ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ
Advertisement

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜଲାନ୍ସ କବଜାରେ ଫୁଲବାଣୀ ଆରଡ଼ି ବିଭାଗର ଜୁନିୟର କ୍ଲର୍କ ଅମୂଲ୍ୟ କୁମାର ସାହୁ। 

ଫଟୋ ସୌଜନ୍ୟ: ଜୀ ମିଡିଆ

ପ୍ରିୟବ୍ରତ ସାହୁ, କନ୍ଧମାଳ: ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜଲାନ୍ସ କବଜାରେ ଫୁଲବାଣୀ ଆରଡ଼ି ବିଭାଗର ଜୁନିୟର କ୍ଲର୍କ ଅମୂଲ୍ୟ କୁମାର ସାହୁ। ଏରିଅର ଗ୍ରାଚୁଟି ଓ ସେଭେନଥ ପେ ଟଙ୍କା ରିଲିଜ କରିଦେବା ପାଇଁ ଶଙ୍କର୍ଷଣ ଶତପଥୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି । ଏହା ସହ ଅମୂଲ୍ୟଙ୍କ ଫୁଲବାଣୀ କେନ୍ଦୁପଦର ସ୍ଥିତ ନିଜସ୍ୱ ବାସ ଭବନରେ ମଧ୍ୟ ଫୁଲବାଣୀ ଭିଜଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । 

ମିଳିଥିବା ସୂଚନା ମୁତାବକ, ଶଙ୍କର୍ଷଣ ଶତପଥୀ ଆରଡ଼ି ବିଭାଗରେ ରୋଲର ଡ୍ରାଇଭର ଭାବେ କାମ କରୁଥିଲେ । କିଛି ଦିନ ତଳେ ସେ ଅବସର ନେଇଥିବା ବେଳେ ଅବସରକାଳୀନ ବକେୟା ଟଙ୍କା ପାଇଁ ବାରମ୍ବାର ଅଫିସକୁ ଦୌଡୁଥିଲେ । ତେବେ ଏଥିପାଇଁ ଜୁନିୟର କ୍ଲର୍କ ଅମୂଲ୍ୟ କୁମାର ସାହୁ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଫଳରେ ଶଙ୍କର୍ଷଣ ଭିଜଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ । ଆଉ ଯୋଜନାବଦ୍ଧ ଭାବେ ଭିଜଲାନ୍ସ ବିଭାଗ କର୍ମଚାରୀ ଛପି ରହି ଅମୂଲ୍ୟ କୁମାର ସାହୁଙ୍କୁ କେଶ ନଂ ୪ /୨୦ରେ ମାମଲା ରୁଜୁ କରି ଗିରଫ କରିବା ସହ ତାଙ୍କ ବାସଭବନରେ ଚଢ଼ାଉ କରିଛନ୍ତି ।