'ମହା' ନାଟକ ପରେ ମେଣ୍ଟକୁ ଡର ! ଝାଡଖଣ୍ଡରେ ଏକା ଲଢିବ ବିଜେପି
Advertisement

'ମହା' ନାଟକ ପରେ ମେଣ୍ଟକୁ ଡର ! ଝାଡଖଣ୍ଡରେ ଏକା ଲଢିବ ବିଜେପି

ମେଣ୍ଟ କରି ନିର୍ବାଚନ ଲଢିଥିଲେ । ଜନାଦେଶ ବି ମେଣ୍ଟ ସପକ୍ଷରେ ଆସିଲା । ହେଲେ ଫଳାଫଳ ପରେ ଫର୍ମୁଲା ପାଠ ପଢାଇଲା ସହଯୋଗୀ ଦଳ ଶିବସେନା । ମହାରାଷ୍ଟ୍ରର ଏହି ଘଟଣା ପରେ ଏବେ ଚିହିକି ଉଠିଛି ବିଜେପି । ମେଣ୍ଟ ଛାଇ ଦେଖିଲେ ଡରୁଛି ଗେରୁଆ ଦଳ । ଆଗକୁ ହେବାକୁ ଥିବା ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଏକାକୀ ଲଢିବା ପାଇଁ ନିଷ୍ପତ୍ତି ନେଇିଛି ଭାରତୀୟ ଜନତା ପାର୍ଟି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ମେଣ୍ଟ କରି ନିର୍ବାଚନ ଲଢିଥିଲେ । ଜନାଦେଶ ବି ମେଣ୍ଟ ସପକ୍ଷରେ ଆସିଲା । ହେଲେ ଫଳାଫଳ ପରେ ଫର୍ମୁଲା ପାଠ ପଢାଇଲା ସହଯୋଗୀ ଦଳ ଶିବସେନା । ମହାରାଷ୍ଟ୍ରର ଏହି ଘଟଣା ପରେ ଏବେ ଚିହିକି ଉଠିଛି ବିଜେପି । ମେଣ୍ଟ ଛାଇ ଦେଖିଲେ ଡରୁଛି ଗେରୁଆ ଦଳ । ଆଗକୁ ହେବାକୁ ଥିବା ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଏକାକୀ ଲଢିବା ପାଇଁ ନିଷ୍ପତ୍ତି ନେଇିଛି ଭାରତୀୟ ଜନତା ପାର୍ଟି । 

ଆସନ୍ତା ନଭେମ୍ବର ୩୦ରୁ ୫ଟି ପର୍ଯ୍ୟାୟରେ ଝାଡଖଣ୍ଡ ବିଧାନସଭା ନିର୍ବାଚନ ହେବ । ତେବେ ଏହା ପୂର୍ବରୁ ହିଁ ଭାରତୀୟ ଜନତା ପାର୍ଟି(ବିଜେପି) ଏବଂ ଅଲ ଝାଡଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ(ଏଜେଏସୟୁ) ମଧ୍ୟରେ ମେଣ୍ଟ ଭାଙ୍ଗି ଯାଇଛି । ଆସନ ବୁଝାମଣା ନ ଛିଣ୍ଡିବାରୁ ମେଣ୍ଟ ଭାଙ୍ଗିଥିବା ଜଣାପଡିଛି । ଏବେ ଝାଡଖଣ୍ଡରେ ଏକାକୀ ସମସ୍ତ  ୮୦ ଆସନରେ ଲଢିବ ବିଜେପି । 

fallback

ଏଜେଏସୟୁ ଅଧ୍ୟକ୍ଷ ସୁଦେଶ ମହତୋ ଯେତିକି ଆସନ ଦାବି କଲେ, ସେତିକି ଆସନ ଦେବାକୁ ପ୍ରସ୍ତୁତ ନୁହେଁ ବିଜେପି । ଏବେ ଦଳ ଭଲରେ ବୁଝିଛି, ଏକାକୀ ହିଁ ବହୁମତ ହାସଲ କରିବାକୁ ପଡିବ । ନହେଲେ, ସବୁବେଳେ ସହଯୋଗୀ ଦଳଠୁ ବ୍ଲାକମେଲିଂର ସାମ୍ନା କରିବା ଥୟ । ମହାରାଷ୍ଟ୍ରରେ ଯାହା ହେଲା, ଝାଡଖଣ୍ଡରେ ବି ତାହା ହେବନି ତ ? ଯଦି ବିଧାନସଭା ନିର୍ବାଚନରେ ଅଧିକ ଆସନ ସହଯୋଗୀ ଦଳଗୁଡିକ ଦିଆଯାଏ, ତେବେ ସରକାର ଗଠନ ପାଇଁ ସେମାନଙ୍କ ଉପରେ ନିର୍ଭର କରିବାକୁ ପଡିବ । ମହାରାଷ୍ଟ୍ରକୁ ଦେଖି ବିଜେପିର ଏବେ ଚେତା ପଶିଥିବା କୁହାଯାଉଛି ।