ଝାରସୁଗୁଡ଼ାର ଝିଅ ସୁନିତା ମୁର୍ମୁଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ସବୁକିଛି
Advertisement

ଝାରସୁଗୁଡ଼ାର ଝିଅ ସୁନିତା ମୁର୍ମୁଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ସବୁକିଛି

ଓଡ଼ିଶାର ମହିଳା ଖେଳାଳୀଙ୍କୁ ମିଳୁନି ପ୍ରତ୍ସୋହନ

ଝାରସୁଗୁଡ଼ାର ଝିଅ ସୁନିତା ମୁର୍ମୁଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ସବୁକିଛି

ଗାୟତ୍ରୀ ଚକ୍ରବର୍ତ୍ତୀ, ଭୁବନେଶ୍ୱର: ଝାରସୁଗୁଡ଼ାର ଝିଅ ସୁନିତା ମୁର୍ମୁ । ପିଲା ଦିନରୁ ଲକ୍ଷ୍ୟ ଥିଲା ଜଣେ କ୍ରିକେଟର ହେବେ ଏବଂ ଜିଲ୍ଲା ସହିତ ଦେଶର ନାଁକୁ ମଧ୍ୟ ଉଚ୍ଚ କରିବେ । ସେଥିପାଇଁ କଠିନ ପରିଶ୍ରମ କରି ସେ ୨୦୧୩ ମସିହାରେ ଓଡ଼ିଶା ପାଇଁ ୧୯ ବର୍ଷରୁ କମ୍ ଦଳରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ତା'ପରେ ୨୩ ବର୍ଷରୁ କମ୍ କ୍ରିକେଟ ପ୍ରତିଯୋଗିତା ଏବଂ ଏବେ ଏବେ ନାଗପୁରରେ ଓଡ଼ିଶା ପାଇଁ ସିନିୟର ମହିଳା କ୍ରିକେଟ ଖେଳିଛନ୍ତି ସୁନିତା । ତେବେ ବିଡ଼ମ୍ବନାର ବିଷୟ, ଓଡ଼ିଶାରେ ମହିଳା ଖେଳାଳିଙ୍କୁ ସେତେଟା ପ୍ରୋତ୍ସାହନ ମିଳି ନଥାଏ । ତେଣୁ କ୍ରିକେଟ୍ ଷ୍ଟାଡିୟମ, କ୍ରିକେଟ କୋଚ୍, କ୍ରିକେଟ ଖେଳର ଘୋର ଅଭାବ ରହିଛି । ତେଣୁ ପୁଅ ପିଲାଙ୍କ ସାଙ୍ଗେ କ୍ରିକେଟ ଅଭ୍ୟାସ କରନ୍ତି ସୁନିତା । ଅନ୍ୟପଟେ ଖେଳାଳୀଙ୍କୁ ପ୍ରୋତ୍ସାହନ କରିବା ସଙ୍ଗେ ସଙ୍ଗେ ନିଯୁକ୍ତି ଦେବାରେ ମଧ୍ୟ ପ୍ରଶାସନ ବିଫଳ ହୋଇଛି । ତେଣୁ ମହିଳା ଖେଳାଳୀ ମାନେ ଖେଳ ଛାଡ଼ି ଅନ୍ୟକାମ କରୁଛନ୍ତି । ଜିଲ୍ଲାରେ ଅନେକ ଶିଳ୍ପ ଅନୁଷ୍ଠାନ ଗଢି ଉଠିଛି । ମାତ୍ର ମହିଳା ଖେଳାଳିଙ୍କୁ କୌଣସି ପ୍ରକାର ନିଯୁକ୍ତି ଦେବାରେ ପାରଙ୍ଗମ ନୁହେଁ ଜିଲ୍ଲା ପ୍ରଶାସନ । କ୍ରିକେଟ୍ ଖେଳରେ ବ୍ୟବହୃତ ହେଉଥିବା ସାମଗ୍ରୀ ମଧ୍ୟ ବହୁତ ମହଙ୍ଗା । ତେଣୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ମହିଳା ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସହ ନିଯୁକ୍ତିର ବ୍ୟବସ୍ଥା କଲେ ଲୁଚି ଯାଉଥିବା ମହିଳା ଖେଳାଳି ମାନେ ନିଜର ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ସହ ଜିଲ୍ଲା, ରାଜ୍ୟ ତଥା ଦେଶର ନାଁ ରଖିପାରିବେ ।

ଝାରସୁଗୁଡ଼ା ପାଇଁ ଗର୍ବ ହେଉଛନ୍ତି ସୁନିତା । ଜିଲ୍ଲାରେ ଆବଶ୍ୟକ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସୁବିଧା ନ ଥିବା ସତ୍ତ୍ୱେ ସୁନିତା କଠୋର ପରିଶ୍ରମ କରି ଓଡ଼ିଶା ପାଇଁ କ୍ରିକେଟ୍ ଖେଳିଛନ୍ତି । ତାଙ୍କୁ ଦେଖି ଅନ୍ୟ ଝିଅମାନେ ମଧ୍ୟ ଖେଳକୁ ବାଛି ଏବେ ପଡ଼ିଆକୁ ଆସୁଛନ୍ତି ବୋଲି କହିଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏସନର ଯୁଗ୍ମ ସଂପାଦକ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ।