ସମାଧାନର ବାଟ ଫିଟିଲା
ଦେଶର ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ବିଗତ କିଛି ଦିନ ଧରି ଚାଲିଥିବା ହଷ୍ଟେଲ ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଛି ।
Trending Photos

ବିକ୍ରମ ସାହୁ, ନୂଆଦିଲ୍ଲୀ: ଦେଶର ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ବିଗତ କିଛି ଦିନ ଧରି ଚାଲିଥିବା ହଷ୍ଟେଲ ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଛି । ବିଶ୍ୱବିଦ୍ୟାଳୟର ସାତ ଜଣ କର୍ତ୍ତୃପକ୍ଷଙ୍କୁ ନେଇ ଏକ ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠନ କରାଯାଇଛି । ଯେଉଁ କମିଟି ଛାତ୍ର ପ୍ରତିନିଧିଙ୍କଠାରୁ ପରାମର୍ଶ ନେଇ କିଭଳି ହଷ୍ଟେଲ ସମସ୍ୟାର ସମାଧାନ ହୋଇପାରିବ ସେ ନେଇ ଉଦ୍ୟମ କରିବ। ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏ ନେଇ ଜାରି ହୋଇଛି ଏକ ସର୍କୁଲାର । ଏହି ସର୍କୁଲାରରେ ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇଦିଆଯାଇଛି କି, ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟର ୭ଜଣ କର୍ତ୍ତୃପକ୍ଷଙ୍କୁ ନେଇ ଗଠନ କରାଯାଇଥିବା ଉଚ୍ଚ କ୍ଷମତା ସଂପନ୍ନ କମିଟି ଛାତ୍ର ନେତାମାନଙ୍କ ଠାରୁ ପରାମର୍ଶ ନେବ ।
ଏହି କମିଟିରେ ରହିଥିବା ୭ ଜଣ ସଦସ୍ୟ ହେଲେ ପ୍ରଫେସର ରାଣା ପି ସିଂହ, ପ୍ରଫେସର ଅଶ୍ୱିନୀ ମହାପାତ୍ର, ପ୍ରଫେସର ଗିରୀଶ ନାଥ ଝା, ପ୍ରଫେସର ପୱନ କୁମାର ଧର, ପ୍ରଫେସର ଉମେଶ ଏ କଦମ, ପ୍ରଫେସର ବନ୍ଦନା ମିଶ୍ର ଏବଂ ଡକ୍ଟର ନୀରଜ ସମଜଦାର। ଏଭଳି ନିଷ୍ପତ୍ତି ପରେ ଆଶା କରାଯାଇପାରେ କି ଦେଶର ସମ୍ମାନଜନକ ଏହି ବିଶ୍ୱବିଦ୍ୟାଳୟରେ ଏଣିକି ସ୍ଥିତି ସର୍ବଦା ସ୍ୱାଭାବିକ ରହିବ । ପ୍ରତିଟି ସମସ୍ୟା ରାଜନୈତିକ ରୂପ ନେବା ପୂର୍ବରୁ ବିଶ୍ୱବିଦ୍ୟାଳୟ ଭିତରେ ହିଁ ଉଚ୍ଚ କ୍ଷମତା ସଂପନ୍ନ କମିଟି ଛାତ୍ରନେତା ମାନଙ୍କ ସହ ଆଲୋଚନା ମାଧ୍ୟମରେ ପ୍ରତ୍ୟକ ସମସ୍ୟାର ସମାଧାନ ହୋଇପାରିବ ।
ବାରମ୍ବାର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଢାଲ କରି ବିଭିନ୍ନ ରାଜନୈତିକ ଦଳ ଗୁଡିକ ଯେଭଳି ଫାଇଦା ହାସଲ ପାଇଁ ସର୍ବଦା ଚେଷ୍ଟା କରୁଥିଲେ ସେଥିରେ ନିଶ୍ଚିତ ଭାବେ ଏଣିକି ରୋକ୍ ଲାଗିପାରିବା ସହ ପୁଣି ଥରେ ବିଶ୍ୱବିଦ୍ୟାଳୟକୁ ଶୈକ୍ଷିକ ବାତାବରଣ ଫେରିବ ବୋଲି ଆଶା କରାଯାଉଛି ।
More Stories