୮ ମାସ ପରେ ଜେଲରୁ ମୁକୁଳିଲେ ମୁଫତି
Trending Photos
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ପ୍ରମୁଖ ମେହବୁବା ମୁଫତୀ ୭ମାସ ପରେ ମୁକୁଳିଛନ୍ତି। ସରକାରୀ ବାସଭବନରେ ନଜର ବନ୍ଦୀ ଭାବେ ରହିଥିବା ତାଙ୍କ ନିଜ ଘରକୁ ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କ ନିଜ ଘରେ ମଧ୍ୟ ସେ ନଜର ବନ୍ଦୀରେ ରହିବେ ବୋଲି ଜଣାପଡ଼ିଛି।
ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ଆଦେଶ ମୁତାବକ ମୌଲାନା ଆଜାଦ ରୋଡ଼ସ୍ଥିତ ଅସ୍ଥାୟୀ ଭାବେ ରହିଥିବା ଜେଲରେ ବିଗତ ୭ ମାସ ଧରି ମେହବୁବା ମୁଫତୀ ନଜର ବନ୍ଦୀରେ ରହି ଆସୁଥିଲେ। ତେବେ ଏଠାରୁ ସରକାରୀ ଭାବେ ମୁଫତୀଙ୍କୁ ତାଙ୍କ ବାସଭବନକୁ ସ୍ଥାନାନ୍ତର କରି ଦିଆଯାଇଛି। ବର୍ତ୍ତମାନ ତାଙ୍କ ଘରକୁ ମଧ୍ୟ ସରକାରୀ ସ୍ତରରେ ଅସ୍ଥାୟୀ ଜେଲ ଭାବେ ଘୋଷିତ କରିଦିଆଯାଇଛି। ତେବେ ଏହା ପୂର୍ବରୁ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫ୍ରେନ୍ସର ଉପାଧ୍ୟକ୍ଷ ଉମର ଅବ୍ଦୁଲ୍ଲା ଟ୍ୱିଟମାଧ୍ୟମରେ ମେହବୁବାଙ୍କ ମୁକ୍ତି ପାଇଁ କହିଥିଲେ।
ସୂଚନା ଯୋଗ୍ୟ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କରିଥିଲେ। ଏହା ପୂର୍ବରୁ ଗତବର୍ଷ ଅଗଷ୍ଟ ମାସ ୫ ତାରିଖରେ ମେହବୁବା ମୁଫତିଙ୍କୁ ନଜର ବନ୍ଦୀ ଭାବେ ରଖାଯାଇଥିଲା। ଏହା ପରେ ୬ ଫେବୃଆରୀରେ ପିଏସଏ ଲାଗୁ କରାଯାଇଥିଲା। ଏହି ନିୟମକୁ ସମ୍ପୂର୍ଣ୍ଣ ଭାବେ ହଟାଇବା ସହିତ ତତ୍କାଳୀନ ଜମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷିତ କରାଯାଇଥିଲା।