close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କନ୍ଧମାଳ ଏସପିଙ୍କ ମାନବିକତା, ରକ୍ତ ଦେଇ ଜୀବନ ବଞ୍ଚାଇଲେ

ପ୍ରକୃତରେ ପୋଲିସ ହେବ ତ ଏମିତି, ଯିଏ ବିପଦ ଆପଦରେ ଲୋକଙ୍କ ପାଖରେ ଛିଡା ହୁଏ । ଠିକ୍ ଯେମିତି କାମରେ କରି ଦେଖାଇଛନ୍ତି କନ୍ଧମାଳ ଏସପି ପ୍ରତୀକ ସିଂ । ସାତ  ବର୍ଷର ଝିଅକୁ ରକ୍ତ ଦେଇ ସେ ତାଙ୍କ ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି । 

କନ୍ଧମାଳ ଏସପିଙ୍କ ମାନବିକତା, ରକ୍ତ ଦେଇ ଜୀବନ ବଞ୍ଚାଇଲେ

ପ୍ରିୟବ୍ରତ ସାହୁ, ଜି ଉଦୟଗିରି: ସାଧାରଣତଃ ଲୋକଙ୍କ ମନରେ ପୋଲିସର ନାଁ ଶୁଣିଲେ ଭୟଜାତ ହୁଏ । ହେଲେ ପୋଲିସ ବିଭାଗରେ ଏମିତି ବି କର୍ମଚାରୀ ଅଛନ୍ତି ଯାହାଙ୍କ ପାଖରେ ମାନବିକତା ଦେଖିବାକୁ ମିଳେ । ପ୍ରକୃତରେ ପୋଲିସ ହେବ ତ ଏମିତି, ଯିଏ ବିପଦ ଆପଦରେ ଲୋକଙ୍କ ପାଖରେ ଛିଡା ହୁଏ । ଠିକ୍ ଯେମିତି କାମରେ କରି ଦେଖାଇଛନ୍ତି କନ୍ଧମାଳ ଏସପି ପ୍ରତୀକ ସିଂ । ସାତ  ବର୍ଷର ଝିଅକୁ ରକ୍ତ ଦେଇ ସେ ତାଙ୍କ ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି । 

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିକରମାହା ଗ୍ରାମର ରାଲୁ ଦିଗାଳଙ୍କ ୭ ବର୍ଷର ଝିଅ ଅପିନି ଦିଗାଲ ସିକିଲସେଲ ରୋଗରେ ପୀଡ଼ିତ । ସେ  ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ରକ୍ତର ଆବଶ୍ୟକତା ପଡିଥିଲା । ରକ୍ତଭଣ୍ଡାରରେ 'ବି'  ପଜେଟିଭ ଗୃପର ରକ୍ତ ନଥିଲା ।

 ଫୁଲବାଣୀ ରକ୍ତଦାନ ସମିତିର ରକ୍ତ ପ୍ରୋତ୍ସାହନକାରୀ ଭି ଲୋକନାଥ ରାଜୁ ସ୍ୱେଚ୍ଛାକୃତ  ରକ୍ତଦାନ ପାଇଁ ହଟାତ କନ୍ଧମାଳ ଏସପି ପ୍ରତୀକ ସିଂଙ୍କ ସହିତ ଫୋନରେ ଯୋଗାଯୋଗ କରିଥିଲେ । ଆଉ ଫୋନ କଲ ପାଇବାର ମାତ୍ର ୫ ମିନଟ ମଧ୍ୟରେ ଏସପି ପହଞ୍ଚିଥିଲେ ଫୁଲବାଣୀ ରକ୍ତଭଣ୍ଡାର କାର୍ଯ୍ୟାଳୟରେ । କାହାକୁ ଦରକାର ଓ କଣ ହୋଇଛି କିଛି ପଚାରିବା ପୂର୍ବରୁ ଏସପି ଶୋଇ ଯାଇଥିଲେ ରକ୍ତ ସଂଗ୍ରହ କରାଯାଉଥିବା ଶଯ୍ୟାରେ । ଏକ ୟୁନିଟ " ବି " ପଜିଟିଭ ରକ୍ତ ପ୍ରଦାନ କରିଥିଲେ । 

ଏସପି ନିଜେ ରକ୍ତ ଦାନ କରିବା ପରେ ୭ ବର୍ଷର ଝିଅ ଅପିନି ଦିଗାଲ ମୁହଁରେ ହସ ଫୁଟିଥିଲା । ବର୍ତ୍ତମାନ ରକ୍ତ ପାଇବା ପରେ ଅପିନି ସୁସ୍ଥ ଥିବା ଜଣାପଡ଼ିଥିବା ବେଳେ ଏସପିଙ୍କ ଏଭଳି ମାନବିକତାକୁ ସାଧାରଣରେ ଢ଼େର ପ୍ରଶଂସା କରାଯାଇଛି ।

Tags: