close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କମଲେଶ ତିୱାରୀ ହତ୍ୟାକାଣ୍ଡ: ତିନିଜଣଙ୍କୁ ହେପାଜତକୁ ନେଲା ପୋଲିସ

ହିନ୍ଦୁ ମହାସଭା ନେତା କମଲେଶ ତିୱାରୀ ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ସୁରାକ । ୫ ଜଣଙ୍କୁ ହେପାଜତକୁ ନେଇଛି ପୋଲିସ । ପରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଛାଡି ଦିଆଯାଇଛି । ହତ୍ୟାକାରୀ ଗୈରିକ କପଡା ପିନ୍ଧିଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି ।

କମଲେଶ ତିୱାରୀ ହତ୍ୟାକାଣ୍ଡ: ତିନିଜଣଙ୍କୁ ହେପାଜତକୁ ନେଲା ପୋଲିସ
kamlesh tiwari murder case

ଲକ୍ଷ୍ନୌ: ହିନ୍ଦୁ ମହାସଭା ନେତା କମଲେଶ ତିୱାରୀ ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ସୁରାକ । ୫ ଜଣଙ୍କୁ ହେପାଜତକୁ ନେଇଛି ପୋଲିସ । ପରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଛାଡି ଦିଆଯାଇଛି । ହତ୍ୟାକାରୀ ଗୈରିକ କପଡା ପିନ୍ଧିଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି । ପୋଲିସ ହାତରେ ଲାଗିଥିବା ପ୍ରମାଣ କହୁଛି, ହତ୍ୟାକାରୀ ପିସ୍ତଲ ଓ ଚକୁ ଏକ ମିଠେଇ ଡବାରେ ଲୁଚେଇ ଆଣିଥିଲେ । ଘଟଣା ସ୍ଥଳରୁ ଏହି ଡବା ପୋଲିସ ଜବତ କରିଛି । ଡବାର ଷ୍ଟିକରରୁ ଏହା ଗୁଜୁରାତର ବୋଲି ଜଣାପଡୁଛି । 

ଉତ୍ତରପ୍ରଦେଶ ଡିଜିପି ଓପି ସିଂହ କହିଛନ୍ତି, ୟୁପି ଓ ଗୁଜୁରାତ ପୋଲିସର ଏକ ମିଳିତ ଟିମ ଏବେ ୩ ଜଣଙ୍କୁ ହେପାଜକୁ ନେଇଛନ୍ତି । ଏବେ ପଚରା ଉଚରା ଜାରିରହିଛି । ସେମାନଙ୍କ ନାଁ ମୌଲାନା ମୋହସିନ ଶେଖ, ଫୈଜାନ, ଖୁର୍ଶିଦ ଅହମ୍ମଦ । ଏମାନଙ୍କ ନାଁରେ କୌଣସି ଅପରାଧିକ ପୃଷ୍ଠଭୂମି ନଥିବା ଜଣାପଡିଛି । ଦରକାର ପଡିଲେ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିବ ।  ପୂର୍ବରୁ ଅନ୍ୟ ୨ ଜଣଙ୍କୁ ମଧ୍ୟ ହେପାଜତକୁ ନିଆଯାଇଥିଲା । ପଚରା ଉଚରା ପରେ ତାଙ୍କୁ ଛାଡି ଦିଆଯାଇଥିବା କହିଛନ୍ତି ଉତ୍ତରପ୍ରଦେଶ ଡିଜିପି ।  

ସେ ଆହୁରି ମଧ୍ୟ କହିଛନ୍ତି, କମଲେଶଙ୍କ ସୁରକ୍ଷା କ୍ଷେତ୍ରରେ ପୋଲିସ ପ୍ରଶାସନ କୌଣସି ଅବହେଳା କରିନଥିଲା । ତାଙ୍କୁ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଯୋଗାଇ ଦିଆଯାଇଥିଲା । ପ୍ରଥମିକ ତଦନ୍ତରୁ ଏହା କଟ୍ଟରପନ୍ଥୀ ହତ୍ୟା ବୋଲି ଅନୁମାନ କରାଯାଉଛି । ମାତ୍ର ଅଭିଯୁକ୍ତମାନେ ଧରାପଡିବା ପରେ ପୁରା ଘଟଣା ସାମନାକୁ ଆସିବ ବୋଲି ସେ କହିଛନ୍ତି ।  

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଖୁର୍ସିଦବାଗ ଅଞ୍ଚଳରେ ଶୁକ୍ରବାର ଏହି ହତ୍ୟାକାଣ୍ଡ ଘଟିଥିଲା । 
ହତ୍ୟାକାରୀ ପ୍ରଥମେ କମଲେଶଙ୍କ ଉପରକୁ ଗୁଳି ଚଳାଇଥିଲେ । ପରେ ଚକୁ ଦ୍ୱାରା ତାଙ୍କ ଗଳା କାଟିଥିଲେ । ଅତି ନିର୍ମମ ଭାବରେ ତାଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡ ଭିଆଇ ଚମ୍ପଟ ମାରିଥିଲେ ଅଭିଯୁକ୍ତ । ସେପଟେ କମଲେଶଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । 

ପୁରା ଘଟଣା ଥିଲା ଏପରି । ଶୁକ୍ରବାର ମଧ୍ୟାହ୍ନ ବେଳକୁ ଗୈରିକ କପଡା ପିନ୍ଧିଥିବା ୨ ବ୍ୟକ୍ତି କମଲେଶଙ୍କ ଅଫିସରେ ପହଞ୍ଚିଥିଲେ । ତାଙ୍କର ଏକ କାର୍ଯ୍ୟକର୍ତ୍ତା ହିଁ ଉଭୟ ବ୍ୟକ୍ତିଙ୍କୁ କମଲେଶଙ୍କ ପାଖକୁ ନେଇଯାଇଥିଲେ । କୁହାଯାଉଛି, କମଲେଶ ସେମାନଙ୍କ ପାଇଁ ଚା ଜଳଖିଆ ମଧ୍ୟ ମଗାଇଥିଲେ । ପରେ ନିଜ କାର୍ଯ୍ୟକର୍ତ୍ତାଙ୍କୁ ପାନ ପସଲା ଆଣିବା ପାଇଁ ବାହାରକୁ ପଠାଇଥିଲେ । ହେଲେ କାର୍ଯ୍ୟକର୍ତ୍ତା ପାନ ମସଲା ଧରି ଫେରିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ କମଲେଶ । ଫେରାର ହୋଇଯାଇଥିଲେ ଅଭିଯୁକ୍ତ । 

ଦିନ ଦ୍ୱିପହରରେ ହୋଇଥିବା ଏହି ହତ୍ୟାକାଣ୍ଡ ପରେ କମଲେଶଙ୍କ ସମର୍ଥକଙ୍କ ଭିତରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ହଙ୍ଗାମା କରିଥିଲେ ତାଙ୍କ ଶହଶହ ସମର୍ଥକ । ଯେତେବେଳେ କମଲେଶଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା, ସେତେବେଳେ ମଧ୍ୟ ସମର୍ଥକଙ୍କ ମଧ୍ୟରେ ଉତ୍ତଜନା ଦେଖାଯାଇଥିଲା । ବର୍ତ୍ତମାରର ସୂଚନା ମୁତାବକ, କମଲେଶଙ୍କ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ସୀତାପୁର ସ୍ଥିତ ପୈତୃକ ଗ୍ରାମକୁ ନିଆଯିବ ।