ଶପଥ ନେଲେ, ମା'ଙ୍କ ପାଦ ଧରିଲେ... ସୁପ୍ରିମକୋର୍ଟର ସୁପ୍ରିମ ଦାୟିତ୍ୱ ଗ୍ରହଣ କଲେ
Advertisement

ଶପଥ ନେଲେ, ମା'ଙ୍କ ପାଦ ଧରିଲେ... ସୁପ୍ରିମକୋର୍ଟର ସୁପ୍ରିମ ଦାୟିତ୍ୱ ଗ୍ରହଣ କଲେ

ସୋମବାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଶରଦ ଅରବିନ୍ଦ ବୋବଡେ

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ସୋମବାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଶରଦ ଅରବିନ୍ଦ ବୋବଡେ । ବୋବଡେ ୪୭ତମ ମୁଖ୍ୟ ବିଚାରପତି ଭାବେ ଆଜି ସକାଳ ୯.୩୦ମିନିଟ ସମୟରେ ଶପଥ ପାଠ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବୋବଡେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ଉତ୍ସବରେ ନୂତନ ବିଚାରପତି ବୋବଡେଙ୍କ ମାଆ ମଧ୍ୟ ଉପସ୍ଥିତ ଥିଲେ ।  ଶପଥ ଗ୍ରହଣ କରିବା ପରେ ମାଙ୍କ ପାଦ ଛୁଇଁ ଆର୍ଶିବାଦ ନେଇଛନ୍ତି ନୂଆ ପ୍ରଧାନ ବିଚାରପତି । ମା'ଙ୍କ ଆର୍ଶିବାଦ ନେବା ପରେ ସପ୍ରିମକୋର୍ଟର ସୁପ୍ରିମ ଦାୟିତ୍ୱ ଗ୍ରହଣ ଗ୍ରହଣ କରିଛନ୍ତି । 

fallback

ଅବସର ନେବାକୁ ଥିବା ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଅକ୍ଟୋବର ମାସ ୨୦୧୮ରେ ବୋବଡେଙ୍କ ନାମ ସୁପାରିଶ କରିଥିଲେ । ବୋବଡେ ଦ୍ୱିତୀୟ ବରିଷ୍ଠ ବିଚାରପତି ଥିବାରୁ ତାଙ୍କ ନାମକୁ ସୁପାରିଶ କରିଥିଲେ ଗୋଗଇ । 

ବୋବଡେ ଏପ୍ରିଲ ମାସ ୨୪ ତାରିଖ ୧୯୫୬ ମସିହାର ନାଗପୁରରେ ଜନ୍ମଗ୍ରହଣ କରିଥିଲେ । ନାଗପୁର ବିଶ୍ୱବିଦ୍ୟାଳୟରେ ଆଇନରେ ଡିଗ୍ରୀ ହାସଲ କରିଥିଲେ । ମହାରାଷ୍ଟ୍ର ବାର କାଉନସିଲରେ ୧୯୭୮ ମସିହାରେ ନିଜର ନାମ ଏଣ୍ଟ୍ରି କରାଇଥିବା ବୋବଡେ ୧୯୯୮ ମସିହାରେ ବରିଷ୍ଠ ଆଡଭୋକେଟ ଭାବେ ଦାୟିତ୍ୱ ନେଇଥିଲେ । ବିଚାରପତି ଭାବେ ମାର୍ଚ୍ଚ ମାସ ୨୦୦୦ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଓ ଅତିରିକ୍ତ ବିଚାରପତି ଭାବେ ବମ୍ୱେ ହାଇକୋର୍ଟରେ ଦ୍ୱାୟିତ୍ୱ ସମ୍ଭାଳି ଥିଲେ । ତଦ ପରେ ଅକ୍ଟୋବର ୨୦୧୨ରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୩ ମସିହା ଏପ୍ରିଲ ୧୨ ତାରିଖରେ ସୁପ୍ରିମକୋର୍ଟଙ୍କୁ ବୋବଡେ ମନୋନୀତ ହୋଇଥିଲେ ।