Advertisement
Article Detail0/zeeodisha/odisha666455
Zee OdishaOther Newsଲକଡାଉନ ହୋଇ ନଥିଲେ ଦେଶରେ ମହାମାରୀ ହୋଇଥାନ୍ତା...

ଲକଡାଉନ ହୋଇ ନଥିଲେ ଦେଶରେ ମହାମାରୀ ହୋଇଥାନ୍ତା...

ଲକଡାଉନକୁ ନେଇ ତଥ୍ୟ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ...

ଲକଡାଉନ ହୋଇ ନଥିଲେ ଦେଶରେ ମହାମାରୀ ହୋଇଥାନ୍ତା...

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦେଶରେ କୋରୋନା ପରିସ୍ଥିତିର ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ କିପରି ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି ତାହା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏହା ମଧ୍ୟ କୁହାଯାଇଛି ଯେ ଆଗ୍ରାରେ ସଂକ୍ରମଣର ଶୃଙ୍ଖଳା କିପରି ଭାଙ୍ଗିଗଲା, ଯାହା ହଟସ୍ପଟ୍ ଥିଲା ଏବଂ ଯେଉଁଠାରେ ସର୍ବାଧିକ ମାମଲା ଆସୁଥିଲା | ଏଠାରେ ପରଦାରେ ଉପସ୍ଥାପନା ମାଧ୍ୟମରେ ଆଗ୍ରା ସମ୍ପ୍ରଦାୟର ସ୍ୱାସ୍ଥ୍ୟ କର୍ମୀ କିପରି ଶୃଙ୍ଖଳା ଭାଙ୍ଗିବାରେ ସଫଳ ହୋଇଥିଲେ ତାହାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ | ଆଗ୍ରା ରେ କରୋନା ସଂକ୍ରମଣ ମାମଲା ଯେଉଁଭଳି ଭାବରେ କ୍ରମାଗତ ଭାବରେ ଆସୁଥିଲା, ସମଗ୍ର ଅଞ୍ଚଳ ଏକ ହଟସ୍ପଟରେ ପରିଣତ ହୋଇଥିଲା |

ତେବେ ଏହା ସହିତ ପ୍ରେଜେଣ୍ଟେସନ ସହିତ ଏକ ଅନୁଧ୍ୟାନମୂଳକ ତଥ୍ୟ ମଧ୍ୟ ଉପସ୍ଥାପନ କରାଯାଇଥିଲା। ଦେଶରେ ଯଦି ଲକଡାଉନକୁ ଜାରି କରାଯାଇନଥାନ୍ତା ଓ ସାମାଜିକ ଦୂରତ୍ୱକୁ ବଜାୟ ରଖାଯାଇନଥାନ୍ତି ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ଏହା ମହାମାରୀର ରୂପ ନେଇଥାନ୍ତା ବୋଲି କୁହାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଏନେଇ ଆଇସିଏମଆର ପକ୍ଷରୁ କୌଣସି ସର୍ଭେ କରାଯାଇ ନାହିଁ। ଫଳରେ ରାଜ୍ୟରୁ ଆସୁଥିବା ତଥ୍ୟକୁ  ଆଧାର କରି ଏହି ସର୍ବେକ୍ଷଣ କରାଯାଇଛି। ତେବେ ଏହି ସର୍ବେକ୍ଷଣର ଚିତ୍ର ମଧ୍ୟ ଉପସ୍ଥାନ କରିଥିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। 

Add Zee News as a Preferred Source

ଏହି ଚିତ୍ରରେ କୁହାଯାଇଛି ଯେ, ଯଦି ଲକଡାଉନ ହୋଇ ନଥାନ୍ତା ତେବେ ବର୍ତ୍ତମାନ ସୁଦ୍ଧା ୮।୨ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥାନ୍ତେ। ଯେଉଁଠାରେ ମାତ୍ର ୭୪୪୭ ସଂକ୍ରମିତ ସମ୍ବନ୍ଧୀୟ ମାମଲା ସାମ୍ନାକୁ ଆସିଛି। ସେହିପରି ଆଇସିଏମଆର ପକ୍ଷରୁ ରମନ ଆର ଗଙ୍ଗାଖେଡ଼କର କହିଛନ୍ତି କି, ଦେଶରେ ଆଜି ପର୍ଯ୍ୟନ୍ତ ମୋଟ ୧୭୧୭୧୮ଟି ସାମ୍ପୂଲ ଟେଷ୍ଟ କରାଯାଇଛି। ଏହି ଟେଷ୍ଟକୁ ସରକାରୀ ଏବଂ ବେସରକାରୀ ଲ୍ୟାବରେ ଯାଞ୍ଚ କରାଯାଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସରକାରୀ  ଲ୍ୟାବରେ ୧୬୫୬୪ଟି ସାମ୍ପୂଲ ଟେଷ୍ଟ କରାଯାଇଛି। 

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ୱାଲ କହିଛନ୍ତି କି, ଆଜି ଦ୍ୱିପହର ସୁଦ୍ଧା ସମଗ୍ର ଦେଶରେ ୨୩୯ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ମୋଟ ୭୪୪୭ ମାମଲା ସାମ୍ନାକୁ ଆସିଛି। ତେବେ ଏମାନଙ୍କ ମଧ୍ୟରୁ ୬୪୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। 

About the Author