ସୋସିଆଲ ମିଡିଆରେ ପ୍ରଥମଥର ପାଇଁ ନିଜ ଝିଅର ଫଟୋ ସେୟାର କଲେ କପିଲ

 ​ବଲିଉଡର କମେଡି କିଙ୍ଗ କପିଲ ଶର୍ମା ଓ ତାଙ୍କ ସ୍ତ୍ରୀ ଗିନି ଡିସେମ୍ୱର ମାସ ୧୦ ତାରିଖ, ୨୦୧୯ରେ ବାପା ଓ ମାଆ ହେବାର ସୌଭାଗ୍ୟ ଲାଭ କରିଛନ୍ତି  ।

ସୋସିଆଲ ମିଡିଆରେ ପ୍ରଥମଥର ପାଇଁ ନିଜ ଝିଅର ଫଟୋ ସେୟାର କଲେ କପିଲ

ମୁମ୍ବାଇ: ​ବଲିଉଡର କମେଡି କିଙ୍ଗ କପିଲ ଶର୍ମା ଓ ତାଙ୍କ ସ୍ତ୍ରୀ ଗିନି ଡିସେମ୍ୱର ମାସ ୧୦ ତାରିଖ, ୨୦୧୯ରେ ବାପା ଓ ମାଆ ହେବାର ସୌଭାଗ୍ୟ ଲାଭ କରିଛନ୍ତି  । ଏହି ଦୁଇ ଯୋଡିଙ୍କ ଜୀବନକୁ ଡିସେମ୍ୱର ମାସରେ ଆସିଥିଲା ଗୁଡ ନ୍ୟୁଜ । ଡିସେମ୍ୱର ମାସରେ କମେଡି କିଙ୍ଗ, ଝିଅର ବାପା ହୋଇଥିଲେ  । ଅର୍ଥାତ ତାଙ୍କର କନ୍ୟା ସନ୍ତାନ ଜନ୍ମ ହୋଇଛି  । ଏହି ଗୁଡ ନ୍ୟୁଜକୁ ସେ ନିଜର ଟ୍ୱିଟର ଏକାଉଣ୍ଟରେ ସେୟାର କରି ଲେଖିଥିଲେ ଯେ “Blessed to have a baby girl need ur blessings ???? love u all ❤️ jai mata di.”

 

କପିଲଙ୍କର ଏହି ଟ୍ୱିଟ୍ ପରେ ଫ୍ୟାନଙ୍କର ଶୁଭେଚ୍ଛାର ସୁଅ ଛୁଟିଥିଲା । ତେବେ ମକର ସଂକ୍ରାନ୍ତିରେ କପିଲ ନିଜ କୁନି ଝିଅର ପ୍ରଥମ ଫଟୋ ନିଜର ଇନଷ୍ଟାଗ୍ରାମ ଓ ଟ୍ୱିଟରେ ସେୟାର କରିଛନ୍ତି । ସେହି ଫଟୋରେ କପିଲ ନିଜ ଝିଅକୁ ହାତରେ ଧରିଛନ୍ତି ଓ ମାଆ ଗିନି ତାଙ୍କ ପାଖରେ ଛିଡା ହୋଇଛନ୍ତି ।

କପିଲ ନିଜ ଝିଅର ଫଟୋ ସେୟାର କରିବା ପରେ ଅନେକ ବଲିଉଡ କଳାକାର ପୋଷ୍ଟରେ କନମେଣ୍ଟ କରିଛନ୍ତି । ତେବେ କପିଲ ଓ ଗିନି ଡିସେମ୍ୱର ୧୨, ୨୦୧୮ରେ ଅମ୍ରିତସରରେ ବିବାହ କରିଥିଲେ ।

Tags: