ଦିଲ୍ଲୀ ମେଟ୍ରୋରେ କପିଳ, ଯାତ୍ରୀଙ୍କୁ ଦେଲେ ମଜାଦାର ଟିପ୍ସ
Advertisement

ଦିଲ୍ଲୀ ମେଟ୍ରୋରେ କପିଳ, ଯାତ୍ରୀଙ୍କୁ ଦେଲେ ମଜାଦାର ଟିପ୍ସ

ତାଙ୍କ  ସହିତ ଅନସ୍କ୍ରିନ ସ୍ତ୍ରୀ ଭୁମିକା ତୁଲାଉଥିବା ସୁମୋନା ଚକ୍ରବର୍ତ୍ତି ମଧ୍ୟ ଯାତ୍ରା କରିଥିଲେ

ଦିଲ୍ଲୀ ମେଟ୍ରୋରେ କପିଳ, ଯାତ୍ରୀଙ୍କୁ ଦେଲେ ମଜାଦାର ଟିପ୍ସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ମେଟ୍ରୋରେ କପିଳ ଶର୍ମା । ଶୁଣିବାକୁ ଅଖାଡ଼ୁଆ ଲାଗୁଥିଲେ ମଧ୍ୟ ଆଜି କପି ଶର୍ମାଙ୍କୁ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା । ପ୍ରବଳ ଟ୍ରାଫିକ କାରଣରୁ ସେ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଥିଲେ । ତାଙ୍କ  ସହିତ ଅନସ୍କ୍ରିନ ସ୍ତ୍ରୀ ଭୁମିକା ତୁଲାଉଥିବା ସୁମୋନା ଚକ୍ରବର୍ତ୍ତି ମଧ୍ୟ ଯାତ୍ରା କରିଥିଲେ । ଏହି ସମୟର ଏକ ଫଟୋ ସେ ତାଙ୍କ  ଇନଷ୍ଟାଗ୍ରାମ ପେଜରେ ଅପଲୋଡ଼ କରିଥିଲେ । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଦିଲ୍ଲୀ ଆସିଥିଲେ । ମାତ୍ର ଦିଲ୍ଲୀରେ ମାତ୍ରାଧିକ ଟ୍ରାଫିକ କାରଣରୁ ସେ ଦିଲ୍ଲୀ ମେଟ୍ରୋ ଉପରେ ନିର୍ଭର କରିଥିଲେ । ଏହି ସମୟରେ ତାଙ୍କ ସହିତ ସୁମୋନା ମଧ୍ୟ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଥିଲେ । ଯାତ୍ରୀମାନେ କପିଲଙ୍କୁ ମେଟ୍ରୋରେ ଦେଖି ତାଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ । ଏହି ସମୟରେ ସେ ଯାତ୍ରୀମାନଙ୍କୁ ଅନେକ ମଜାଦାର ଟିପ୍ସ ମଧ୍ୟ ଦେଇଥିଲେ । 

ସେହିପରି କପିଲ ସେୟାର କରିଥିବା ଫଟୋ କ୍ୟାପସନ ଦେଇ ଲେଖିଛନ୍ତି ଯେ, ଏବେ ଆଉ ଟ୍ରାଫିକରେ ଫସିବାର ଆଉ ଆବଶ୍ୟକ ନାହିଁ । ଦିଲ୍ଲୀ ମେଟ୍ରୋରେ ଯାତ୍ରା କର । ଦିଲ୍ଲୀ ର ଥଣ୍ଡା ମଧ୍ୟ । ଏହାପରେ ଏହି ପୋଷ୍ଟ ଉପରେ ଅନେକ ମଜାଦାର କମେଣ୍ଟ ମଧ୍ୟ କରିଛନ୍ତି ତାଙ୍କର ପ୍ରଶଂସକ ।