ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଛାଡ଼ିବା ପାଇଁ ବିଚାରପତି ପୀଡ଼ିତାଙ୍କୁ ଦେଲେ ଏମିତି ଅଫର!
୧୬ ବର୍ଷରୁ ନ୍ୟାୟ ପାଇଁ ଲଢେଇ କରି ଆସୁଥିବା ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ବିଚାରପତି ନ୍ୟାୟ ଦେବା ପରିବର୍ତ୍ତେ ଏପରି ଏକ ଅଫର ଦେଲେ, ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ବିଚାରପତି ନ୍ୟାୟ ଦେବା ପରିବର୍ତ୍ତେ ଟଙ୍କା ନେଇ ମାମଲାକୁ ଶେଷ କରିବାର ଉପଦେଶ ଦେଇଛନ୍ତି । ଘଟଣାଟି ଆମେରିକାର ଲୁସିଆନା ଜିଲ୍ଲା କୋର୍ଟରେ ଘଟିଛି । ଏଠାକାର ବିଚାରପତି ବ୍ରୁସ ବର୍ନେଟ ଦୁଷ୍କର୍ମ ପୀଡ଼ିତାଙ୍କୁ ଟଙ୍କା ଅଫର କରିବା କଥା ଶୁଣି ଉପସ୍ଥିତ ଲୋକ ଚକିତ ହୋଇ ଯାଇଥିଲେ । ପରେ ଏହି ବିଷୟକୁ ନେଇ ଡିସ୍ଟ୍ରିକ୍ଟ ଆଟର୍ଣ୍ଣୀ ହିଲର ମୁରେଙ୍କ ସହ ୱାଂଶଟନ ପୋଷ୍ଟ ସହ ଆଲୋଚନା କରିଛନ୍ତି ।
Trending Photos

ୱାଶିଂଟନ: ୧୬ ବର୍ଷରୁ ନ୍ୟାୟ ପାଇଁ ଲଢେଇ କରି ଆସୁଥିବା ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ବିଚାରପତି ନ୍ୟାୟ ଦେବା ପରିବର୍ତ୍ତେ ଏପରି ଏକ ଅଫର ଦେଲେ, ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ବିଚାରପତି ନ୍ୟାୟ ଦେବା ପରିବର୍ତ୍ତେ ଟଙ୍କା ନେଇ ମାମଲାକୁ ଶେଷ କରିବାର ଉପଦେଶ ଦେଇଛନ୍ତି । ଘଟଣାଟି ଆମେରିକାର ଲୁସିଆନା ଜିଲ୍ଲା କୋର୍ଟରେ ଘଟିଛି । ଏଠାକାର ବିଚାରପତି ବ୍ରୁସ ବର୍ନେଟ ଦୁଷ୍କର୍ମ ପୀଡ଼ିତାଙ୍କୁ ଟଙ୍କା ଅଫର କରିବା କଥା ଶୁଣି ଉପସ୍ଥିତ ଲୋକ ଚକିତ ହୋଇ ଯାଇଥିଲେ । ପରେ ଏହି ବିଷୟକୁ ନେଇ ଡିସ୍ଟ୍ରିକ୍ଟ ଆଟର୍ଣ୍ଣୀ ହିଲର ମୁରେଙ୍କ ସହ ୱାଂଶଟନ ପୋଷ୍ଟ ସହ ଆଲୋଚନା କରିଛନ୍ତି ।
ହିଲେର ମୁରେ କହିଛନ୍ତି ଯେ ଏହି ମାମଲାର ଶୁଣାଣି ବେଳେ ମୁଁ ମଧ୍ୟ ସେଠାରେ ଉପସ୍ଥିତ ନ ଥିଲି । କିନ୍ତୁ ଏପରି ଖବର ଆସୁଛି ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ବିଚାରପତି ପୀଡ଼ିତାଙ୍କୁ ଟଙ୍କାର ଅଫର ଦେଇଥିଲେ । ହୋଇପାରେ ବିଚାରପତି ପୀଡ଼ିତାଙ୍କୁ ସାହାଯ୍ୟ କରିବା ପାଇଁ ଏମିତି କରିଥିବେ ।
ରିପୋର୍ଟ ଅନୁସାରେ ବିଚାରପତି ପୀଡ଼ିତାଙ୍କୁ କହିଥିଲେ ଯେ ଯଦି ସେ ଅଭିଯୁକ୍ତଙ୍କ ଦଣ୍ଡ ପ୍ରାୟ ୧୨ ବର୍ଷ କମ କରିବା ପକ୍ଷରେ ଅଛନ୍ତି ତେବେ ତାଙ୍କୁ ଏହା ବଦଳରେ ୧ ଲକ୍ଷ ୫୦ ହଜାର ଆମେରିକାନ ଡଲାର ଅର୍ଥାତ ୧ କୋଟି ୭ ଲକ୍ଷ ଟଙ୍କା ମିଳିବ । ପୀଡିତା ମହିଳା ବିଚାରପତିଙ୍କ ଏହି ଅଫରକୁ ଖାରଜ କରିଥିଲେ । ବର୍ତ୍ତମାନ ଏହି ଖବର ସାର ଦୁନିଆ ପାଇଁ ଚର୍ଚ୍ଚାରଲ ବିଷୟ ପାଲଟିଛି ।
ରିପୋର୍ଟ ଅନୁସାରେ, ୩୧ ବର୍ଷୀୟ ଦୁଷ୍କର୍ମ ପୀଡ଼ିତାଙ୍କୁ ୧୫ ବର୍ଷ ବୟସରେ ତାଙ୍କୁ ଅଭିଯୁକ୍ତ ସେଣ୍ଟ୍ରିକ ହିଲ୍ସ(୪୫) ଦୁଷ୍କର୍ମ କରିଥିଲା । ନିଜ ବୟାନରେ ପୀଡ଼ିତା କହିଛନ୍ତି ଯେ ଏହି ଘଟଣା ପରେ ମୋର ଜୀବନ ଏକ ନର୍କ ପାଲଟିଛି । ମୋର ଅଧା ଜୀବନ ନ୍ୟାୟ ପାଇବା ପାଇଁ ଚାଲିଯାଇଛି । ବର୍ତ୍ତମାନ ମୁଁ କ୍ରାନ୍ତ ହୋଇ ସାରିଛି । ମୋର ଭିତରେ କ୍ରୋଧ ଭରି ରହିଛି । ମୁଁ ବର୍ତ୍ତମାନ ମଧ୍ୟ ମୋର ଅସ୍ତତ୍ୱକୁ ଖୋଜି ବୁଲୁଛି ।
More Stories