ଆଜି କର୍ଣ୍ଣାଟକ ୧୭ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ଯାଚିକା ଉପରେ ପ୍ରକାଶ ପାଇବ ରାୟ
ଆଜି କର୍ଣ୍ଣାଟକର ୧୭ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ଭାଗ୍ୟ ପରୀକ୍ଷା । ୧୪ କଂଗ୍ରେସ ଏବଂ ୩ ଜେଡିଏସ ବିଧାୟକଙ୍କ ଯାଚିକା ଉପରେ ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ । ପୂର୍ବରୁ ଅକ୍ଟୋବର ୨୫ରେ ଏହି ମାମଲାର ଶୁଣାଣି ସରିଥିଲା । ଏହାର ରାୟ ସଂରକ୍ଷିତ ରଖିଥିଲେ ଦେଶର ସର୍ବୋଚ୍ଚ ଅଦାଲତ ।
Trending Photos

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକର ୧୭ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ଭାଗ୍ୟ ପରୀକ୍ଷା । ୧୪ କଂଗ୍ରେସ ଏବଂ ୩ ଜେଡିଏସ ବିଧାୟକଙ୍କ ଯାଚିକା ଉପରେ ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ । ପୂର୍ବରୁ ଅକ୍ଟୋବର ୨୫ରେ ଏହି ମାମଲାର ଶୁଣାଣି ସରିଥିଲା । ଏହାର ରାୟ ସଂରକ୍ଷିତ ରଖିଥିଲେ ଦେଶର ସର୍ବୋଚ୍ଚ ଅଦାଲତ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଧାୟକଙ୍କ ଅଯୋଗ୍ୟ ଘୋଷଣା ପରେ ୧୫ ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ଡିସେମ୍ବର ୫ରେ ଏହି ଉପ ନିର୍ବାଚନ କରିବାକୁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିସାରିଛନ୍ତି । ଏପଟେ ଯାଚିକା ଉପରେ ରାୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଉପନିର୍ବାଚନରେ ରୋକ ଲଗାଇବାକୁ ମଧ୍ୟ ଆବେଦନ କରିଥିଲେ ଅଯୋଗ୍ୟ ବିଧାୟକ । ତେଣୁ ଆଜିର ରାୟ ବେଶ ଗୁରୁତ୍ୱ ବହନ କରୁଛି ।
ସେପଟେ ଆଜି ବସୁଛି କର୍ଣ୍ଣାଟକ ବିଜେପିର core committee ବୈଠକ । ଏଥିରେ ମୁଖ୍ୟମନ୍ତ୍ରୀ ବିଏସ ଯେଦୁରପ୍ପା ମଧ୍ୟ ସାମିଲ ହେବାର ଅଛି । ତେବେ କର୍ଣ୍ଣାଟକ ଉପନିର୍ବାଚନ ପୂର୍ବରୁ ଆଜିର ରାୟ ହିଁ ନିର୍ଦ୍ଧାରଣ କରିବ, ଅଯୋଗ୍ୟ ଘୋଷିତ ବିଧାୟକଙ୍କ ଭାଗ୍ୟ ।
More Stories