନଭେମ୍ୱର ୩୦ ହେବ । ସେହିପରି ଡିସେମ୍ୱର ୭ରେ ଦ୍ୱିତୀୟ ପର୍ଯ୍ୟାୟ, ଡିସେମ୍ୱରରେ ୧୨ ତୃତୀୟ ପର୍ଯ୍ୟାୟ , ଡିସେମ୍ୱର ୧୬ରେ ଚତୁର୍ଥ ପର୍ଯ୍ୟାୟର ଓ ପଞ୍ଚମ ତଥା ଶେଷ ପର୍ଯ୍ୟାୟର ମତଦାନ ଡିସେମ୍ୱର ୨୦ରେ ହେବ । ନିର୍ବାଚନର ଫଳାଫଳ ଡିସେମ୍ୱର ୨୩ରେ ଆସିବ । ଝାରଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୨୦୨୦ ଜାନୁୟାରୀ ୨୦ରେ ଶେଷ ହେବ । ଏହାପୂର୍ବରୁ ନୂଆ ସରକାର ଗଠନ ହେବା ବାଧ୍ୟତାମୂଳକ । 

ନିର୍ବାଚନ ତାରିଖ ଘୋଷଣା ସହ ଝାରଖଣ୍ଡରେ ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ୱରେ ବିଜେପି କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବାକୁ ଚାହିବ । ବିଜେପି ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଧାନସଭା ନିର୍ବାଚନ ପାଇଁ ୬୫ ପ୍ଲସର ଟାର୍ଗେଟ ରଖିଛି । ବିଜେପି ଓ ଏଜେଏସୟୁ ମିଶି ନିର୍ବାଚନୀ ମୈଦାନରେ ଓହ୍ଲାଇବାର ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜନ ଆଶିର୍ବାଦ ଯାତ୍ରା ମାଧ୍ୟମରେ ବିଜେପି ସପକ୍ଷରେ ମାହୌଲ କରିବାରେ ଲାଗିଛନ୍ତି । 

ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ସମସ୍ତ ବିରୋଧୀ ଦଳ ଏକଜୁଟ ହେବାରେ ଲାଗିଛି । ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଧ୍ୟକ୍ଷ ହେମନ୍ତ ସୋରେନ ପୁଣିଥରେ କ୍ଷମତାକୁ ଫେରିବା ପାଇଁ ପରିବର୍ତ୍ତନ ଯାତ୍ରା ବାହାର କରିଛନ୍ତି । ସେ ବିଜେପି ବିରୋଧରେ ଜୋରଦାର ପ୍ରଚାରରେ ଲାଗି ପଡିଛନ୍ତି । ସେହିପରି କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ପଦ ରାମେଶ୍ୱର ଉରାମ୍ୱଙ୍କୁ ଦେଇ ଆଦିବାସୀ କାର୍ଡ ଖେଳିଛି ଦଳ । ଏହା ବ୍ୟତୀତ ବାବୁଲାଲ ମାରାଣ୍ଡିଙ୍କ ପାର୍ଟି ଜେବିଏମ ଏକାକୀ ନିର୍ବାଚନ ଲଢିବାକୁ ପ୍ରସ୍ତୁତି କରୁଛି ।

ଝାରଖଣ୍ଡ ବିଧାନସଭାରେ ୮୧ଟି ଆସନ ରହିଛି । ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ୩୧.୩ ପ୍ରତିଶତ ଭୋଟ ସହ ୩୭ଟି ଆସନ ଜିତିବାରେ ସଫଳ ହୋଇଥିଲା । ସେହିପରି ସହଯୋଗୀ ଅଲ ଇଣ୍ଡିଆ ଷ୍ଟୁଡେଣ୍ଡ ୟୁନିୟନ(ଏଜେଏସୟୁ) ୩.୭ ପ୍ରତିଶତ ଭୋଟ ସହ ୫ଟି ଆସନ ଜିତିଥିଲା ।

ଅନ୍ୟପକ୍ଷେ ଜେଏମଏମ ୨୦.୪ ପ୍ରତିଶତ ଭୋଟ ସହ ୧୯ଟି ଆସନ, କଂଗ୍ରେସ ୧୦.୫ ପ୍ରତିଶତ ଭୋଟ ସହ ୭ଟି ଆସନ ଓ ଜେବିଏମ ୧୦ ପ୍ରତିଶତ ଭୋଟ ସହ ୮ଟି ଆସନ ଜିତିବାରେ ସଫଳ ହୋଇଥିଲା । ନିର୍ବାଚନ ପରେ ଜେବିଏମର ୬ ବିଧାୟକ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ ।