close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ହଷ୍ଟେଲ ଫିସ ବୃଦ୍ଧିକୁ ନେଇ ଜେଏନୟୁରେ ପ୍ରଦର୍ଶନ, କ୍ୟାମ୍ପସରେ ସିଆରପିଏଫ ମୁତୟନ

ଜବାହରଲାଲ ନେହରୁ ବିଶ୍ୱ ବିଦ୍ୟାଳୟରେ ହଷ୍ଟେଲ ପିସ୍ ବୃଦ୍ଧିକୁ ନେଇ ବିଦ୍ୟାର୍ଥୀଙ୍କ ପ୍ରଦର୍ଶନ ଜାରି ରହିଛି । ଜେଏନୟୁ କ୍ୟାମ୍ପସରେ ବର୍ତ୍ତମାନ ପାରା ମିଲିଟ୍ରି ଫୋର୍ସର ବା ସିଆରପିଏଫ ମୁତୟନ କରାଯାଇଛି । ସବୁଠାରୁ ବଡ଼ କଥା ଏହି ପ୍ରଦର୍ଶନରେ ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିବିପି) ମଧ୍ୟ ସାମିଲ ହୋଇଛନ୍ତି । ଅନ୍ୟପକ୍ଷେ ଜେଏନୟୁ ପ୍ରଶାସନ କହୁଛନ୍ତି ଯେ ଯେଉଁ ନିୟମ ବିରୋଧରେ ପ୍ରଦର୍ଶନ କରାଯାଉଛି, ତାହା ବିଗତ ୧୪ ବର୍ଷରୁ ଲାଗୁ ରହିଛି ।

ହଷ୍ଟେଲ ଫିସ ବୃଦ୍ଧିକୁ ନେଇ ଜେଏନୟୁରେ ପ୍ରଦର୍ଶନ, କ୍ୟାମ୍ପସରେ ସିଆରପିଏଫ ମୁତୟନ
ଫିସ ବୃଦ୍ଧିକୁ ନେଇ ଜେଏନୟୁରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱ ବିଦ୍ୟାଳୟରେ ହଷ୍ଟେଲ ପିସ୍ ବୃଦ୍ଧିକୁ ନେଇ ବିଦ୍ୟାର୍ଥୀଙ୍କ ପ୍ରଦର୍ଶନ ଜାରି ରହିଛି । ଜେଏନୟୁ କ୍ୟାମ୍ପସରେ ବର୍ତ୍ତମାନ ପାରା ମିଲିଟ୍ରି ଫୋର୍ସର ବା ସିଆରପିଏଫ ମୁତୟନ କରାଯାଇଛି । ସବୁଠାରୁ ବଡ଼ କଥା ଏହି ପ୍ରଦର୍ଶନରେ ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିବିପି) ମଧ୍ୟ ସାମିଲ ହୋଇଛନ୍ତି । ଅନ୍ୟପକ୍ଷେ ଜେଏନୟୁ ପ୍ରଶାସନ କହୁଛନ୍ତି ଯେ ଯେଉଁ ନିୟମ ବିରୋଧରେ ପ୍ରଦର୍ଶନ କରାଯାଉଛି, ତାହା ବିଗତ ୧୪ ବର୍ଷରୁ ଲାଗୁ ରହିଛି ।

ମିଳୁଥିବା ସୂଚନା ମୁତାବକ, ବିଦ୍ୟାର୍ଥାମାନେ ଭିସିଙ୍କ ନିଖୋଜ ହେବାର ରିପୋର୍ଟ ବସନ୍ତକୁଞ୍ଚ ଥାନାରେ ଦାଏର କରିବାକୁ ଯାଉଥିଲେ । ସେହି ସମୟରେ ସମସ୍ତ ବିଦ୍ୟାର୍ଥୀଙ୍କୁ ଜେଏନୟୁ କ୍ୟାମ୍ପସର ଗେଟରେ ମୁତୟନ ସିଆରପିଏଫ ଓ ଦିଲ୍ଲୀ ପୋଲିସର ଯବାନ ରୋକି ନେଇଛନ୍ତି । ଏହାପରେ ବିଦ୍ୟାର୍ଥୀମାନେ କ୍ୟାମ୍ପସ ଭିତରେ ବିରୋଧ ପ୍ରଦର୍ଶନ କରୁଛନ୍ତି ।

ବିଗତ କିଛି ଦିନରୁ ହଷ୍ଟେଲ ଫିସ ବୃଦ୍ଧିର ବିରୋଧ କରି ବିଦ୍ୟାର୍ଥୀମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ବିଦ୍ୟାର୍ଥୀଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସୋମବାର କ୍ୟାମ୍ପସରେ ସିଆରପିଏଫଙ୍କୁ ମୁତୟନ କରାଯାଇଛି । ପ୍ରଦର୍ଶନ କରୁଥିବା ବିଦ୍ୟାର୍ଥୀମାନେ କହୁଛନ୍ତି ଯେ ଭିସି ସେମାନଙ୍କ ଆନ୍ଦୋଳନକୁ ଦବାଇବାକୁ ପ୍ରୟାସ କରୁଛନ୍ତି । ଅନ୍ୟପଟେ ପ୍ରାକ୍ଟର କହିଛନ୍ତି ଯେ ଆମେ ସିଆରପିଏଫଙ୍କୁ କ୍ୟାମ୍ପରେ ଡାକି ନାହୁଁ ।

ଅନ୍ୟପକ୍ଷେ ଏହି ଫିସ ବୃଦ୍ଧିକୁ ନେଇ ଏବିଭିପିର ପଦାଧିକାରୀ ଓ ସଦସ୍ୟ କଳା ପଟି ବାନ୍ଧି ବିରୋଧ ପ୍ରଦର୍ଶନ କରୁଛନ୍ତି । ଛାତ୍ର ସଙ୍ଗଠନ ଦାବି କରିଛି ଯେ ହଷ୍ଟେଲ ମ୍ୟାନୁୟଲ ଓ ଫିସ ବୃଦ୍ଧିର ଆଦେଶକୁ ପ୍ରତ୍ୟାହାର କରାଯାଉ । ଏହାସହ ହଷ୍ଟେଲରୁ ରାତି ୧୧ଟା ପରେ ବାହାରକୁ ଯିବା ଉପରେ ଥିବା ପ୍ରତିବନ୍ଧକକୁ ପ୍ରତ୍ୟାହ କରିବାକୁ ବିଦ୍ୟାର୍ଥୀମାନେ ଜେଏନୟୁ ପ୍ରଶାସନ ଆଗର ଦାବି ରଖିଛନ୍ତି ।