ନକ୍ସଲ ସହିତ ଅମୂଲ୍ୟାଙ୍କର ସମ୍ପର୍କ ରହିଛି
Advertisement

ନକ୍ସଲ ସହିତ ଅମୂଲ୍ୟାଙ୍କର ସମ୍ପର୍କ ରହିଛି

ହାଇଦ୍ରାବାଦ ସାଂସଦ ଅସୁଦୁଦ୍ଦିନ ଓଓ୍ୱେସୀଙ୍କ ସିଏଏ ବିରୋଧି ମଞ୍ଚରେ ପାକିସ୍ତାନ ଜିନ୍ଦାବାଦ ଦେଇ ଚର୍ଚ୍ଚାକୁ ଆସିଛି ବେଙ୍ଗାଲୁରୁର ଅମୂଲ୍ୟା ଲିୟୋନା। ସଭାସ୍ଥଳରୁ ପୋଲିସ ତାକୁ ଗିରଫ କରିବା ସହିତ ଅମୂଲ୍ୟାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି। 

ନକ୍ସଲ ସହିତ ଅମୂଲ୍ୟାଙ୍କର ସମ୍ପର୍କ ରହିଛି

ବେଙ୍ଗାଲୁରୁ: ହାଇଦ୍ରାବାଦ ସାଂସଦ ଅସୁଦୁଦ୍ଦିନ ଓଓ୍ୱେସୀଙ୍କ ସିଏଏ ବିରୋଧି ମଞ୍ଚରେ ପାକିସ୍ତାନ ଜିନ୍ଦାବାଦ ଦେଇ ଚର୍ଚ୍ଚାକୁ ଆସିଛି ବେଙ୍ଗାଲୁରୁର ଅମୂଲ୍ୟା ଲିୟୋନା। ସଭାସ୍ଥଳରୁ ପୋଲିସ ତାକୁ ଗିରଫ କରିବା ସହିତ ଅମୂଲ୍ୟାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି। 

ତେବେ ଏହାରି ମଧ୍ୟରେ ଆହୁରି ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ପୋଲିସ ତଦନ୍ତ ସମୟରେ ନକ୍ସଲମାନଙ୍କ ସହିତ ତାଙ୍କର ସମ୍ପୃକ୍ତି ରହିଥିବା ନେଇ ସୂଚନା ମିଳିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କହିଛନ୍ତି କି ଅମୂଲ୍ୟାଙ୍କର ଜାମିନ ଖାରଜ କରିଦେବା ଉଚିତ। ସେହିପରି ରାଜ୍ୟର ଗୃହମନ୍ତ୍ରୀ ବାସବରାଜ ବୋମ୍ମାଇ କହିଛନ୍ତି କି, ଅମୂଲ୍ୟା ରାଜ୍ୟର ନକ୍ସଲ ପ୍ରଭାବିତ ଅଞ୍ଚଳରୁ ଆସିଛନ୍ତି। ଅମୂଲ୍ୟା ଫେସବୁକରେ ଅନେକ ପୋଷ୍ଟ ମଧ୍ୟ କରିଛନ୍ତି। ଆମେ ତାହା ଉପରେ ମଧ୍ୟ ଯାଞ୍ଚ କରିବୁ ବୋଲି ସେ କହିଛନ୍ତି।  ତେବେ ଅମୂଲ୍ୟା ବେଙ୍ଗାଲୁରୁ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ନିଆଯାଇଛି। 

ମୁଖ୍ୟମନ୍ତ୍ରୀ ଯେଦୁରପ୍ପା ମଧ୍ୟ କହିଛନ୍ତି କି, ଅମୂଲ୍ୟାଙ୍କୁ ଜାମିନ ଯେପରି ନ ମିଳେ, ସେଥିପ୍ରତି ପୋଲିସ ପ୍ରଶାସନକୁ କୁହାଯାଇଛି। ଏପରିକି ତାଙ୍କ ବାପା ମଧ୍ୟ କହିଛନ୍ତି କି, ଅମୂଲ୍ୟାଙ୍କୁ ଜେଲରୁ ନେବା ପାଇଁ କୌଣସି ପ୍ରକାର ପ୍ରୟାସ କରିବେ ନାହିଁ। ଏଥିରୁ ଏକ ପ୍ରକାର ସ୍ପଷ୍ଟ ହେଉଛି ଯେ, ଅମୂଲ୍ୟା ନକ୍ସଲମାନଙ୍କ ସମ୍ପର୍କରେ ରହିଥିଲା।  ତେବେ ଅମୂଲ୍ୟାକୁ ନେଇ କେବଳ ରାଜନୈତିକ ମହଲରେ ଚାଞ୍ଚଲ୍ୟ ଦେଖା ଦେଇଛି। ଅମୂଲ୍ୟାଙ୍କ ଏପରି କାମ ପାଇଁ ତାଙ୍କ ପରିବାର ସଦସ୍ୟ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। 

ଅମୂଲ୍ୟାଙ୍କ ବାପା କହିଛନ୍ତି କି, ତାଙ୍କୁ ଜେଲରୁ ମୁକୁଳାଇବା ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିବେ ନାହିଁ। କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୋଲିସକୁ କହିଛନ୍ତି।