କଙ୍ଗନାଙ୍କ ଏହି ଲୁକ ରିଲିଜ ହେବା ପରେ ଲୋକେ କହିଲେ ଏପରି କଥା
କଙ୍ଗନାଙ୍କ ପ୍ରଥମ ଲୁକ ରିଲିଜ ହେବା ପରେ ସୋସିଆଲ ମିଡିଆରେ ଚାଲିଛି ଏପରି ଟ୍ରୋଲ
Trending Photos

ପ୍ରଜ୍ଞାପାରମିତା ପତ୍ରୀ, ଭୁବନେଶ୍ୱର: ବଡପରଦାରେ ଝାନ୍ସିଂର ରାଣୀ ସାଜିଥିବା କଙ୍ଗନା ଏବେ ଏକ ଭିନ୍ନ ଚରିତ୍ରରେ ନଜର ଆସୁଛନ୍ତି । କଙ୍ଗନା ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଚରିତ୍ରରେ ନଜର ଆସିବେ । ନିକଟରେ କଙ୍ଗନାଙ୍କର ଆଗାମୀ ଫିଲ୍ମ ‘ଥଲାଇଭି’ର ପ୍ରଥମ ଲୁକ ଏବେ ସମସ୍ତଙ୍କ ସାମ୍ନାକୁ ଆସି ସାରିଛି । ଆଉ କଙ୍ଗନାଙ୍କର ଏହି ଅବତାର ସମସ୍ତଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଦେଇଛି । କାରଣ ଏଠି କଙ୍ଗନା ଅବିକଳ ଜୟଲଳିତାଙ୍କ ପରି ଦେଖାଯାଉଛନ୍ତି । ଅନେକ ଦିନର ଅପେକ୍ଷା ପରେ ଏବେ କଙ୍ଗନାଙ୍କର ଆଗାମି ଫିଲ୍ମ ‘ଥଲାଇଭି’ର ପୋଷ୍ଟର ,ଟିଜର୍ ସହ ତାଙ୍କ ପ୍ରଥମ ଲୁକକୁ ବି ରିଲିଜ୍ କରାଯାଇଛି । ଅନେକ ଦିନରୁ କଙ୍ଗନା ଏହି ଫିଲ୍ମ ପାଇଁ ଖୁବ ପରିଶ୍ରମ କରୁଥିଲେ । ମାତ୍ର ତାଙ୍କର ପୋଷ୍ଟର ଓ ଟିଜର ରିଲିଜ ପରେ ସୋସିଆଲ ମିଡିଆରେ ଟ୍ରୋଲର୍ସ କଙ୍ଗନାଙ୍କୁ ଏହି ଲୁକ ପାଇଁ ଖୁବ ଟ୍ରୋଲ କରିଛନ୍ତି ।
ଏହି ଫିଲ୍ମରେ କଙ୍ଗନାଙ୍କ ସହ ସାଉଥର ଷ୍ଟାର ଅରବିନ୍ଦ ସ୍ୱାମୀ ମଧ୍ୟ ନଜର ଆସିବେ । ସେ ଫିଲ୍ମରେ ଏନଜିଆର ଭୂମିକାରେ ନଜର ଆସିବେ । ସେହିପରି ଅଭିନେତା ପ୍ରକାଶ ରାଜ ସିଏମ୍ କରୁଣା ନିଧିଙ୍କ ଭୂମିକାରେ ନଜର ଆସିବେ । ‘ଥଲାଇଭି’ଜୁନ୍ ୬ ୨୦୨୦ରେ ରିଲିଜ ହେବା ।
ଆଉ ଗତକାଲି କଙ୍ଗନାଙ୍କ ଫାଷ୍ଟ୍ ଲୁକ୍ କୁ ରିଲିଜ୍ କରାଯାଇଛି। ଫିଲ୍ମର ଏକ ପୋଷ୍ଟରକୁ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ନିଜ ଟ୍ୱିଟର୍ ଆକାଉଣ୍ଟରେ ସୋୟାର କରିଛନ୍ତି । ଏହି ପୋଷ୍ଟରକୁ ସୋୟାର କରି ରଙ୍ଗୋଲି ଲେଖିଛନ୍ତି,“ସେ ବିଖ୍ୟାତ ଥିଲେ ବୋଲି ଆମେ ଜାଣିଛେ । କିନ୍ତୁ ତାଙ୍କ କାହାଣୀ ଏବେ ବି ଅନେକଙ୍କୁ ଅଜଣା ଅଛି । ତେବେ ଏବେ ଆସନ୍ତୁ ଆମେ ଦେଖିବା କଙ୍ଗନାଙ୍କର ଏହି କାହାଣୀ ।
More Stories