କମଲେଶ ତିୱାରୀ ହତ୍ୟାକାଣ୍ଡ: ୟୁପି ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ବଲିଉଡ ଅଭିନେତା
topStories0hindi587135

କମଲେଶ ତିୱାରୀ ହତ୍ୟାକାଣ୍ଡ: ୟୁପି ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ବଲିଉଡ ଅଭିନେତା

କମଲେଶ ତିୱାରୀଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ଏବେ ଉଠୁଛି ପଡୁଛି ଉତ୍ତରପ୍ରଦେଶ । ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ବଳିଉଡ ଅଭିନେତା ତଥା ପ୍ରୟୋଜକ କମାଲ ଆର୍ ଖାନ । 

କମଲେଶ ତିୱାରୀ ହତ୍ୟାକାଣ୍ଡ: ୟୁପି ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ବଲିଉଡ ଅଭିନେତା

ନୂଆଦିଲ୍ଲୀ: କମଲେଶ ତିୱାରୀଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ଏବେ ଉଠୁଛି ପଡୁଛି ଉତ୍ତରପ୍ରଦେଶ । ପ୍ରକୃତରେ କାହିଁକି କମଲେଶଙ୍କୁ ହତ୍ୟା କରାଯାଇଛି, କ'ଣ ରହିଛି ପ୍ରକୃତ କାରଣ, ଏମିତି କିଛି ପ୍ରଶ୍ନ ମୁଣ୍ଡ ଟେକିଛି । ଅଭିଯୁକ୍ତମାନେ କେଉଁ ଉଦ୍ଦେଶ୍ୟ ନେଇ କମଲେଶଙ୍କୁ ହତ୍ୟା କରିଛନ୍ତି ? କମଲେଶଙ୍କ ୨୦୧୫ର ବୟାନ ହିଁ ଏହାର ମୁଖ୍ୟ କାରଣ ନା ଅନ୍ୟକିଛି ? ଏହାକୁ ନେଇ ଏବେବି ସସପେନ୍ସ । ଆଉ ଠିକ ଏହି ସମୟରେ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ବଳିଉଡ ଅଭିନେତା ତଥା ପ୍ରୟୋଜକ କମାଲ ଆର୍ ଖାନ । 

ଏବେ କମାଲ ଆର୍ ଖାନଙ୍କ ଏହି ଟ୍ୱିଟ ଭାଇରାଲ ହେଉଛି । ନିଜ ଟ୍ୱିଟରେ ସିଧାସଳଖ ଉତ୍ତରପ୍ରଦେଶ ପୋଲିସକୁ ଟାର୍ଗେଟ କରିଛନ୍ତି କମାଲ ଆର୍ ଖାନ । ସେ କହିଛନ୍ତି, କମଲେଶଙ୍କ ମା ଆଉ ପୁଅ ଅଭିଯୋଗ କରୁଛନ୍ତି ଯେ ଏହି ହତ୍ୟାକାଣ୍ଡ ପଛରେ ମାଫିଆ ବିଜେପି ନେତାଙ୍କ ହାତ ରହିଛି । ତେବେ କାହିଁକି ପୋଲିସ ବିଜେପି ନେତାଙ୍କୁ ପଚରା ଉଚରା କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ବଲିଉଡ ଅଭିନେତା । କମଲେଶଙ୍କ ଏହି ଟ୍ୱିଟକୁ ନେଇ ଟ୍ୱିଟରରେ ମଧ୍ୟ ଚର୍ଚ୍ଚା ସରଗରମ । ୟୁଜର୍ସ ଏହା ଉପରେ ବହୁ ପ୍ରତିକ୍ରିୟା ଦେଉଛନ୍ତି । 

ଗତକାଲି ଏହି ହତ୍ୟାକାଣ୍ଡକୁ ନେଇ ସାମ୍ବାଦିକ ସମ୍ୱିଳନୀ କରିଥିଲେ ଉତ୍ତରପ୍ରଦେଶ ଡିଜିପି ଓପି ସିଂହ । ସେ କହିଥିଲେ, ହତ୍ୟାକାଣ୍ଡ ପଛରେ କମଲେଶ ୨୦୧୫ରେ ଦେଇଥିବା ଏକ ବୟାନ ରହିଛି । କହିରଖୁଛୁ, ଶୁକ୍ରବାର ଦିନ ଦ୍ୱିପ୍ରହରରେ ହିନ୍ଦୁ ସମାଜ ପାର୍ଟି ଅଧ୍ୟକ୍ଷ କମଲେଶ ତିୱାରୀଙ୍କୁ ଘରେ ପଶି ହତ୍ୟା କରିଥିଲେ ଅଭିଯୁକ୍ତ । ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତ ସିସିଟିଭିରେ ସ୍ପଷ୍ଟ ନଜର ଆସୁଛନ୍ତି । ପୋଲିସ ଏମାନଙ୍କୁ ଗିରଫ କରିବା ସହ ପଚରା ଉଚରା ଜାରି ରଖିଛି । ସେହିପରି ମହାରାଷ୍ଟ୍ର ଏଟିଏସ ନାଗପୁରର ମୋମିନପୁରାରୁ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି  ।

ଅନ୍ୟପଟେ ଏହି ଘଟଣାରେ ଏବେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସର ହସ୍ତଗତ ହୋଇଛି । 
ନୂଆ ତଥ୍ୟ ଅନୁସାରେ, ହତ୍ୟାକାରୀ କମଲେଶଙ୍କ ଖୁର୍ଶୀଦବାଗ ସ୍ଥିତ ଅଫିସକୁ ପହଞ୍ଚିବା ପାଇଁ ଗୁଗୁଲ ମ୍ୟାପର ସାହାଯ୍ୟ ନେଇଥିଲା । ଲକ୍ଷ୍ନୌର ଚାରବାଗ ରେଲୱେ ଷ୍ଟେସନରୁ କମଲେଶଙ୍କ ଘରର ଠିକଣା ପଚାରି ବୁଝିବା ପରେ ଦୁଇ ଅଭିଯୁକ୍ତ ଗଣେଝଗଞ୍ଜ ପହଞ୍ଚିଥିଲେ । ବର୍ତ୍ତମାନ ଯାଏ ତଦନ୍ତରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ସେହି ଅନୁସାରେ ହତ୍ୟାକାରୀମାନେ ଗୁଗୁଲ ସାହାଯ୍ୟରେ କମଲେଶଙ୍କ ବିଷୟରେ ତଥ୍ୟ ଏକାଠି କରିଥିଲେ  । ଏଥିପାଇଁ ସେମାନେ ବିଭିନ୍ନ ୱେବସାଇଟର ସାହାଯ୍ୟ ନେଇଥିଲେ  । ହରଦୋଇରୁ ମୁରାଦାବାଦ ହୋଇ ଖୁର୍ଶିଦବାଗ ପହଞ୍ଚିଥିଲେ  । ଘଟଣା ଦିନ ହତ୍ୟାକାରୀମାନେ ରାତି ୧୨ଟାରେ କମଲେଶଙ୍କୁ କଲ୍ କରିଥିଲେ  ।

କମଲେଶଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଅଶଫାକ ଓ ମୋଇନନୁଦ୍ଦିନଙ୍କ ଶେଷ ଲୋକେଶନ ବରେଲୀ ଥିଲା  ବୋଲି ଜଣାପଡିଛି  । ଏହାପରେ ଦୁଇ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ । ଏମାନଙ୍କୁ ଗିରଫ କରିବା ପାଇଁ ଯୁପି ଏସଟିଏଫ, ଏଟିଏସ ସମେତ ବିଭିନ୍ନ ଟିମ ଲାଗି ପଡିଛନ୍ତି  । ପ୍ରମାଣ ଖୋଜିବା ପାଇଁ ପୋଲିସ ୩ଟି ମୋବାଇଲ ନମ୍ବର ଉପରେ ନଜର ରଖିଛି  । ଏହି ମୋବାଇଲ ନମ୍ବର ଅକ୍ଟୋବର ୧୭ରେ ସକ୍ରିୟ ହୋଇଥିଲା  । ଏହି ନମ୍ବର ରାଜସ୍ଥାନର ବୋଲି ଜଣାପଡିଛି  । ପରେ ଏହା ବିଷୟରେ ଅଧିକ ଖୋଲତାଡ଼ କରିବାରୁ ଏହି ଫୋନ ନମ୍ବର କାନପୁରର ଜଣେ ଟ୍ୟାକ୍ସି ଚାଳକଙ୍କ ନାଁରେ ରହିଛି ବୋଲି ଜଣାପଡିଛି ।

କମଲେଶ ହତ୍ୟାକାଣ୍ଡରେ ମହାରାଷ୍ଟ୍ର ଏଟିଏସ ନାଗପୁରର ମୋମିନପୁରାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି  । ୟୁପି ପୋଲିସ ଦ୍ୱାରା ଯୋଗାଇ ଯାଇଥିବା ତଥ୍ୟ ଆଧାରରେ ଏଟିଏସ ଏହି ଗରଫ କରିଛି  । ଗିରଫ ଅଭିଯୁକ୍ତଙ୍କ ନାଁ ସୈୟଦ ଅଲୀ ଓ ତାଙ୍କ ବୟସ ୨୯ ବୋଲି ଜଣାପଡିଛି  । ସେ ନାଗପୁରରେ ହାଡୱେୟର ବିଜନେସ ସହ ଯୋଡିତ ଅଛି  । ଶନିବାର ସୁରାଟରୁ ମଧ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା  ।

Trending news