ଶ୍ରୀଲଙ୍କା ଶରଣାର୍ଥୀଙ୍କ ସାକ୍ଷାତକାର ନେଇ ହରଡ଼ଘଣାରେ ୨ ସାମ୍ବାଦିକ
Advertisement
Article Detail0/zeeodisha/odisha617981

ଶ୍ରୀଲଙ୍କା ଶରଣାର୍ଥୀଙ୍କ ସାକ୍ଷାତକାର ନେଇ ହରଡ଼ଘଣାରେ ୨ ସାମ୍ବାଦିକ

 ସେମାନଙ୍କ ନାମରେ ଗୁରୁତର ଦଫା ଲଗାଇ ପୋଲିସ ମାମଲା ରୁଜୁ କରିଛି ।

ଶ୍ରୀଲଙ୍କା ଶରଣାର୍ଥୀଙ୍କ ସାକ୍ଷାତକାର ନେଇ ହରଡ଼ଘଣାରେ ୨ ସାମ୍ବାଦିକ

ଚେନ୍ନାଇ: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ଉପରେ ଦୁଇ ଶ୍ରୀଲଙ୍କା ଶରଣାର୍ଥୀଙ୍କ ସାକ୍ଷାତକାର ନେବା ଦୁଇ ସାମ୍ବାଦିକଙ୍କ ଉପରେ ମହଙ୍ଗା ପଡ଼ିଛି । ଫଳରେ ସେମାନଙ୍କ ନାମରେ ଗୁରୁତର ଦଫା ଲଗାଇ ପୋଲିସ ମାମଲା ରୁଜୁ କରିଛି ।  

ମିଳିଥିବା ସୂଚନା ମୁତାବକ ଭିକାଟନ ଗ୍ରୁପର ଜଣେ ସାମ୍ବାଦିକ ଏବଂ ଜଣେ ଫଟୋ ସାମ୍ବାଦିକ ଶ୍ରୀଲଙ୍କାର ଶରଣାର୍ଥୀ ସିଏଏ ଓ ଏନଆରସି ଉପରେ ସାକ୍ଷାତକାର ନେଇଥିଲେ । ଏପରିକି ଉକ୍ତ ସାକ୍ଷାତକାରକୁ ମଧ୍ୟ ଖବରକାଗଜରେ ଛାପିଥିଲେ । ଫଳରେ ସରକାର ସେମାନଙ୍କ ଉପରେ ଗୁରୁତର ଦଫା ଲଗାଇ ସେମାନଙ୍କୁ ଗିରଫ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ କହିଛି ଉକ୍ତ ସାମ୍ୱାଦିକ ଦୁଇ ଜଣ ଶରଣାର୍ଥୀଙ୍କ କ୍ୟାମ୍ପକୁ ଯିବା ସହିତ ସେମାନଙ୍କୁ ସିଏଏ ବିରୋଧରେ ଉସୁକାଇଥିଲେ ।  

ସେହିପରି ସ୍ଥାନୀୟ ନାଗରକୋଲି ପ୍ରେସ କ୍ଲବ କହିଛି ଯେ, ଦୁଇ ଜଣ ସାମ୍ବାଦିକ ଖବର ସଂଗ୍ରହ ପାଇଁ ଉକ୍ତ କ୍ୟାମ୍ପକୁ ଯାଇଥିଲେ । ଏଭଳି କ୍ଷେତ୍ରରେ ସାମ୍ବାଦିକଙ୍କ ଉପରେ ଏଭଳି ଗୁରୁତର ଦଫା ଲଗାଯିବା ଉଚିତ ନୁହେଁ । ସେମାନଙ୍କ ଉପରେ ଲାଗିଥିବା ଦଫା ଗୁଡିକୁ ହଟାଇ ନିଆଯିବା ଜରୁରୀ ବୋଲି ଉକ୍ତ ପ୍ରେସକ୍ଲବ କହିଛି ।  

ସେହିପରି ଏହାକୁ ନେଇ ରାଜ୍ୟରେ ଡିଏମକେ ସାଂସଦ କାନିମୋଝୀ ମଧ୍ୟ କଡ଼ା ନିନ୍ଦା କରିଛନ୍ତି । ସେ କହିଛନ୍ତି ଗଣମାଧ୍ୟମର ସ୍ୱାଧୀନତା ଉପରେ ଏଭଳି ପ୍ରତିବନ୍ଧକ ଲଗାଇବା ନିଶ୍ଚିତ ପକ୍ଷେ ନିନ୍ଦନୀୟ ଘଟଣା । ସାମ୍ବାଦିକଙ୍କ ଉପରେ ଲାଗିଥିବା ଦଫାକୁ ଉଠାଇବା ପାଇଁ ମୁ କହିଛି ବୋଲି କାନିମୋଝୀ କହିଛନ୍ତି । ସେହିପରି କମଲ ହାସନଙ୍କ ଦଳ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛି । ଦଳ କହିଛି ରାଜ୍ୟ ସରକାର ଏହି ମାମଲାକୁ ଗୁରୁତର ଭାବେ ନେବା ସହିତ ଲାଗିଥିବା ଦଫାକୁ ହଟାଇ ନିଅନ୍ତୁ । ସେହିଭଳି ରାଜ୍ୟର ସାମ୍ବାଦିକ ସଂଘ ପୋଲିସ ମୁଖ୍ୟଙ୍କୁ ଭେଟି ସହଯୋଗୀଙ୍କ ଉପରୁ ଦଫା ଉଠାଇବାକୁ ଅନୁରୋଧ କରିଛନ୍ତି ।