close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କଙ୍ଗାରୁକୋର୍ଟକୁ ଆସିଲେନି ବୋଲି...

ଚମକେଇଦେଲା ବ୍ରହ୍ମପୁର କଙ୍ଗାରୁକୋର୍ଟ, ପଢନ୍ତୁ ପୁରା ଘଟଣା ।

କଙ୍ଗାରୁକୋର୍ଟକୁ ଆସିଲେନି ବୋଲି...
kangaroo court in Berhampur

ବିଭୂତି ଭୂଷଣ ବେହେରା, ବ୍ରହ୍ମପୁର:ଏକବିଂଶ ଶତାବ୍ଦୀରେ ଆଧୁନିକ ସଭ୍ୟତାରେ ପାଦ ଥାପିଛି ମନୁଷ୍ୟ  । କିନ୍ତୁ ଆଜିବି ସମାଜରୁ କୁ-ସଂସ୍କାର ଭଳି ପ୍ରଥା ହଟିବାର ନା ଧରୁନି । ଦେଶର ଆଇନ ବ୍ୟବସ୍ଥାକୁ ଖାତିର ନକରି କଙ୍ଗାରୁ କୋର୍ଟ ମାଧ୍ୟମରେ ଗାଁରେ ସମାଧାନ ହେଉଛି ସମସ୍ୟା । ସମାଧାନ ତ ନୁହେଁ, ବରଂ ଲୋକଙ୍କ ଉପରେ ଜାହିର କରିଦିଆଯାଉଛି କଙ୍ଗାରୁ କୋର୍ଟର ଦଣ୍ଡବିଧାନ ।

ଆଜି ଗଞ୍ଜାମର ହିଞ୍ଜଳିକାଟୁ ଥାନା  ବଡଖଣ୍ଡି  ଗାଁରେ  ଦେଖିବାକୁ ମିଳିଛି ଏପରି କିଛି । ଗୋଟିଏ  ପରିବାରକୁ  ସମାଜରୁ  ବାସନ୍ଦ  କରାଯାଇଥିବା ଘଟଣା ଅଭିଯୋଗ ହୋଇଛି ।  ପାରିବାରିକ କଳହରେ  ଗ୍ରାମବାସୀ  ହସ୍ତକ୍ଷେପ କରିବା  ସହ କଙ୍ଗାରୁ କୋର୍ଟରେ ବାସନ୍ଦ କରିବା ଲାଗି ନିଷ୍ପତ୍ତି ନେଇଥିବା ଏକ  ଭିଡିଓ  ଯୋଗେ  ଅଭିଯୋଗ  କରିଛନ୍ତି  ସମ୍ପୃକ୍ତ  ପରିବାର ।  

ଘଟଣା ଥିଲା ଏପରି କିଛି । ପରିବାରର ଝିଅ ଗାଁର ଜଣେ ଯୁବକଙ୍କୁ ୩ ବର୍ଷ ତଳେ ବିବାହ କରିଥିଲେ ।  ହେଲେ କିଛି ଦିନ ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଥିଲା ।  ତେବେ ଏନେଇ ସମାଧାନ ପାଇଁ  ଗାଁ ଲୋକେ କଙ୍ଗାରୁ କୋର୍ଟ ବସାଇଥିଲେ । ଏହି କୋର୍ଟରେ ସମ୍ପୃକ୍ତ ପରିବାରର ଝିଅ ଅନୁପସ୍ଥିତ ରହିବାରୁ ଉକ୍ତ ପରିବାରକୁ ୫ହଜାରରୁ ଅଧିକ ଟଙ୍କା ଜରିମାନା କରିବା  ସହ  ଗାଁରୁ ବାସନ୍ଦ  କରାଯାଇଥିଲା । ସମ୍ପୃକ୍ତ ପରିବାର ନ୍ୟାୟ ଲାଗି  ଦୀର୍ଘ ୪ ମାସ ଧରି ସ୍ଥାନୀୟ ପୋଲିସଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ମାନବ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ ନିରାସ ହୋଇଛନ୍ତି । ଆଉ ଏବେ ନ୍ୟାୟ ପାଇଁ ଏକ ଭିଡିଓ ଯୋଗେ ଅନୁରୋଧ କରିଛନ୍ତି । 

ଏଠି ସୂଚନା ଥାଉକି କଙ୍ଗାରୁ କୋର୍ଟ ବା ଖାପ୍ ପଞ୍ଚାୟତ ବସାଇ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ରୋକ ଲଗାଇଥିଲେ ଦେଶର ସର୍ବୋଚ୍ଚ ନ୍ୟାୟଳୟ ବା ସୁପ୍ରିମକୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ  ରାଜ୍ୟର ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ଏଥିଲାଗି ଗାଇଡ଼୍ ଲାଇନ୍ ବା  ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍‌ (ଏସ୍‌ଓପି) ଜାରି କରାଯାଇଥିଲା । କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୁବିଧା ପରିବାରକୁ ମିଳି ନଥିବା ସୂଚାଇ ଦେଉଛି  । ଅନ୍ୟପଟରେ  ନୟାଗଡ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଖଲିପାଟଣା ଗ୍ରାମରେ ୨୦୦୦ ମସିହାରେ କଙ୍ଗାରୁ କୋର୍ଟ କରାଯାଇ ଗ୍ରାମର ୨୦ ପରିବାରକୁ ତଡି ଦିଆଯାଇଥିଲା । ଏହାକୁ କେନ୍ଦ୍ରକରି ୨୦ ପରିବାର ସେମାନଙ୍କ ଭିଟାମାଟିକୁ ଫେରିବା ପାଇଁ ସେପ୍ଟେମ୍ବର ୧୧ରେ ରାଜ୍ୟ ଉଚ୍ଚନ୍ୟାୟଳୟ ବା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଘଟଣା ନଜରକୁ ଆସିଥିଲା । ଏବେ ଏହି ଘଟଣା ଦେଖିଲେ, ସମାଜରୁ କେବେ କଙ୍ଗାରୁ କୋର୍ଟ ହଟିବ ତାହା ସଭ୍ୟସମାଜ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି ।