ହିଂସା ପଛରେ ତାହିର ହୁସେନ ! ଅଭିଯୋଗ ଆଣିଲେ ବିଜେପି ନେତା
Advertisement

ହିଂସା ପଛରେ ତାହିର ହୁସେନ ! ଅଭିଯୋଗ ଆଣିଲେ ବିଜେପି ନେତା

ସାମ୍ନାକୁ ଆସିଲା ଦିଲ୍ଲୀ ହିଂସାର ଆଉ ଏକ ଭିଡିଓ

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କେମିତି ହୋଇଥିଲା ଦିଲ୍ଲୀ ହିଂସା ? ହିଂସା ପଛରେ କାହାର ହାତ ? ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିବା ବିଜେପି ନେତା କପିଲ ମିଶ୍ରା ସାମ୍ନାକୁ ଆଣିଛନ୍ତି ଅନ୍ୟ ଏକ ଭିଡିଓ । ହିଂସା ପଛରେ ଆପ୍ କର୍ପୋରେଟର ତାହିର ହୁସେନଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଆଇବି ଅଧିକାରୀଙ୍କ ସମେତ ଅନ୍ୟ ୩ ଜଣଙ୍କ ହତ୍ୟା ପାଇଁ ମଧ୍ୟ ତାହିର ଦାୟୀ  ବୋଲି ସେ କହିଛନ୍ତି । 

କପିଲ ମିଶ୍ରା ଲେଖିଛନ୍ତି, ହତ୍ୟାକାରୀ ତାହିର ହୁସେନ । କେବଳ ଅଙ୍କିତ ଶର୍ମା ନୁହେଁ, ୪ ଲୋକଙ୍କୁ ଘୋଷାଡ଼ି ନେଇଥିଲେ ଦଙ୍ଗାକାରୀ । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତଦେହ ମିଳିଛି । ଭିଡିଓରେ ଦଙ୍ଗାକାରୀଙ୍କ ସହ ପଥର, ଲାଠି, ଗୁଳି, ପେଟ୍ରୋଲ ବମ୍ ଇତ୍ୟାଦି ନେଇ ତାହିର ହୁସେନ ଥିବା ଦେଖିବାକୁ ମିଳିଛି । ସେହିପରି ତାହିର ହୁସେନ କେଜ୍ରିୱାଲ ଏବଂ ଆପ୍ ନେତାଙ୍କ ସହ ସବୁବେଳେ ଯୋଗାଯୋଗରେ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । 

ତାହିର ହୁସେନ ହିଂସାରେ ସାମିଲ ଥିବା ନେଇ ବୁଧବାର ରାତିରେ କପିଲ ମିଶ୍ରା ଅଭିଯୋଗ କରିଥିଲେ । ଏନେଇ ଏକ ଭିଡିଓ ସେ ଟ୍ୱିଟ କରିବା ସହ ଦାବି କରିଥିଲେ ଯେ ଏହି ଭିଡିଓରେ ତାହିର ହୁସେନ ମଧ୍ୟ ଦଙ୍ଗାକାରୀଙ୍କ ସହ ନଜର ଆସିଛନ୍ତି ।  

କିଏ ସେହି ତାହିର ହୁସେନ ?

ଜଣେ ଲୋକ ପ୍ରତିନିଧି ତାହିର ହୁସେନ । ଆମ ଆଦମୀ ପାର୍ଟିର କର୍ପୋରେଟର ତାହିର ହୁସେନ । ଉତ୍ତର-ପୂର୍ବ ଦିଲ୍ଲୀ ଲୋକସଭାର ମୁସ୍ତଫାବାଦ ବିଧାନସଭା ଆସନ ଅନ୍ତର୍ଗତ ନେହେରୁ ବିହାର(ୱାର୍ଡ-୫୯)ର କର୍ପୋରେଟର ହେଉଛନ୍ତି ତାହିର ହୁସେନ । ଯାହାଙ୍କୁ ତମାମ ଘଟଣାର ଖଳନାୟକ ବୋଲି ସାଧାରଣରେ କୁହାକୁହି ହେଉଛନ୍ତି । ଆଉ ତାହିର ହୁସେନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ମଧ୍ୟ ଦାବି ହେଉଛି । 

ଆହୁରି ପଢ଼ନ୍ତୁ; ଗ୍ରାଉଣ୍ଡ ଜିରୋରେ Zee ଟିମ୍, କେମିତି ଥିଲା ଦିଲ୍ଲୀ ହିଂସା ?