ଆଜି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ବୋବଡେ
ସୋମବାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଶରଦ ରଞ୍ଜନ ବୋବଡେ
Trending Photos

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ସୋମବାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଶରଦ ରଞ୍ଜନ ବୋବଡେ । ବୋବଡେ ୪୭ତମ ମୁଖ୍ୟ ବିଚାରପତି ଭାବେ ସୋମବାର ଦିନ ସକାଳ ୯.୩୦ମିନିଟ ସମୟରେ ଶପଥ ପାଠ ଗ୍ରହଣ କରିବେ । ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦ ବୋବଡେଙ୍କୁ ଶପଥପାଠ କରାଇବେ ।
ଅବସର ନେବାକୁ ଥିବା ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଅକ୍ଟୋବର ମାସ ୨୦୧୮ରେ ବୋବଡେଙ୍କ ନାମ ସୁପାରିଶ କରିଥିଲେ । ବୋବଡେ ଦ୍ୱିତୀୟ ବରିଷ୍ଠ ବିଚାରପତି ଥିବାରୁ ତାଙ୍କ ନାମକୁ ସୁପାରିଶ କରିଥିଲେ ଗୋଗଇ ।
ବୋବଡେ ଏପ୍ରିଲ ମାସ ୨୪ ତାରିଖ ୧୯୫୬ ମସିହାର ନାଗପୁରରେ ଜନ୍ମଗ୍ରହଣ କରିଥିଲେ । ନାଗପୁର ବିଶ୍ୱବିଦ୍ୟାଳୟରେ ଆଇନରେ ଡିଗ୍ରୀ ହାସଲ କରିଥିଲେ । ମହାରାଷ୍ଟ୍ର ବାର କାଉନସିଲରେ ୧୯୭୮ ମସିହାରେ ନିଜର ନାମ ଏଣ୍ଟ୍ରି କରାଇଥିବା ବୋବଡେ ୧୯୯୮ ମସିହାରେ ବରିଷ୍ଠ ଆଡଭୋକେଟ ଭାବେ ଦାୟିତ୍ୱ ନେଇଥିଲେ । ବିଚାରପତି ଭାବେ ମାର୍ଚ୍ଚ ମାସ ୨୦୦୦ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଓ ଅତିରିକ୍ତ ବିଚାରପତି ଭାବେ ବମ୍ୱେ ହାଇକୋର୍ଟରେ ଦ୍ୱାୟିତ୍ୱ ସମ୍ଭାଳି ଥିଲେ । ତଦ ପରେ ଅକ୍ଟୋବର ୨୦୧୨ରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୩ ମସିହା ଏପ୍ରିଲ ୧୨ ତାରିଖରେ ସୁପ୍ରିମକୋର୍ଟଙ୍କୁ ବୋବଡେ ମନୋନୀତ ହୋଇଥିଲେ ।
ଅଯୋଧ୍ୟା ରାୟ ଶୁଣାଇଥିବା ପାଞ୍ଚଜଣିୟ ଖଣ୍ଡପୀଠରେ ସାମିଲ ଥିଲେ ଜଷ୍ଟିସ ବାବଡେ । ସେ ପ୍ରଥମେ ପ୍ରସ୍ତାବ ଦେଇଥିଲେ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ କରିବା ପାଇଁ ।
ବାବଡେ ଜଷ୍ଟିସ ଚାଲେମଶ୍ୱରଙ୍କତ ସହ ମିଶି ସରକାରଙ୍କ ୨୦୧୫ ମସିହା ଆଧାର କାର୍ଡ ନିଷ୍ପତ୍ତିରେ ପ୍ରମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏତଦବାଦ ବାବଡେ ନଅ ଜଣ ଜଜ୍ ମଧ୍ୟରୁ ଜଣେ ଥିଲେ ଯିଏ ଗୋପନୀୟତା ସମସ୍ତଙ୍କର ମୌଳିକ ଅଧିକାର ବୋଲି ମତ ସାବ୍ୟସ୍ତ କରିଥିଲେ । ଯାହାକି ପରେ ଆଇନରେ ପରିଣତ ହୋଇଥିଲା ।
ଏତଦବାଦ ଗୋଗଇ ବିରୁଦ୍ଧରେ ଲାଗିଥିବା ଯୌନ କେଳେଙ୍କାରୀ ମାମଲାରେ ସୁପ୍ରିମକୋର୍ଟଙ୍କ ଇନ ହାଉସ ତଦନ୍ତର ନେତୃତ୍ୱ ବାବଡେ ନେଇଥିଲେ ।
More Stories