'ମହା' ଶୁଣାଣି କରିବେ ସୁପ୍ରିମକୋର୍ଟର ଏହି ୩ ବିଚାରପତି
trendingNow,recommendedStories0/zeeodisha/odisha600543

'ମହା' ଶୁଣାଣି କରିବେ ସୁପ୍ରିମକୋର୍ଟର ଏହି ୩ ବିଚାରପତି

ଶନିବାର ସକାଳୁ ମହାରାଷ୍ଟ୍ରରେ ଘଟିଥିବା ଅପ୍ରତ୍ୟାଶିତ ଘଟଣାକୁ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଶିବସେନା, ଏନସିପି ଓ କଂଗ୍ରେସ । ଆଜି ଏହା ଉପରେ ଶୁଣାଣି ହେବ । କୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଆଜି ସକାଳ ୧୧।୩୦ରେ ଏହାର ଶୁଣାଣି କରିବେ ।  

'ମହା' ଶୁଣାଣି କରିବେ ସୁପ୍ରିମକୋର୍ଟର ଏହି ୩ ବିଚାରପତି

ନୂଆଦିଲ୍ଲୀ: ଶନିବାର ସକାଳୁ ମହାରାଷ୍ଟ୍ରରେ ଘଟିଥିବା ଅପ୍ରତ୍ୟାଶିତ ଘଟଣାକୁ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଶିବସେନା, ଏନସିପି ଓ କଂଗ୍ରେସ । ଆଜି ଏହା ଉପରେ ଶୁଣାଣି ହେବ । କୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଆଜି ସକାଳ ୧୧।୩୦ରେ ଏହାର ଶୁଣାଣି କରିବେ ।  

ସର୍ବୋଚ୍ଚ ଅଦାଲତର ଏହି ଖଣ୍ଡପୀଠରେ ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ସଞ୍ଜୀବ ଖନ୍ନା ଅଛନ୍ତି । ଜଷ୍ଟିସ ଅଶୋକ ଭୂଷଣ ୨୦୧୮ରେ କର୍ଣ୍ଣାଟକ ହାଇଡ୍ରାମା ଉପରେ ସୁପ୍ରିମକୋର୍ଟରେ ହୋଇଥିବା ରାତ୍ରି ଶୁଣାଣିରେ ସାମିଲ ଥିଲେ । ସେହିପରି  ଜଷ୍ଟିସ ଏନଭି ରମନ୍ନା ଏବଂ ଜଷ୍ଟିସ ସଞ୍ଜୀବ ଖନ୍ନା ନିକଟରେ କର୍ଣ୍ଣାଟକର ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ମାମଲାର ଶୁଣାଣିରେ ସାମିଲ ଥିଲେ । ଆଜି ଏମାନେ 'ମହା'ରାୟ ଶୁଣାଇବାର ଅଛି । 

ଶିବସେନା ନିଜ ଯାଚିକାରେ କହିଛି, ରାଜ୍ୟପାଳ ବେଆଇନ ଭାବରେ ସରକାର ଗଠନ ପାଇଁ ଦେବେନ୍ଦ୍ର ଫଡନାଭିସଙ୍କୁ ଆମନ୍ତ୍ରଣ କରିଥିଲେ । ତେଣୁ ଏହାକୁ ରଦ୍ଦ କରାଯାଉ । ରାଜ୍ୟପାଳଙ୍କ ଏହି ଆମନ୍ତ୍ରଣ ଅସାମ୍ବିଧାନିକ, ମନମାନି ଏବଂ ସମାନତା ଅଧିକାରର ଉଲଙ୍ଘନ ବୋଲି ଶିବସେନା ଦର୍ଶାଇଛି । 

fallback

ଶିବସେନା ଆହୁରି ମଧ୍ୟ ନିବେଦନ କରିଛି, ଶିବସେନା, ଏନସିପି ଏବଂ କଂଗ୍ରେସକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ପାଇଁ କୋର୍ଟ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦିଅନ୍ତୁ । ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଗଠିତ ମେଣ୍ଟରେ ୧୪୪ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା ଏଥିରେ ଦର୍ଶାଯାଇଛି । 

ଏନ୍‌ସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିବାରେ ସମର୍ଥ ହେବାପରେ ଏହା ବିରୋଧରେ କଂଗ୍ରେସ, ଶିବସେନା ଏବଂ ଏନ୍‌ସିପି ଶନିବାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ବିରୋଧରେ ସେମାନେ ଏକ ଆବେଦନ କରିଛନ୍ତି । ସୁପ୍ରିମ୍‌କୋର୍ଟ ଜରୁରୀକାଳୀନ ଭାବେ ଆଜି ଏହି ଆବେଦନ ଉପରେ ଶୁଣାଣି କରିବେ । ସେହିପରି ତୁରନ୍ତ ଫ୍ଲୋର ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇପାରନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । 

Trending news