• ଆଜି ‘ମନ କି ବାତ୍’ର ୬୨ତମ ସଂସ୍କରଣ
  • ବିଜେଡ଼ି ସଭାପତି ନିର୍ବାଚନ
  • ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ
  • ଆଜି ଭାରତ ଫେରିବ ଅଣ୍ଡରୱାର୍ଲଡ ଡ଼ନ୍ ରବି ପୂଜାରୀ
  • ଗତ ସପ୍ତାହରେ ଆଫ୍ରିକାର ସେନେଗଲରୁ ହୋଇଥିଲା ଗିରଫ
  • ଭାରତୀୟ ସୁରକ୍ଷା ସଂସ୍ଥା ଦୀର୍ଘ ବର୍ଷ ହେଲା ପ୍ରତ୍ୟାବର୍ତ୍ତନ ପାଇଁ କରୁଥିଲା ଉଦ୍ୟମ
  • ଶାହୀନ ବାଗ ପରେ ଜାଫରାବାଦରେ ସିଏଏ ଓ ଏନଆରସିକୁ ବିରୋଧ
  • ଜାଫରାବାଦ ମେଟ୍ରୋ ଷ୍ଟେସନ ନିକଟରେ ଆନ୍ଦୋଳନ
  • ଜାଫରାବାଦ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ବାଟ ବନ୍ଦ
  • ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ

ଏପଟେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ସେପଟେ ଅସ୍ତ୍ରବିରତି ଉଲଂଘନ

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ବର୍ଷ ପୂର୍ତ୍ତିରେ ସହିଦ ଦିବସ ପାଳନ ହେଇଥିବାବେଳେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି ପାକିସ୍ତାନ ।

ଏପଟେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ସେପଟେ ଅସ୍ତ୍ରବିରତି ଉଲଂଘନ
ପ୍ରତୀକାତ୍ମକ ଫଟୋ

ପ୍ରକାଶ ରଞ୍ଜନ ପରିଡ଼ା, ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ବର୍ଷ ପୂର୍ତ୍ତିରେ ସହିଦ ଦିବସ ପାଳନ ହେଇଥିବାବେଳେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ଜମ୍ମୁ କାଶ୍ମୀରର ପୁଞ୍ଛ ସେକ୍ଟରରେ ଥିବା ଶାହପୁରାରେ ପ୍ରବଳ ଗୁଳିମାଡ଼ କରିବା ସହ ମୋର୍ଟାର ମାଡ଼ କରିଛି ପାକ ସେନା । ଶାହପୁର ଓ କିରନୀ ସେକ୍ଟରରେ ସେନା ପକ୍ଷରୁ ଆଲର୍ଟ ଜାରି ହୋଇଛି । ପାକିସ୍ତାନୀ ଗୁଳିମାଡ଼ରୁ ବର୍ତ୍ତିବା ପାଇଁ ବଙ୍କରରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଆଲର୍ଟ ଜାରି ହେବା ପରେ ମଧ୍ୟ ଗୁଳିମାଡ଼ରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ସେପଟେ ଭାରତୀୟ ସେନା ପକ୍ଷରୁ ପାଲଟା ଜବାବ ଦିଆଯାଇଛି । 

ଶୁକ୍ରବାର ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ନଜରବନ୍ଦୀ ରଖାଯିବା ବିରୋଧରେ ଦାୟର ହୋଇଥିବା ମାମଲାର ଶୁଣାଣି ହୋଇଛି । ଅବଦୁଲ୍ଲାଙ୍କୁ ଅଟକ ରଖାଯିବା ବିରୋଧରେ ତାଙ୍କ ଭଉଣୀ ସାରା ଅବଦୁଲ୍ଲା ପାଇଲଟ ମାମଲା ରୁଜୁ କରିଥିଲେ । ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହୋଇଛି ।  ଜମ୍ମୁ କାଶ୍ମୀର ପ୍ରଶାସନକୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ କୋର୍ଟ । ମାମଲାରେ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨ ତାରିଖରେ କରିବାକୁ ସୁପ୍ରିମକୋର୍ଟ  ଧାର୍ଯ୍ୟ କରିଛନ୍ତି । ଧାରା ୩୭୦ ଉଚ୍ଛେଦ ପରେ ପବ୍ଲିକ ସେପ୍ଟି ଆକ୍ଟ ଆଧାରରରେ ଅବଦୁଲ୍ଲାଙ୍କ ସମେତ ବହୁ ନେତାଙ୍କୁ ଅଟକ ରଖା ଯାଇଥିଲା । 

ସେପଟେ କାଶ୍ମୀରରୁ ଦିଲ୍ଲୀ ଫେରିବା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି ୨୫ଟି ଦେଶର ପ୍ରତିନିଧିମଣ୍ଡଳୀ । ଧାରା ୩୭୦ ଉଚ୍ଛେଦ ପରେ  ଗ୍ରାଉଣ୍ଡ ଜିରୋ ସ୍ଥିତି ପରଖିବାକୁ ୧୩ ତାରିଖରେ କାଶ୍ମୀର ଗସ୍ତ କରିଥିଲେ ପ୍ରତିନିଧି । ଦ୍ୱିତୀୟ ଥର ପାଇଁ ବିଦେଶୀ ରାଷ୍ଟ୍ରଦୂତଙ୍କର ପ୍ରତିନିଧିମଣ୍ଡଳୀ ଶ୍ରୀନଗର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗସ୍ତ ସମୟରେ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛିଲେ ବିଦେଶୀ ପ୍ରତିନିଧି । ଏଥିରେ ଫ୍ରାନ୍ସ, ଜର୍ମାନୀ, କାନାଡ଼ା ଏବଂ ଆଫଗାନିସ୍ତାନ ସମେତ ୨୫ଟି ଦେଶର ରାଷ୍ଟ୍ରଦୂତ ସାମିଲ ଅଛନ୍ତି । ଗତ ଏକମାସ ମଧ୍ୟରେ ଏହା ହେଉଛି ବିଦେଶୀ ପ୍ରତିନିଧିମଣ୍ଡଳୀର ଦ୍ୱିତୀୟ ଜମ୍ମୁ-କାଶ୍ମୀର ଗସ୍ତ । 

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ପୂରିଛି ବର୍ଷେ । ଆତଙ୍କବାଦୀ ଆକ୍ରମଣରେ ୪୦ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ବର୍ଷ ପୂର୍ତ୍ତି ଅବସରରେ ପୁଲୱାମାର ଲେଥପୋରା କ୍ୟାମ୍ପରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଛି । ସିଆରପିଏଫ ଡିଜିଙ୍କ ସମେତ ସେନା ପଦାଧିକାରୀ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇଥିଲେ । ଏହାସହିତ  ସହିଦଙ୍କ ସ୍ମୃତିରେ ନିର୍ମାଣ ହୋଇଥିବା ସ୍ମୃତି ସ୍ତମ୍ବ ଉଦଘାଟିତ ହୋଇଛି ।

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ମନେ ପକାଇଛି ଦେଶ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସହିଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଦେଶ ପାଇଁ ବଳିଦାନ ଦେଇଥିବା ପୁଲୱାମା ସହିଦଙ୍କୁ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୦୧୯ ଫେବୃଆରୀ ୧୪ରେ ସିଆରପିଏଫ ଯବାନଙ୍କ ଗାଡ଼ି ଉପରେ ଆକ୍ରମଣ ସହ ଆଇଇଡି ବିସ୍ଫୋରଣ କରି ଗାଡ଼ି ଉଡାଇ ଦେଇଥିଲେ ଆତଙ୍କବାଦୀ । ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ସମସ୍ତ ୪୦ ଯବାନଙ୍କ ଘରୁ ସଂଗ୍ରହ କରାଯାଇଥିବା ମାଟି କଳସକୁ ସହିଦ ସ୍ମାରକରେ ସମର୍ପଣ କରିଛନ୍ତି ମହାରାଷ୍ଟ୍ରର ଉମେଶ ଯାଦବ । ଆକ୍ରମଣ ଘଟଣା ପରେ ସମସ୍ତ ସହିଦଙ୍କ ଜନ୍ମମାଟିରୁ ସେ ମାଟି ସଂଗ୍ରହ କରିଥିଲେ ।  ସେପଟେ ପୁଲୱାମା ଘଟଣାକୁ ନେଇ ଆରମ୍ଭ ହୋଇଛି  ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ବିବାଦୀୟ ଟ୍ୱିଟ କରି ନିଆଁରେ ଘିଅ ଢ଼ାଳିଛନ୍ତି ।  ପୁଲୱାମା ଆତଙ୍କବାଦୀ ଆକ୍ରମଣ ବିଜେପି ପାଇଁ ଲାଭ ଦାୟକ ହୋଇଥିଲା ବୋଲି ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି । ସେପଟେ ସମାନ ଅଭିଯୋଗ ଆଣିଛନ୍ତି ନୱାବ ମଲିକ । ଏପରି ବୟାନକୁ ନିନ୍ଦା କରିବା ସହ କ୍ଷମା ମାଗିବାକୁ ଦାବି କରିଛନ୍ତି ବିଜେପି ନେତା ।

ଆହୁରି ପଢ଼ନ୍ତୁ; ମୋଦିଙ୍କ ସେହି କେଇପଦ କଥା, ଯାହା ଲେଖି ଦେଇଥିଲା ପୁଲୱାମା ବଦଲା କାହାଣୀ