close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କର୍ଣ୍ଣାଟକରେ ବଦଲା ନେବ କଂଗ୍ରେସ !

ଚମକାଇ ଦେଲା କଂଗ୍ରେସ ନେତାଙ୍କ ବୟାନ । ଆରମ୍ଭ ହେବ କି କର୍ଣ୍ଣାଟକ ନାଟକ ପାର୍ଟ-୨ । ଉପନିର୍ବାଚନ ପୂର୍ବରୁ ନେତାଙ୍କ ବୟାନ ଏଭଳି କିଛି କହୁଛି । ରାଜ୍ୟରେ ବିଜେପିର ବିଦ୍ରୋହୀ ବିଧାୟକ କଂଗ୍ରେସ ହାଇକମାଣ୍ଡଙ୍କ ସମ୍ପର୍କରେ ଥିବା ଦମ୍ଭୋକ୍ତି କରିଛନ୍ତି ଦଳୀୟ ବିଧାୟକ ସତୀଶ ଜାରକିହୋଲି । ସତୀଶଙ୍କ ବୟାନ ପରେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଉଠିଛି ।

କର୍ଣ୍ଣାଟକରେ ବଦଲା ନେବ କଂଗ୍ରେସ !

ବେଙ୍ଗାଲୁରୁ: ଚମକାଇ ଦେଲା କଂଗ୍ରେସ ନେତାଙ୍କ ବୟାନ । ଆରମ୍ଭ ହେବ କି କର୍ଣ୍ଣାଟକ ନାଟକ ପାର୍ଟ-୨ । ଉପନିର୍ବାଚନ ପୂର୍ବରୁ ନେତାଙ୍କ ବୟାନ ଏଭଳି କିଛି କହୁଛି । ରାଜ୍ୟରେ ବିଜେପିର ବିଦ୍ରୋହୀ ବିଧାୟକ କଂଗ୍ରେସ ହାଇକମାଣ୍ଡଙ୍କ ସମ୍ପର୍କରେ ଥିବା ଦମ୍ଭୋକ୍ତି କରିଛନ୍ତି ଦଳୀୟ ବିଧାୟକ ସତୀଶ ଜାରକିହୋଲି । ସତୀଶଙ୍କ ବୟାନ ପରେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଉଠିଛି ।

ସତୀଶ କହିଛନ୍ତି, ବିଜେପିର କିଛି ବିଦ୍ରୋହୀ ବିଧାୟକ କଂଗ୍ରେସ ହାଇକମାଣ୍ଡଙ୍କ ସମ୍ପର୍କରେ ଅଛନ୍ତି । ଆଗକୁ ଏହା ଉପରେ ହାଇକମାଣ୍ଡ ନିଷ୍ପତ୍ତି ନେବେ । କିନ୍ତୁ ଆମ ସହ ସମ୍ପର୍କରେ ଥିବା ସବୁ ବିଧାୟକଙ୍କୁ ଆମେ ନେଇ ପାରିବୁ ନାହିଁ କି ସମସ୍ତଙ୍କୁ ଛାଡି ମଧ୍ୟ ପାରିବୁନାହିଁ । ବିଧାନସଭା ଆସନକୁ ଦେଖି ନିଷ୍ପତ୍ତି ନିଆଯିବ । 

ସତୀଶ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ସହ ସମ୍ପର୍କରେ ଥିବା ଏହି ବିଦ୍ରୋହୀ ବିଧାୟକମାନେ ଉପନିର୍ବାଚନରେ ଟିକେଟ ଆଶାୟୀ । ତେଣୁ ଏମାନଙ୍କୁ ଦଳରେ ସାମିଲ କରାଯିବା ନେଇ ଉପନିର୍ବାଚନ ପୂର୍ବରୁ ନିଷ୍ପତ୍ତି ନିଆଯିବ । ମୁଁ ନିଜେ ଏହି ପ୍ରସଙ୍ଗକୁ ନେଇ ହାଇକମାଣ୍ଡଙ୍କ ସହ କଥାବାର୍ତ୍ତା କରିବି ବୋଲି ସେ କହିଛନ୍ତି ।

କହିରଖୁଛୁ, ୧୫ ଜଣ ବିଦ୍ରୋହୀ ବିଧାୟକ ଦଳରୁ ଇସ୍ତଫା ଦେବା ପରେ ୧୪ ମାସର କଂଗ୍ରେସ-ଜେଡିଏସ ସରକାର ଭାଙ୍ଗିଥିଲା । ଭଲ କାମ କରିଥିଲା ୟେଦୁରପ୍ପାଙ୍କ ମାଷ୍ଟରପ୍ଲାନ । ସରକାର ଗଢିଥିଲା ବିଜେପି । ଇସ୍ତଫା ଦେଇଥିବା ବିଧାୟକମାନେ ବିଜେପିରେ ସାମିଲ ହୋଇଥିଲେ ।ତେବେ ଖାଲି ପଡିଥିବା ଏହି ଆସନଗୁଡିକରେ ଆଗକୁ ହେବ ଉପନିର୍ବାଚନ । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଉପନିର୍ବାଚନ ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ-ଜେଡିଏସ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାହିଁକିନା ଏହାର ଫଳାଫଳ ବଦଳାଇ ଦେଇପାରେ କର୍ଣ୍ଣାଟକ ଗଣିତ । ସରକାର ବଞ୍ଚାଇବାକୁ ହେଲେ ବିଜେପିକୁ ଅନ୍ତତଃ ୬ ଆସନରେ ବିଜୟୀ ହେବାକୁ ହେବ । କାହିଁକିନା ଏବେ ବିଜେପି ପାଖରେ ୧୦୬ ବିଧାୟକଙ୍କ ସମର୍ଥନ ରହିଛି । ଏଥିରେ ସ୍ୱାଧୀନ ବିଧାୟକ ଏଚ୍। ନାଗେଶ ବି ରହିଛନ୍ତି  । 

ଏପଟେ ସରକାରକୁ ଫେରିବାକୁ ହେଲେ କଂଗ୍ରେସ-ଜେଡିଏସକୁ ଖୁବ ଭଲ ପ୍ରଦର୍ଶନ କରିବାକୁ ପଡିବ ।ଯଦିଓ ବର୍ତ୍ତମାନର ସ୍ଥିତି ବିଜେପି ମୁହାଁ, ତଥାପି ମଧ୍ୟ ରାଜନୀତିରେ କିଛି ବି ହୋଇପାରେ । ୟେଦୁରପ୍ପା ସରକାରଙ୍କୁ ହଟାଇବା ପାଇଁ ବିରୋଧୀ ଜୋରସୋରରେ ଉଦ୍ୟମ କରିପାରିବେ ନିଶ୍ଚୟ । ଆଉ ଏଭଳି ସ୍ଥିତିରେ ସତୀଶଙ୍କ ବୟାନ ବିଜେପି ପାଇଁ ସତର୍କ ଘଣ୍ଟି ପରି । ଏହି ଦୃଷ୍ଟିରୁ ଏହି ଉପନିର୍ବାଚନ ସାଧାରଣ ନିର୍ବାଚନ ପରି ମନେହେଉଛି  । ସରକାର ଭାଙ୍ଗିବାରେ କ୍ଷମତା ଏହି ଉପନିର୍ବାଚନରେ ରହିଛି ।