ଚୋରି ଅଭିଯୋଗ ନ ଶୁଣିବାରୁ ପଡିଲା 5T ଛାଟ, ନିଲମ୍ୱନ ହେଲେ ପୋଲିସ ଅଧିକାରୀ
Advertisement

ଚୋରି ଅଭିଯୋଗ ନ ଶୁଣିବାରୁ ପଡିଲା 5T ଛାଟ, ନିଲମ୍ୱନ ହେଲେ ପୋଲିସ ଅଧିକାରୀ

ଅଭିଯୋଗ ଶୁଣିଲେନି ନିଲମ୍ୱନ ହେଲେ

ଚୋରି ଅଭିଯୋଗ ନ ଶୁଣିବାରୁ ପଡିଲା 5T ଛାଟ, ନିଲମ୍ୱନ ହେଲେ ପୋଲିସ ଅଧିକାରୀ

ପ୍ରିୟବ୍ରତ ରାମ, କନ୍ଧମାଳ: ଫୁଲବାଣୀ ସହରରେ ଚୋରି । ଚୋରି ପରେ ଦୋକାନ ମାଲିକ ପୋଲିସକୁ ଫୋନ କରିବାରୁ କୌଣସି ଉତ୍ତର ଦେଇ ନ ଥିଲେ ପୋଲିସ ଅଧିକାରୀ । ଏପରିକି ଘଟଣା ସ୍ଥଳକୁ ମଧ୍ୟ ପୋଲିସ ଯାଇ ନ ଥିଲା ବି ଅଭିଯୋଗ ହୋଇଛି । ବହୁ ସମୟ ଅପେକ୍ଷା କରି ପୋଲିସ ନ ଯିବାରୁ ବାଧ୍ୟ ହୋଇ ଅଭିଯୋଗକାରୀ ଥାନାକୁ ଆସିଲେ । ତା ସତ୍ତ୍ୱେ କେହି ଦୋକାନୀଙ୍କ କଥା ଶୁଣି ନ ଥିଲେ  । ଆଉ ଏପରି ଅବହେଳା କରିଥିବା ଜଣେ ପୋଲିସ ଏଏସଆଇ ଓ ଜଣେ କନେଷ୍ଟବଳଙ୍କ ବିରୋଧରେ କନ୍ଧମାଳ ଏସପି ପ୍ରତୀକ ଗୀତା ସିଂ 5T ମାଡ କରି ସେମାନଙ୍କୁ ନିଲମ୍ବିତ କରିଛନ୍ତି ।

ନିଲମ୍ବିତ ପୋଲିସ ଏଏସଆଇ ହେଲେ ବିଜୟ ନାୟକ ଓ କନେଷ୍ଟବଳ ହେଉଛନ୍ତି ରଞ୍ଜିତ ବେହେରା । ଗତ ୧୦ ତାରିଖ ବିଳମ୍ବିତ ରାତିରେ ନାରାୟଣୀ ମନ୍ଦିର ପାଖ ପଦ୍ମ ସାହୁଙ୍କ ଭୋଗ ଦୋକାନର ଆଜବେଷ୍ଟସ୍ ଭାଙ୍ଗି ଚୋରମାନେ ଟଙ୍କା ଓ ଜିନିଷ ସାମଗ୍ରୀ ନେଇ ଯାଇଥିଲେ । ଏ ନେଇ ଦୋକାନୀ ମାଲିକ ଶ୍ରୀ ସାହୁ ଜାଣିବା ପରେ ଟାଉନ ଥାନାକୁ ୧୦୦ ନମ୍ବରରେ ଫୋନ କରିଥିଲେ । ଆଉ ପୋଲିସ ଅଧିକାରୀ ହଁ ଯାଉଛୁ ବୋଲି କହି ପରେ ଯାଇ ନ ଥିଲେ । ଆଉ ଥାନାକୁ ଆସି କହିଥିଲେ ବି କେହି ଶୁଣି ନ ଥିଲେ । ସେଦିନ ଡିସିଓ ଦାୟିତ୍ୱରେ ଏଏସଆଇ ଶ୍ରୀ ନାୟକ ଥିଲେ । ଆଉ ସେଣ୍ଟ୍ରି ଦାୟିତ୍ୱରେ ଥିଲେ କନଷ୍ଟେବଳ ଶ୍ରୀ ବେହେରା । ଏହି ଖବର ୧୨ ତାରିଖ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଆଉ ପ୍ରକାଶିତ ଖବର ପଢି ଏସପି ଶ୍ରୀ ସିଂ ଦୋକାନୀ ଶ୍ରୀ ସାହୁଙ୍କୁ ଡକାଇ ଘଟଣାର ସତ୍ୟାସତ୍ୟ ନେଇ ପଚାରିଥିଲେ । ଅଭିଯୋଗ ସତ ଥିବା ଓ ପୋଲିସ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ବୋଲି ନିଶ୍ଚିତ ହେବା ପରେ ଏସପି ଏଏସଆଇ ଓ କନେଷ୍ଟବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଉ ଏ ନେଇ ଏକ ଟିମ ଗଠନ କରାଯାଇ ଚୋରିର ତଦନ୍ତ ଚାଲିଛି ବୋଲି ଏସପି ଶ୍ରୀ ସିଂ କହିଛନ୍ତି ।